Swastik Tv News Odisha

ଧରାପଡିଲା ଭଣ୍ଡ ବାବାଙ୍କ ରାସଲୀଳା ! ଝିଅକୁ ଭଲ କରିବା ବାହାନାରେ କରୁଥିଲେ ଏମିତି ଲଜ୍ୟାଜନକ ହରକତ…ଦେଖନ୍ତୁ ଭିଡ଼ିଓ

0

ସମାଜ ଯେତେ ଆଗକୁ ବଢିଥିଲେ ମଧ୍ୟ ଆଜିର ଦିନରେ ଲୋକମାନଙ୍କ ମନରେ ଅନ୍ଧବିଶ୍ୱାସ ଭର୍ତ୍ତି ହୋଇ ରହିଛି । କୌଣସି ବ୍ୟକ୍ତିର ଦେହ ଖରାପ ହେଲେ ଡାକ୍ତର ପାଖକୁ ନଯାଇ ଝଡାଫୁଙ୍କା ପାଇଁ ମନ ବଳାଉଛନ୍ତି । ଲୋକମାନଙ୍କ ମନରେ ଆଜି ମଧ୍ୟ ବାବା ମାନଙ୍କର ପ୍ରତି ମନରେ ସେମିତି ବିଶ୍ୱାସ ଓ ଭଲ ପାଇବା ରହିଛି । ସେମାନଙ୍କର ପ୍ରତ୍ୟେକ କାର୍ଯ୍ୟ କୁ ଗୁରୁଙ୍କ ଆଜ୍ଞା ଭାବି ମାନି ଚଳିଆସୁଛନ୍ତି . ବର୍ତ୍ତମାନ ସେମିତି ଏକ ଘଟଣା ସାମ୍ନାକୁ ଆସିଛି , ତାହା ଜାଣିବା ପରେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିବା ଘଟଣା ର ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ।

ସୂଚନା ଅନୁସାରେ ବଲାଙ୍ଗୀର ଘଟୁପାଲିରେ ଜଣେ ଝିଅ ଅସୁସ୍ଥ ଥିଲେ , ଘରେ ଲୋକେ ଡାକ୍ତରଙ୍କ ପାଖକୁ ନଯାଇ ଝିଅକୁ ଏହି ବାବା ଠିକ୍ କରିଦେବେ ବୋଲି ଆଶା ରଖିଥିଲେ । ସେଥିପାଇଁ ଆଜି ଘରକୁ ବାବାଙ୍କୁ ଡକାଇଥିଲେ । ବାବା ଘରକୁ ଆସି ଝିଅକୁ ଦେଖିବା ପରେ କହିଲେ ସେ ସୁସ୍ଥ କରିଦେବେ , ଝିଅଟି ପ୍ରଥମେ ବାବାଙ୍କୁ ଦେଖି ମୁଣ୍ଡିଆ ମାରିଥିଲେ । ଏହାପରେ ବାବା ସେହି ରୁମରୁ ସମସ୍ତଙ୍କୁ ବାହାରିଯିବା ପାଇଁ କହିଥିଲେ । ତା ପରେ ଆରମ୍ଭ କରିଥିଲେ ଚିକିତ୍ସା , ଝିଅଟିର ନିଜ ମୁହଁରୁ ଶୁଣନ୍ତୁ ବାବା ତାଙ୍କୁ କେମିତି ଚିକିତ୍ସା କରିଥିଲେ । ଝିଅଟି କହିବା କଥା ପରିବାର ଲୋକ ରୁମରୁ ବାହାରିଯିବା ପରେ ବାବା ତାଙ୍କୁ ସୁହାଗ୍ ରାତି ବନେଇବାର ଅଫର୍ ଦେଇଥିଲେ ।

ଇଏ ଜଣେ ନୁହନ୍ତି , ଏମିତି ଅନେକ ବାବା ଅଛନ୍ତି ଯେଉଁମାନେ ଭକ୍ତଙ୍କୁ ବିଭିନ୍ନ ଆଳ ଦେଖାଇ ଇଜତ୍ ସହ ଖେଳ ଖେଳିଛନ୍ତି । ଆପଣ ମାନଙ୍କର ମନେ ଥିବ କିଛି ଦିନ ତଳେ ଏହି ବାବଙ୍କ କଥା , କେନ୍ଦ୍ରାପଡାରେ ଆଶ୍ରମ କରି ନିଜ ପ୍ରବଚନରେ ଲକ୍ଷ ଲକ୍ଷ ଲୋକଙ୍କ ମନ କିଣିଥିଲେ । କିନ୍ତୁ ତାଙ୍କର ଇଚ୍ଛା ଥିଲା କିଛି ଅଲଗା , ଆଶ୍ରମରୁ ବୋର୍ ହୋଇ ଭକ୍ତ ଙ୍କ ସହ ଯାଇଥିଲେ ହୋଟେଲ ରେ ମାଇଣ୍ଡଫ୍ରେସ୍ କରିବା ପାଇଁ । ପରିଶେଷରେ ବାବାଙ୍କର ଏହି ଲୀଳା ସମସ୍ତ ସାମ୍ନାକୁ ଆସିଥିଲା , ସେହିପରି ଆଉ ଜଣେ ଜଘନ୍ୟ ବାବା ଆଶା ରାମ ।

ସେ ତାଙ୍କ ଆଶ୍ରମକୁ ହିଁ ଭିତରୁ ହୋଟେଲ ବନେଇ ଦେଇଥିଲେ , ତାଙ୍କର ଏହି ଭଣ୍ଡାମି ପାଇଁ କଳା କୋଠରୀ ହେଲା ତାଙ୍କ ଠିକଣା । ଏତେ ସବୁ ଘଟଣା ଘଟିବା ପରେ ମଧ୍ୟ ଲୋକମାନଙ୍କ ମନରୁ ଏବେ ମଧ୍ୟ ବାବା ଙ୍କ ଉପରୁ ବିଶ୍ୱାସ ହଟୁ ନାହିଁ । ଏବେ ମଧ୍ୟ ଲୋକମାନେ ଅନ୍ଧଭଳି ବିଶ୍ୱାସ କରୁଛନ୍ତି ବାବା ମାନଙ୍କୁ , ପରିଶେଷରେ ଏହିପରି ଘଟଣା ସାମ୍ନାକୁ ଆସୁଛି । ତେଣୁ ଆପଣ ମାନେ ଏବେଠୁ ସତର୍କ ରୁହନ୍ତୁ ଏବଂ ଏଭଳି ଭଣ୍ଡବାବାଙ୍କୁ ବିସ୍ୱାସ କରନ୍ତୁ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.