Swastik Tv News Odisha

ବାପ ହୋଇ ନିଜ ଜନ୍ମ କଲା ଝିଅକୁ ଦେଉଥିଲା ଶାରୀରିକ ନିର୍ଯ୍ୟାତନା – ଶୁଣନ୍ତୁ ନିଜ ଝିଅ ମୁହଁରୁ କଣ କହୁଛନ୍ତି….ଦେଖନ୍ତୁ ଭିଡ଼ିଓ

0

ଆଜିର ଦୁନିଆରେ ଯେଉଁଭଳି ଭାବରେ ପ୍ରତିଦିନ କିଛି ଏମିତି ଅପ୍ରୀତିକର ଘଟଣା ଘଟୁଛି ଯାହା ସାଧାରଣରେ ଗ୍ରହଣୀୟ ନୁହେଁ। ସଭ୍ୟ ଶିକ୍ଷିତ ସମାଜରେ ସେସବୁ ର ସ୍ଥାନ ବେଶ୍ ତଳେ ରହିଛି। ଯାହା କିଛି ଅସାମାଜିକ ଲୋକ ମାନଙ୍କର ହୀନ ମାନସିକତା କୁ ସ୍ପଷ୍ଟ କରୁଛି। ତେବେ ଦୁନିଆରେ ଦିନକୁ ଦିନ ଯେଉଁ ଭଳି ଭାବରେ ଅମାନବୀୟ କାଣ୍ଡ ଘଟିବାରେ ଲାଗିଛି ତାହା ଆମ ସମାଜକୁ ଅତି ତଳକୁ ନେଇ ଯାଉଛି। ଏହାକୁ ଦେଖି ଆପଣ ବି ଲଜ୍ଜିତ, ଅପମାନିତ ହେଉଥିବେ। ତେବେ ମଣିଷ ନିଜର ସଂଯମତା ହରାଇ, ଉତ୍ତ୍ୟକ୍ତ ହୋଇ ସମୟକ୍ରମେ ଯେଉଁଭଳି ଭାବରେ କାଣ୍ଡ କରୁଛି ତାର କରୁଣ ପରିଣତି ମଧ୍ୟ ତାକୁ ଭୋଗିବାକୁ ପଡୁଛି।

ନିଜର ନୈତିକତା, ମାନବିକତା ଏବଂ ସଂଯମତା ହରାଇ ମଣିଷ ଯେଉଁଭଳି ଭାବରେ ହୀନ ବ୍ଯବହାର ପ୍ରଦର୍ଶନ କରୁଛି ତାହା ଅନୁତାପ ର ବିଷୟ ନିଶ୍ଚୟ ଭାବରେ। ସବୁକିଛି ଭୁଲି ମଣିଷ କିଛି ଏଭଳି ନିନ୍ଦନୀୟ ଏବଂ ଲଜ୍ୟାକର ଘଟଣା ଘଟାଇବାକୁ ପ୍ରସ୍ତୁତ ହୋଇ ଯାଉଛି ତାହା ବାସ୍ତବରେ ଗ୍ରହଣୀୟ ନୁହେଁ। ସେହିଭଳି ଏକ ଲଜ୍ୟା ଜନକ ବାର୍ତ୍ତା ପ୍ରଦାନ କରୁଥିବା ଏକ ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି। ଯେଉଁ ଘଟଣା ଟି ଯଦି ସତ ହୋଇଥାଏ ତେବେ ଏହା ସାଙ୍ଘାତିକ ଅଟେ। ଏଠାରେ ଜଣେ ଝିଅ ତାଙ୍କ ବାପାଙ୍କ ନାମରେ ଆଣିଛି ସଙ୍ଗୀନ ଅଭିଯୋଗ। ତାର ବାପା ତାକୁ ଶାରିରୀକ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି।

ଆଉ ପୀଡ଼ିତା ଜଣଙ୍କ ବାପାଙ୍କ ବିରୋଧରେ ଏପରି ଅଭିଯୋଗ ଆଣିବା ପରେ ସ୍ଥାନୀୟ ଅଂଚଳରେ ଚହଳ ପଡ଼ିଛି। ପ୍ରକୃତରେ ଝିଅଟିକୁ ତାର ବାପା ଶାରିରୀକ ନିର୍ଯାତନା ଦେଉଥିଲେ କି ନାହିଁ ତାକୁ ନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଛି। ତେବେ ରାଉରକେଲା ରୁ ଆସିଛି ଏହିଭଳି ସଙ୍ଗୀନ ଅଭିଯୋଗ। ପାରିବାରିକ କଲୋହ କାରଣରୁ ପତି ପତ୍ନୀ ଦୁଇଜଣ ଅଲଗା ରହୁଥିଲେ। ଝିଅକୁ ନେଇ ମାଆ ଅଲଗା ରହୁଥିବା ବେଳେ ଘରେ କେହି ରହୁ ନଥିବାର ସୁଯୋଗ ନେଇ ବାପା ଘରକୁ ଆସି ଝିଅକୁ ଏପରି ଶାରିରୀକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି।

ଏହାକୁ ନେଇ ଗଣମାଧ୍ୟମ ସମ୍ମୁଖରେ ମଧ୍ଯ ଝିଅ ଜଣଙ୍କ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି ଏବଂ ତାଙ୍କ ବାପା କିପରି ଭାବରେ ମାମା ନଥିବା ସମୟରେ ଘରକୁ ଆସି ତାଙ୍କ ସହିତ ଖରାପ୍ ବ୍ଯବହାର କରିବା ସହିତ ତାଙ୍କ ଶରୀରକୁ ଖରାପ୍ ଭାବରେ ସ୍ପର୍ଶ କରିଛନ୍ତି ବୋଲି ସେ ବିଷୟରେ କହିଛନ୍ତି। ଏହାପରେ ସେ ଦୌଡ଼ି ଯାଇ କବାଟ ବନ୍ଦ କରିଦେବାରୁ ବାପା କବାଟ ବାଡ଼େଇ କହିଲେ ଯେ ଏ ବିଷୟରେ କାହାକୁ କହିବୁନି ନହେଲେ ତୋତେ ମାରିଦେବି। ଏଠାରେ ମାଆ, ଝିଅ ଏକା ରହୁଚ, ଦୁଇଜଣଙ୍କୁ ରହିବାକୁ ଦେବିନି ଆଦି କହି, ଏହିପରି ଧମକ ଦେଇଥିବା ଝିଅ ଅଭିଯୋଗ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.