Swastik Tv News Odisha

ପସନ୍ଦ କରନ୍ତୁ ନିଜର ( ଜନ୍ମ ବାର ) – ଆଉ ଜାଣନ୍ତୁ ନିଜର ଆଗାମୀ ଭବିଷ୍ୟତ ବିଷୟରେ କିଛି ଗୁରୁତ୍ବପୂର୍ଣ୍ଣ କଥା

0

ପ୍ରତ୍ୟେକ ବ୍ୟକ୍ତିର ଜନ୍ମ ବାର ଜାଣିବା ଅତ୍ୟନ୍ତ ଜରୁରୀ ହୋଇଥାଏ , କାରଣ ବ୍ୟକ୍ତିର ଜନ୍ମ ବାରରୁ ତାର ଭବିଷ୍ୟତ ଓ ବ୍ୟକ୍ତିତ୍ୱ ବିଷୟରେ ଅନେକ କିଛି ତଥ୍ୟ ଜାଣିବାକୁ ମିଳିଥାଏ । ସେଥିପାଇଁ ପ୍ରତ୍ୟେକ ବାପା ମା ସେମାନଙ୍କ ସନ୍ତାନର ଜନ୍ମ ବାର ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି । ତେବେ ଆଜି ଆମେ ଜାଣିବା କେଉଁ ବାର ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିଙ୍କର ସ୍ୱାଭାବ କିପରି ହୋଇଥାଏ।

1. ସୋମବାର :-

ସୋମବାରରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ସର୍ବଦା ବିନା ଦ୍ୱନ୍ଦରେ ନିଜ କାର୍ଯ୍ୟ ନିଜେ କରିବାକୁ ଭଲ ପାଇଥାନ୍ତି । ଏମାନେ ଆତ୍ମନିର୍ଭରଶୀଳ ହେବାକୁ ବହୁତ ପସନ୍ଦ କରିଥାନ୍ତି ଏବଂ ସମସ୍ତ କାର୍ଯ୍ୟକୁ ସଫଳତାର ସହିତ ସମାପ୍ତ କରିବା ପାଇଁ ପସନ୍ଦ କରନ୍ତି ।

2. ମଙ୍ଗଳବାର :-

ମଙ୍ଗଳବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ହନୁମାନଙ୍କର ପୂଜା ଅର୍ଚ୍ଚନା କରିବାକୁ ଭଲ ପାଇଥାନ୍ତି । ଏମାନେ କୌଣସି କାର୍ଯ୍ୟ କରିବାକୁ ଭୟ କରି ନଥାନ୍ତି , ଏମାନେ ଅନ୍ୟ କାହାର କ୍ଷତି କରିବା ପାଇଁ ମଧ୍ୟ ଚିନ୍ତା କରନ୍ତି ନାହିଁ ।

3. ବୁଧବାର :-

ବୁଧବାର ଜନ୍ମ ହୋଇଥିବା ବ୍ୟକ୍ତି ମାନେ ପରୋପକାରୀ ସ୍ୱଭାବ ର ହୋଇଥାନ୍ତି ଏବଂ ଏମାନେ ସର୍ବଦା ଅନ୍ୟର ମଙ୍ଗଳ ଚାହିଁଥାନ୍ତି । ଏହି ବ୍ୟକ୍ତିମାନେ ଖୋଲା ହୃଦୟର ହୋଇଥାନ୍ତି ଏବଂ ଅନ୍ୟକୁ ସାହାର୍ଯ୍ୟ ସହଯୋଗ କରିବା ପାଇଁ କିଛି ବି କରି ପାରନ୍ତି ।

4. ଗୁରୁବାର :-

ମାତା ଲକ୍ଷ୍ମୀଙ୍କର ପ୍ରିୟ ବାର ଗୁରୁବାର ଅଟେ , ଏହି ବାର ରେ ଯେଉଁ ବ୍ୟକ୍ତିମାନେ ଜନ୍ମ ହୋଇଥାନ୍ତି ସେମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିଥାଏ । ଆର୍ଥିକ ସମସ୍ୟା ଦେଖା ଦେଇ ନଥାଏ ଏବଂ ଜୀବନ ଖୁସୀରେ ଅତିବାହିତ କରିଥାନ୍ତି ।

5. ଶୁକ୍ରବାର :-

ଶୁକ୍ରବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ବହୁତ ବୁଦ୍ଧିମତୀ ହେବା ସହିତ ବହୁତ ଜ୍ଞାନୀ ହୋଇଥାନ୍ତି । ଏମାନେ ସର୍ବଦା ଏକାକୀ ରହିବା ପାଇଁ ପସନ୍ଦ କରିଥାନ୍ତି ଏବଂ ସର୍ବଦା ନିଜ ହିସାବରେ କାର୍ଯ୍ୟ ସମ୍ପାଦନ କରିଥାନ୍ତି । ଏମାନେ କୌଣସି ବିଷୟକୁ ନେଇ କାହା ଉପରେ ନିର୍ଭର କରନ୍ତି ନାହିଁ ।

6. ଶନିବାର :-

ଶନିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ସର୍ବଦା ସତ୍ୟର ସାଥ୍ ଦେଇଥାନ୍ତି ଏବଂ ଏମାନେ କୌଣସି ପ୍ରକାର ଖରାପ ଚିନ୍ତାଧାରା ଆସି ନଥାଏ । ଏହାଛଡା ଏମାନେ ନ୍ୟାୟବନ୍ତ ମଧ୍ୟ ହୋଇଥାନ୍ତି ଏବଂ ମଣିଷ ହିସାବରେ ବହୁତ ଭଲ ହୋଇଥାନ୍ତି ।

7. ରବିବାର :-

ରବିବାର ସୂର୍ଯ୍ୟଙ୍କର ବାର ଅଟେ , ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଖୁବ୍ ଶୀଘ୍ର ରାଗି ଯାଇଥାନ୍ତି । ଏମାନେ କାହାର କଥା ଶୁଣନ୍ତି ନାହିଁ , ଏମାନେ ପ୍ରବଳ କ୍ରୋଧୀ ସ୍ୱଭାବର ହୋଇଥାନ୍ତି । ତେଣୁ କ୍ରୋଧକୁ ନିୟନ୍ତ୍ରଣରେ ରଖିବା ଅତ୍ୟନ୍ତ ଜରୁରୀ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.