Swastik Tv News Odisha

ଛି…ଛି… ଭାଇରାଲ ହେଲା ତପସ୍ଵିନୀ ଙ୍କ ଆବୋରସନ୍ ବେଳର ଫଟୋ…ଦେଖନ୍ତୁ ଭିଡ଼ିଓ

0

ଦୀର୍ଘଦିନ ଧରି ଚାଲି ରହିଛି ଡାକ୍ତର ସୁମିତ ସାହୁ ଓ ସ୍ତ୍ରୀ ତପସ୍ବିନୀ ଦାଶଙ୍କ ମଧ୍ୟରେ ଲାଗି ରହିଥିବା ପାରିବାରିକ ବିବାଦର ମାମଲା। ଯେତେ ଚେଷ୍ଟା କରାଗଲେ ମଧ୍ୟ ଏଯାବତ୍ କୌଣସି ସମାଧାନ ହୋଇ ପାରିନାହିଁ।ଓଡ଼ିଶାର ଏକ ଚର୍ଚ୍ଚିତ ଖବର ପାଲଟିଛି ଡାକ୍ତର ଦମ୍ପତ୍ତି ଙ୍କ ବିବାହ ବିବାଦ ମାମଲା।ଦିନ ପରେ ଦିନ ଗଡି ଚାଲିଛି। ଯାହାକୁ ନେଇ ଅନେକାଂଶରେ ବିବାଦ ଏବଂ ଚର୍ଚ୍ଚା ବଢ଼ିବାରେ ଲାଗିଛି। କିନ୍ତୁ ବାହାରି ପାରୁନାହିଁ କୌଣସି ସମାଧାନର ବାଟ।ଦୀର୍ଘଦିନ ଧରି ଜଣେ ମହିଳା ତାର ନ୍ୟାୟ ପାଇଁ ଲଢେଇ କରିବା ପ୍ରାୟତଃ ସମସ୍ତଙ୍କୁ ଚକିତ କରୁଥିବ। କାରଣ ଏପରି ଘଟଣା ବହୁତ୍ କମ୍ ସମୟରେ ଦେଖିବାକୁ ପାଇଥିବେ ସମସ୍ତେ।

ଯାହା ଦେଖିବାକୁ ମିଳୁଛି ପ୍ରତିଦିନ ସ୍ତ୍ରୀ ତପସ୍ୱିନୀ ଓ ତାଙ୍କ ସ୍ୱାମୀ ସୁମିତଙ୍କ ପାରିବାରିକ ବିବାଦ ରେ ନୂଆ ନୂଆ ମୋଡ଼ ଆସିବାରେ ଲାଗୁଛି। ତେବେ ପ୍ରତିଦିନ ଏହି ବିବାଦ ଆଲୋଚନାର ବିଷୟ ପାଲଟିବାରେ ଲାଗିଛି। ନିକଟରେ ଏକ ଭିଡିଓ ସାମ୍ନାକୁ ଆସିଥିଲା , ଯେଉଁ ଭିଡିଓ ରେ ଶୁଣିବାକୁ ମିଳୁଛି ତପସ୍ଵିନୀ କହୁଛନ୍ତି ଯେ ୮ ଲକ୍ଷ ଟଙ୍କା ଦେଇ, ଡିଭର୍ଶ ଦେଇ ତୁ ତୋ ବାଟରେ ଯା, ଆଉ ମୁଁ ମୋ ବାଟରେ। ଯାହାକୁ ସେୟାର କରିଥିଲେ ତପସ୍ୱିନୀ ଙ୍କ ସ୍ବାମୀ ସୁମିତ। ତେବେ ଏହି ଭିଡିଓ ସଂପର୍କରେ ତପସ୍ଵିନୀଙ୍କୁ ପଚାରିବାରୁ ସେ ଏହାର ଉତ୍ତର ରଖି କହିଥିଲେ ଯେ ଏହି ଭିଡିଓ ଏବେର ନୁହଁ, ବରଂ ଏହା ଏକ ବର୍ଷ ତଳର ଭିଡିଓ ଅଟେ।

ତପସ୍ୱିନୀ କହିଛନ୍ତି, ମୋ ବାପା ଗାଈ ବିକି ତାଙ୍କ ପରିବାରକୁ ୮ ଲକ୍ଷ ଟଙ୍କା ଦେଇଥିଲେ। ଯେତେବେଳେ ସୁମିତ ଡିଭର୍ଶ କଥା କହିବାରୁ ମୁଁ ସେହି ଟଙ୍କା କଥା କହିଥିଲି।ଏହା ଭିନ୍ନ ଘଟଣା ଥିଲା। ମୁଁ କିନ୍ତୁ ୮ ଲକ୍ଷ କଣ ୮ ଶହ କୋଟି ଟଙ୍କା ଦେଲେବି ଏବେ ଛାଡ଼ପତ୍ର ଦେବିନାହିଁ ବୋଲି କହିଛନ୍ତି ତପସ୍ଵିନୀ। ଏହାପରେ ପୁଣି ଏକ ପୂର୍ବ ଭିଡିଓ ଏବେ ସାମ୍ନାକୁ ଆସିଛି।ଏହି ଭିଡିଓ ସଂପର୍କରେ ତପସ୍ଵିନୀ କହିଛନ୍ତି ଏହା ମୋର ଆବୋରସନ ସମୟର ଭିଡିଓ। ମାଇଗ୍ରେନ୍ ପାଇଁ ଔଷଧ କହି ମୋତେ ଖୁଆଇ ପରେ ସୁମିତ ମୋର ଆବୋରସନ କରାଇଥିଲେ। ଆଉ ତା ପରେ ମୁଁ ଅସୁସ୍ଥ ହୋଇ ପଡ଼ିଥିଲି। ମୋ ଦେହ ବହୁତ୍ ଖରାପ୍ ହୋଇଥିଲା ବୋଲି କହିଛନ୍ତି ତପସ୍ଵିନୀ।

ସେହି ସମୟରେ ସୁମିତ ମୋ ପାଖରେ ଥିଲେ।ଏହା ସେହି ସମୟର ଫଟୋ। ତେବେ ମୋର ଗର୍ଭ ୪ ସପ୍ତାହ ଯାଇ ୫ ସପ୍ତାହରେ ଚାଲିଥିବା ବେଳେ ମୋତେ ନ ଜଣାଇ ସୁମିତ ମୋର ଆବୋରସନ କରିଥିଲେ।ଆଉ ତାପରେ ଏହି ଜାଗାରେ ମୁଁ ଥିଲି, ଯେଉଁ ସ୍ଥାନର ଫଟୋ ଏଠାରେ ଦେଖିବାକୁ ମିଳିଛି।ଏହା ହେଉଛି ୨୦୨୦ ମସିହାର ଘଟଣା ବୋଲି ତପସ୍ଵିନୀ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.