Swastik Tv News Odisha

ସରକାରଙ୍କ ବଡ଼ ଘୋଷଣା ; ଓଡ଼ିଶାର ରାସନ କାର୍ଡ଼ ଧାରୀଙ୍କୁ ମିଳିବ ୧ ହଜାର ଟଙ୍କା , କଣ କରିବାକୁ ପଡିବ ଏବଂ କିପରି ପାଇବେ ଜାଣନ୍ତୁ…

0

ସରକାର ଲୋକ ମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକାର ଯୋଜନା ଆରମ୍ଭ କରିଛନ୍ତି। ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଦୀର୍ଘ ୨ ବର୍ଷରୁ ଅଧିକ ସମୟ ଧରି ସମଗ୍ର ଦେଶରେ କରନା ମହାମାରି ଦେଖା ଦେଇଛି। ଲୋକମାନଙ୍କର ଆର୍ଥିକ କ୍ଷେତ୍ରରେ ଅନେକ ପ୍ରଭାବ ପଡ଼ିଥିଲା। ଯେତେବେଳେ ଲୋକ ମାନଙ୍କର ରୋଜଗାର ବନ୍ଧ ହୋଇଗଲା ଅନେକ ହଇରାଣ ହରକତ ହେଲେ ତେବେ ଏହାକୁ ଦୃଷ୍ଟିରେ ରଖି ସରକାର ସମସ୍ତ ଗରିବ ଶ୍ରେଣୀର ଲୋକ ମାନଙ୍କୁ ସୁବିଧା ସୁଯୋଗ ପ୍ରଦାନ କରିବାର ବ୍ୟବସ୍ଥା ମଧ୍ୟ କରିଥିଲେ।

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ କରନା ପାଇଁ ଚାଉଳ ଦିଆଯାଉଥିଲା। ତେବେ ବନ୍ଧୁଗଣ ଯଦି ଦେଖିବା କରନା ସମ୍ପୂର୍ଣ୍ଣ ଭାବରେ କମି ନାହିଁ। ଯାହା ଫଳରେ ସେମାନେ ଲୋକ ମାନଙ୍କ ଆର୍ଥିକ ପରିସ୍ଥିତି ବର୍ତ୍ତମାନ ସୁଦ୍ଧା ସୁଧୁରି ନାହିଁ। ଏହାକୁ ଦୃଷ୍ଟିରେ ରଖି ସରକାର ଏକ ନୂଆ ପ୍ୟାକେଜ ନେଇ ଆସୁଛନ୍ତି। ସମସ୍ତ ଗରିବ ରାସନ କାର୍ଡ଼ ଧାରୀ ମାନଙ୍କୁ ଖାତାକୁ ୧ ହଜାର ଟଙ୍କା ଦିଆଯିବାର ବ୍ୟବସ୍ଥା କରାଯାଇଛି। ସେଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ୩୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ୪୦ ଟି ଜିଲ୍ଲାର ରାସନ କାର୍ଡ଼ ଧାରିଙ୍କୁ ଟଙ୍କା ଦିଆଯିବାର ବ୍ୟବସ୍ଥା କରାଯାଇଛି।

ଏହା କେବଳ କୋଭିଡ ପରିସ୍ଥିତି ପାଇଁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେବା ପାଇଁ ସମୟ ସୀମା ଧାର୍ଯ୍ୟ କରାଯାଇଛି। ତେବେ ଆସନ୍ତା ୭ ଦିନ ମଧ୍ୟରେ ଏହି ପ୍ରକ୍ରିୟା ଶେଷ କରିବା ପାଇଁ ନିର୍ଦେଶନାମା ଧାର୍ଯ୍ୟ କରାଯାଇଛି। ଏହା ବ୍ୟତୀତ ଆସନ୍ତା ୨୭ ତାରିଖରେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହୋଇପାରେ। ଏହି ସମୟ ମଧ୍ୟରେ ଟଙ୍କା ବଣ୍ଟନ କରିବା ପାଇଁ ନିର୍ଦ୍ଧେଶ ଦିଆଯାଇଛି। ତେବେ ଏଥି ପାଇଁ ବିଜୁ ସ୍ୱାସ୍ଥ୍ୟ କାର୍ଡ଼କୁ ପ୍ରାଥମିକ ଘୋଷଣା ପତ୍ର ଭାବରେ ଗ୍ରହଣ କରାଯିବ। ଯାହା ପାଖରେ ଏହି ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ନଥିବ ସେଥିପାଇଁ ସେମାନଙ୍କୁ ଜାତିୟ ଖାଦ୍ୟ ସୁରକ୍ଷା କାର୍ଡ଼ ବା ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଡ଼ ଦେଖାଇ ପାରିବେ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କର ଏହା ଏକ ବଡ଼ ଘୋଷଣା ବୋଲି କୁହାଯାଇପାରେ।

ଏଥି ସହିତ ଆଗାମୀ ସାତ ଦିନ ମଧ୍ୟରେ ଏହା ସାରିବା ପାଇଁ ଧାର୍ଯ୍ୟ କରାଯାଇଛି। ପଞ୍ଚାୟତ ନିର୍ବାଚନ ରେ ରାଜ୍ୟ ସରକାର ବାଜି ମାରିବା ପାଇଁ ଏହା ଏକ ବଡ଼ ଚାଲ ବୋଲି ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ବନ୍ଧୁଗଣ ଏହା ପଞ୍ଚାୟତ ନିର୍ବାଚନ ସହିତ କୌଣସି ସମ୍ପର୍କ ନାହିଁ। କୋଭିଡ-୧୯ ରେ ଲୋକ ମାନଙ୍କର ଆର୍ଥିକ ପରିସ୍ଥିତି ଏପର୍ଯ୍ୟନ୍ତ ସୁଧୁରି ନାହିଁ। ସେଥିପାଇଁ ଲୋକ ମାନଙ୍କର ପରିସ୍ଥିତିକୁ ଦୃଷ୍ଟିରେ ରଖି ୧ ହଜାର ଟଙ୍କା ସମସ୍ତଙ୍କୁ ବଣ୍ଟନ କରାଯିବ। ତେବେ ବନ୍ଧୁଗଣ ଆପଣ ମାନେ ମଧ୍ୟ ଏହାର ଲାଭ ଉଠାନ୍ତୁ ଯଦି ଆପଣ ଜଣେ ଉପଯୁକ୍ତ ହିତାଧିକାରୀ। ତେବେ ସରକାରଙ୍କ ଏଭଳି ଘୋଷଣା ସ୍ୱାଗତ ଯୋଗ୍ୟ ବୋଲି ସାବ୍ୟସ୍ତ ହୋଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.