Swastik Tv News Odisha

ପୁଣି ଓଡ଼ିଶାରେ ଲଜ୍ୟା ! ଗାଧୋଉଥିବା ଯୁବତୀଙ୍କ ନଗ୍ନ ଭିଡିଓ ରେକର୍ଡିଂ କରି ହୋଟେଲ ବୟ କରୁଥିଲେ ଏମିତି…ଭିଡ଼ିଓ ହେଉଛି ଭାଇରାଲ

0

ବନ୍ଧୁଗଣ ଏବେ ପୁଣି ସାମ୍ନାକୁ ଆସିଛି ଏମିତି ଏକ ଲଜ୍ୟାକର ଘଟଣା ଯାହା ସାଧାରଣରେ ଏକ ଅଶୋଭନୀୟ ସ୍ଥିତି ସୃଷ୍ଟି କରିଛି। ସଭ୍ୟ ସମାଜରେ ଏପରି ଏକ ଅସଭ୍ୟ କାର୍ଯ୍ୟ କଲାପ ନିନ୍ଦା ଜନକ ସ୍ଥିତିକୁ ବୟାନ କରୁଛି। ଆମେ କହିବାକୁ ଯାଉଥିବା ଏହି ଘଟଣାରେ ଯାହା ଘଟିଛି ତାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।ଏହି ଘଟଣା ଘଟିଛି ପୁରୀ ଜିଲ୍ଲାରେ। ଏଠାରେ ହୋଟେଲରେ ରହୁଥିବା ଜଣେ ଯୁବତୀଙ୍କ ଗାଧୋଉଥିବା ସମୟରେ ତାଙ୍କର ନଗ୍ନ ଫଟୋ ଉଠାଇବା ସହ ଭିଡିଓ ରେକର୍ଡିଂ କରି ଜଣେ ଯୁବକ ଏବେ ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛି। ଯେଉଁ ଘଟଣା ଏବେ ଓଡିଶାବାସୀ ଙ୍କୁ ଲଜ୍ଜିତ କରିଛି।

ତେବେ ସୂଚନା ଅନୁସାରେ ପୁରୀରେ ସମୁଦ୍ରକୂଳ ଥାନା ଅଞ୍ଚଳରେ ଥିବା ଡିକେ ହୋଟେଲରେ ଗତକାଲି ସୁନ୍ଦରଗଡ଼ର ଜଣେ ବଙ୍ଗୀୟ ଯୁବତୀ ଆସି ରହିଥିଲେ। ଆଉ ଗତକାଲି ଯୁବତୀ ଜଣକ ଗାଧୁଆ ଘରେ ଗାଧୋଉଥିବା ବେଳେ ବିପ୍ଲବ ନାମକ ଜଣେ ଯୁବକ ଯିଏକି ଉକ୍ତ ହୋଟେଲ ରେ ହୋଟେଲ ବୟ ଭାବରେ କାମ କରନ୍ତି,ସେ ସ୍କାଏଲାଇଟ୍ ପଟେ ଉକ୍ତ ବଙ୍ଗୀୟ ଯୁବତୀଙ୍କର ନଗ୍ନ ଫଟୋ ଉଠାଇବା ସହ ତାଙ୍କ ଗାଧୋଇବା ବେଳର ଭିଡିଓ ରେକର୍ଡିଂ କରିଥିଲା। ଯାହା ପରେ ଅଭିଯୋଗ ପରେ ଜଣା ପଡି ଯାଇଥଲା।ଆଉ ଏହା ଜଣା ପଡିବା ପରେ ପୁଲିସ ଏହାକୁ ନେଇ ଏକ ମାମଲା ରୁଜୁ କରିବା ସହ ବିପ୍ଲବକୁ ଗିରଫ କରିଥିଲା।

ଏହାପରେ ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି ପୋଲିସ୍। ତେବେ ସୂଚନା ଅନୁସାରେ ବିପ୍ଲବ ନିକଟରୁ ଯୁବତୀଙ୍କ ଫଟୋ ଉଠାଇଥିବା ମୋବାଇଲଟିକୁ ପୁଲିସ ଜବତ କରିବା ସହ ପୋଲିସ୍ ଏହି ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଛି। ତେବେ ଉକ୍ତ ମୋବାଇଲ୍ ରୁ ଫଟୋ ଡିଲିଟ୍‌ ହୋଇଥିବା ଜଣାପଡ଼ିଛି। କିନ୍ତୁ ଅଭିଯୁକ୍ତ ଜଣକ ଉକ୍ତ ଫଟୋକୁ ଭାଇରାଲ୍‌ କରିଛି କି ନାହିଁ ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ। ଏହି ଘଟଣା ଘଟିବା ପରେ ପୁରୀ ହୋଟେଲ ମାଲିକ ସଂଘ ଉକ୍ତ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହାଛଡ଼ା ସଂଘ ପକ୍ଷରୁ ଏହା ମଧ୍ଯ କୁହାଯାଇଛି ଯେ ଏଭଳି କାର୍ଯ୍ୟ ଅତି ନିନ୍ଦନୀୟ ଅଟେ।

ଏହା ତୀର୍ଥକ୍ଷେତ୍ରର ଭାବମୂର୍ତ୍ତିକୁ ଏହା ଖରାପ କରିବା ସହିତ ଏହି ଅଞ୍ଚଳରେ ପର୍ଯ୍ୟଟନକୁ ମଧ୍ଯ ଏଭଳି କାମ ବାଧା ଉପୁଜାଇବ ଏଥିରେ ସନ୍ଦେହ ନାହିଁ। ତେଣୁ ଏହାର ଦୃଢ କାର୍ଯ୍ୟାନୁଷ୍ଠାନ ନିହାତି ଆବଶ୍ୟକ ଅଟେ।ତେବେ ଆପଣଙ୍କୁ କହି ରଖୁଛୁ ଯେ ଉକ୍ତ ଯୁବକ ବିପ୍ଲବ ମିତ୍ର, ଯାହାର ବୟସ ୩୨ ବର୍ଷ ଅଟେ।ସେ ଗତ ୪ ମାସ ହେବ ଏହି ହୋଟେଲ୍ ରେ କାମ କରି ଆସୁଥିଲା। ବିପ୍ଳବର ଘର ହେଉଛି ପଶ୍ଚିମବଙ୍ଗ ର ସାଲାନପୁର ଥାନା ଅନ୍ତର୍ଗତ ଆସନଶୋଲ ଗ୍ରାମରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.