Swastik Tv News Odisha

ସବୁବେଳେ ଶାରୀରିକ ସଂପର୍କ ପାଇଁ ବାଧ୍ୟ କରିବା ମହଙ୍ଗା ପଡ଼ିଲା, ରାଗରେ ସ୍ବାମୀର ଗୁପ୍ତାଙ୍ଗ କାଟିଦେଲା ସ୍ତ୍ରୀ, ଆଉ ତା ପରେ…

0

ଯେକୌଣସି କାର୍ଯ୍ୟ ହେଉନା କାହିଁକି ପ୍ରତ୍ୟେକ ବ୍ୟକ୍ତି ସ୍ୱାଧୀନତାର ସହିତ ତାହା କରିବା ପାଇଁ ପସନ୍ଦ କରିବା କରିଥାନ୍ତି । ତାହା ବୌବାହିକ କାର୍ଯ୍ୟ ହେଉ ବା ଶାରୀରିକ ସମ୍ପର୍କ ମହିଳା ମାନଙ୍କର ଇଚ୍ଛାରେ ହିଁ କରାଯିବା ଉଚିତ । କୌଣସି ବଳ ପୂର୍ବକ କରାଗଲେ ତାହା ଆଇନ ବିରୋଧୀ ଅଟେ , ତେଣୁ ମହିଳା ମାନଙ୍କୁ ପୂର୍ଣ୍ଣ ସ୍ୱାଧିନତା ଦେବା ର ଅଧିକାର ରହିଛି । କିନ୍ତୁ ସେହି ଅଧିକାର କୁ ଯଦି କୌଣସି ବ୍ୟକ୍ତି ଜୋରଜବରଦସ୍ତ କରେ ସେହି କ୍ଷେତ୍ରରେ ମହିଳାମାନେ ନିଜର ସ୍ୱାଭିମାନ ଦେଖାଇଥାନ୍ତି ।

ଜଣେ ସ୍ତ୍ରୀ ସହ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବାରୁ ରାଗରେ ସେ ନିଜ ସ୍ୱାମୀ ଙ୍କର ଗୁପ୍ତାଙ୍ଗ କାଟିଦେଇଛନ୍ତି । ତେବେ ଘଟଣାଟି ଡିସେମ୍ୱର 7 ରେ ଘଟିଥିବାର ଜଣା ପଡିଛି । ବର୍ତ୍ତମାନ ଏ ନେଇ ପୀଡିତ ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି , ଆଇନ ଅନୁଯାୟୀ ସ୍ୱାମୀ ବଳ ପୂର୍ବକ ସ୍ତ୍ରୀ ସହ ଶାରୀରିକ ସମ୍ପର୍କ ରଖି ପାରିବେ ନାହିଁ । ଯଦି ବି ଶାରୀରିକ ସମ୍ପର୍କ ରଖନ୍ତି ଏନେଇ ସ୍ତ୍ରୀ ଆଇନର ମଧ୍ୟ ଆଶ୍ରୟ ନେଇ ପାରିବେ । ଏଭଳି ବାଧ୍ୟବାଧକତା ସମ୍ପର୍କକୁ ମାରିଟାଲ୍ ରେପ୍ ବା ବୈବାହିକ ଦୁଷ୍କର୍ମ ବୋଲି କୁହାଯାଏ । ତେବେ ବର୍ତ୍ତମାନ ସ୍ତ୍ରୀ ଗ୍ରହଣ କରିଥିବା ପଦକ୍ଷେପକୁ ନେଇ ସ୍ୱାମୀ ଥାନାରେ ମାମଲା ରୁଜ୍ଜୁ କରିଛି ।

ସୂଚନା ଅନୁସାରେ ଏହି ଘଟଣାଟି ମଧ୍ୟପ୍ରଦେଶ ଜତରା ପୋଲିସ ଷ୍ଟେସନ ରେ ଦାୟିତ୍ୱରେ ଥିବା ପୋଲିସକର୍ମୀ ତ୍ରୀଭେନ୍ଦ୍ର ତ୍ରୀବେଦିଙ୍କ ଅନୁଯାୟୀ , ରାମନଗରରେ ରହୁଥିବା ପୀଡିତା ଏ ନେଇ ରବିବାର ଦିନ ଅଭିଯୋଗ କରିଥିଲେ । 2019 ରେ ଦୁହେଁ ବିବାହ କରିଥିଲେ , କୌଣସି କାରଣ ବଶଃତ ଦୁହେଣ ଅଲଗା ହୋଇ ଯାଇଥିଲେ । ପୁଣି ଥରେ ଝଗଡାର ସମାଧାନ ହେବା ପରେ ଦୁହେଁ ଏକାଠି ରହିବା ପାଇଁ ଆରମ୍ଭ କରିଥିଲେ । ଡିସେମ୍ୱର 7 ତାରିଖ ଦିନ ପିଡୀତ ନିଜ ପତ୍ନୀଙ୍କ ଇଚ୍ଛା ବିରିଦ୍ଧରେ ଶାରୀରିକ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରିଥିଲେ ।

ତେଣୁ ପତ୍ନୀ ରାଗରେ କ୍ରୋଧିତ ହୋଇ ତାଙ୍କର ଗୁପ୍ତାଙ୍କ କାଟି ଦେଇଥିବାର ଅଭିଯୋଗ କରିଛନ୍ତି ପିଡୀତ । ପିଡୀତ ଙ୍କ କହିବା କଥା ଏହା ଯେ ଗୁପ୍ତାଙ୍ଗ ସର୍ଜରୀ ରେ ସମୟ ଲାଗିବାରୁ ସେ ବିଳମ୍ୱରେ ଅଭିଯୋଗ କରିଥିବାର କହିଛନ୍ତି । ପୋଲିସ ଏ ନେଇ କୌଣସି ଆକ୍ସନ ନେଇ ନାହିଁ , ତାହା ଆଗାମୀ ସମୟରେ କେଉଁ ମୋଡ ନେବ ତାହା ଜାଣିବାକୁ ବାକି ରହିଛି । ଶାରୀରିକ ସମ୍ପର୍କ ରଖିବା ପାଇଁ ଜୋର ଜବରଦସ୍ତ ବାଧ୍ୟ କରିବାରୁ ପତ୍ନୀ ଏମିତି ଏକ ଅପରାଧ କରିଛନ୍ତି ବୋଲି କୁହାଯାଉଛି । ଏମିତି ଏକ ଘଟଣା ପ୍ରଥମ ଥର ପାଇଁ ଶୁଣିବାକୁ ମିଳିଛି , ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିଚ ମଧ୍ୟ କରାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.