Swastik Tv News Odisha

Secret Health Tips – ହାତ ଗୋଡ ଝିମିଝିମି ହେଇ ଯାଉଛି କି ? ହେଇ ଯାଆନ୍ତୁ ସାବଧାନ ! ଜାଣନ୍ତୁ ଏମିତି କାହିଁକି ହେଉଛି ଓ କିପରି କରିବେ ଏହାର ଚିକିତ୍ସା

0

ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ସର୍ବଦା ନିଜ ସ୍ୱାସ୍ଥ୍ୟକୁ ଠିକ୍ ରଖିବା ପାଇଁ ଚେଷ୍ଟା କରିଥାନ୍ତି । ଶରୀର ସୁସ୍ଥ ରହିଲେ କୌଣସି ବି କାର୍ଯ୍ୟ କରିବା ସହଜ ହୋଇଥାଏ କିନ୍ତୁ ଶରୀର ଅସୁସ୍ଥ ରହିଲେ ଯେତେ ଧନ ସମ୍ପତ୍ତି ଥାଉନା କାହିଁକି ସବୁ ତୁଚ୍ଛ ପରି ମନେ ହୋଇଥାଏ । ତେଣୁ ସ୍ୱାସ୍ଥ୍ୟ ହିଁ ସମ୍ପଦ ଅଟେ , ସ୍ୱାସ୍ଥ୍ୟ ଠିକ୍ ରହିଲେ ସବୁକିଛି ହାସଲ କରିବା ସହଜ ହୋଇଥାଏ । ତେଣୁ ଉତ୍ତମ ସ୍ୱାସ୍ଥ୍ୟ ସମସ୍ତଙ୍କ ପାଇଁ କାମ୍ୟ ଅଟେ ।

ସମୟ ଅନୁସାରେ ବ୍ୟକ୍ତିର ବୟସ ମଧ୍ୟ ବଢିଥାଏ , ବୟସ ବଢିବା ସହିତ ଶରୀରରେ ଅନେକ କିଛି ପରିବର୍ତ୍ତନ ଦେଖାଯାଏ । ଏମିତିକି ଗୋଡହାତ ବା ଆଣ୍ଠୁଗଣ୍ଠି ଝିମଝିମ୍ ହେବା ଭଳି ସମସ୍ୟା ମାନ ଦେଖାଯାଏ । ଧୀରେ ଧୀରେ ଏହା ସାମାନ୍ୟ ରୋଗରୁ ବିରାଟକାୟ ରୂପ ଧାରଣ କରିଥାଏ , ଏଥିପାଇଁ ଲୋକମାନେ ମାର୍କେଟରୁ ମିଳୁଥିବା ବିଭିନ୍ନ ପ୍ରକାର ଜେଲ ମଧ୍ୟ ବ୍ୟବହାର କରିଥାନ୍ତି । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏକ ସହଜ ଘରୋଇ ଉପାୟ ବିଷୟରେ ଜଣେଇବୁ , ଯାହା ଆପଣଙ୍କ ଗୋଡ ହାତ ଝିମଝିମ ସମସ୍ୟାକୁ ଦୂର କରିଦେବ ।

ସର୍ବଦା ଶରୀରର ଯତ୍ନ ଘରୋଇ ଉପାୟ ମାଧ୍ୟମରେ ନେବା ଉଚିତ୍ , କାରଣ ଏଥିରେ କୌଣସି ପ୍ରକାର ସାଇଡ୍ ଇଫେକ୍ଟ ନଥାଏ । ଆପଣ ମାନେ ନିଶ୍ଚୟ ଅନୁଭବ କରିଥିବେ କୌଣସି ବସ୍ତୁକୁ ଉଠାଇବା ସମୟରେ ହାତ ବଧିର କିମ୍ୱା ଝିମଝିମ ହେବା ଭଳି ଅନୁଭବ ହୋଇଥାଏ । ଯାହା ଆମକୁ ବହୁତ କଷ୍ଟ ଦେଇଥାଏ , ଏମିତି ହେବାର 2 ଟି କାରଣ ରହିଥାଏ ।

1. କାର୍ପାଟର୍ନଲ୍ ସିଙ୍ଗଡମ୍ :-

ପ୍ରଥମ କାରଣଟି ହେଉଛି କାର୍ପାଟର୍ନଲ ସିଙ୍ଗଡମ୍ , କୌଣସି ସ୍ଥାନରେ ଅଧିକ ସମୟ ଧରି ବସି ରହିଲେ ହାତ ଏବଂ ଆଙ୍ଗୁଳି ବଧିର ହୋଇ ରହିଥାଏ । ଏହାଦ୍ୱାରା ହାତ ମଝିରେ ଥିବା ଶିରା ଦବିଯାଏ । ଆପଣଙ୍କ ଠାରେ ଏପରି ସମସ୍ୟା ଦେଖାଯାଉଥିଲେ ଆପଣଙ୍କୁ କିଛି ସମୟ ପର୍ଯ୍ୟନ୍ତ ହାତ ଏବଂ ଆଙ୍ଗୁଳିକୁ ଆରାମ ଦେବା ଉଚିତ୍ । ତାକୁ ଧୀରେ ଧୀରେ ଚଳପ୍ରଚଳ କରାଇବା ଉଚିତ୍ , ଏପରି କରିବା ଦ୍ୱାରା ଝିମ ଝିମ ପଣ ଦୂର ହୋଇଥାଏ ।

2. ପୋଷକ ତତ୍ତ୍ୱ ର ମାତ୍ରା କମିଯିବା :-

ଶରୀରକୁ ସୁସ୍ଥ ରଖିବା ପାଇଁ ହେଲେ କେତେକ ପୋଷକ ତତ୍ତ୍ୱର ବା ଭିଟାମିନର ଆବଶ୍ୟକତା ରହିଥାଏ । ଯେପରିକି ପଟାସିୟମ , କ୍ୟାଲସିୟମ , ଆଇରନ , ଭିଟାମିନ B12 ର ମାତ୍ରା କମ ଯୋଗୁଁ ଏଭଳି ସମସ୍ୟା ଦେଖାଯାଏ । ତେଣୁ ସର୍ବଦା ଶରୀରରେ ଭିଟାମିନ ର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ଅଟେ ।

ଏହାବ୍ୟତୀତ ଆପଣ ମାନେ ପ୍ରତିଦିନ ଶୋଇବା ପୂର୍ବରୁ ହାତ ଗୋଡ ମାଲିସ୍ କରି ଶୁଅନ୍ତୁ ଏବଂ ଶୋଇବା ପୂର୍ବରୁ ଶୁଣ୍ଠି ହଳଦୀ ମିଶାଇ ସେବନ କରନ୍ତୁ । ଏହା କରିବା ଦ୍ୱାରା ଏଥିରୁ ଆପଣଙ୍କୁ ଉପଶମ ମିଳିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.