Swastik Tv News Odisha

ଉଭୟ ପୁରୁଷ ଏବଂ ମହିଳା ଭୁଲରେ ମଧ୍ୟ ଗୁଗୁଲରେ ସର୍ଚ୍ଚ କରନ୍ତୁ ନାହିଁ ଏହି ୫ଟି ଜିନିଷ, ନଚେତ୍ ଯିବାକୁ ପଡିବ ଜେଲ୍….

0

ଆଜିର ଡିଜିଟାଲ ଦୁନିଆରେ ଯେକୌଣସି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଗୁଗୁଲ୍ ର ସହାୟତା ନେଇଥାଉ । ଆଉ ଗୋଟିଏ କ୍ଲିକ ରେ ଆମକୁ ସବୁ ପ୍ରଶ୍ନର ଉତ୍ତର ଦେଇଥାଏ ଗୁଗୁଲ ,ବିଭିନ୍ନ ରୋଗ ଠାରୁ ଆରମ୍ଭ କରି ରୋଷେଇ ରେସିପି ପର୍ଯ୍ୟନ୍ତ ସବୁକିଛି ଜାଣିବା ପାଇଁ ଆମେ ଗୁଗୁଲକୁ ବ୍ୟବହାର କରିଥାଉ । ତେବେ ଗୁଗୁଲ ରୁ ମିଳୁଥିବା ଉତ୍ତର କେତେବେଳେ ଠିକ୍ ଥାଏ ତ ଆଉ କେତେବେଳେ ଭୁଲ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଗୁଗୁଲ ରେ କଣ୍ଟେଣ୍ଟକୁ ଖୋଜିବା ପାଇଁ ମଧ୍ୟ ଆପଣଙ୍କୁ ଜେଲ ହୋଇପାରେ । ତେବେ ଆଜି ଆମେ ସେହିଭଳି କେତେକ କଣ୍ଟେଣ୍ଟ ବାବଦରେ କହିବୁ ଯାହାକୁ ଭୁଲରେ ମଧ୍ୟ ଆପଣ ଗୁଗୁଲରେ ସର୍ଚ୍ଚ କରିବେ ନାହିଁ ।

1. ଚାଇଲ୍ଡ ପର୍ଣ୍ଣ :-

ଚାଇଲ୍ଡ ପୋନଗ୍ରାଫିକୁ ନେଇ କଡା ଆଭିମୁଖ୍ୟ ନେଇଛନ୍ତି ଭାରତ ସରକାର ,ଗୁଗୁଲରେ ଚାଇଲ୍ଡ ପର୍ଣ୍ଣ ସର୍ଚ୍ଚ କରିବା , ଦେଖିବା କିମ୍ୱା ସେୟାର କରିବା ଅପରାଧ ଅଟେ । ଏଭଳି କଲେ ଆପଣଙ୍କୁ ଜେଲ ଯିବାକୁ ପଡିପାରେ ।

2. ଗର୍ଭପାତ କେମିତି କରିବେ :-

ଗୁଗୁଲ ରେ ଗର୍ଭପାତର ଉପାୟ ସର୍ଚ୍ଚ କରିବା ମଧ୍ୟ ଏକ ସାଙ୍ଘାତିକ ଅପରାଧ , ଏମିତି ଭୁଲରେ ମଧ୍ୟ କରନ୍ତୁ ନାହିଁ । ଭାରତୀୟ ଆଇନ ବ୍ୟବସ୍ଥା ଅନୁଯାୟୀ ଡାକ୍ତରଙ୍କର ବିନା ପରାମର୍ଶରେ ଗର୍ଭପାତ କରାଯାଇ ପାରିବ ନାହିଁ ।

3. ବମ୍ ତିଆରି କରିବା ପ୍ରକ୍ରିୟା :-

ଗୁଗୁଲ ରେ କେବେବେି ବମ୍ ତିଆରି କରିବାର ପ୍ରକ୍ରିୟା ସର୍ଚ୍ଚ କରନ୍ତୁ ନାହିଁ , ଏଭଳି ଗତିବିଧି ଉପରେ ସାଇବର ସେଲ ସବୁବେଳେ ନଜର ରଖିଥାଏ । ଏଭଳି କଲେ ଆପଣ ମାନେ ଆଡୁଆରେ ପଡି ପାରନ୍ତି , ସୁରକ୍ଷା ଏଜେନ୍ସି ଆପଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଆପଣଙ୍କୁ ଜେଲ ଦଣ୍ଡ ହୋଇପାରେ ।

4. ଫିଲ୍ମି ପାୟରେସି :-

ଫିଲ୍ମୀ ରିଲିଜ ହେବା ପୂର୍ବରୁ ଅନଲାଇନରେ ଏହାକୁ ଲିକ୍ କରିବା ଅପରାଧ ଶ୍ରେଣୀର ଅନ୍ତଭୁକ୍ତ । ଯଦି ଆପଣ ଅନଲାଇନ ରେ ଆଗୁଆ ଲିକ୍ କିମ୍ୱା ଡାଉନଲୋଡ କରୁଛନ୍ତି ତେବେ ଏହା ଏକ ବଡ ଅପରାଧ । ଏହି ନିୟମ ଉଲଙ୍ଘନ କଲେ 3 ବର୍ଷ ଜେଲ ଦଣ୍ଡ ସହ 10 ହଜାର ଟଙ୍କା ଜୋରିମନା ଦେବାକୁ ପଡିବ ।

5. ପ୍ରାଇଭେଟ୍ ଫୋଟ ଆଉ ଭିଡିଓ :-

ସୋସିଆଲ ମିଡିଆ କିମ୍ୱା ଗୁଗୁଲରେ ପ୍ରାଇଭେଟ ଫୋଟ କିମ୍ୱା ଭିଡିଓ ଲିକ୍ କରିବା ଏକ ଦଣ୍ଡନୀୟ ଅପରାଧ । ଏଥିପାଇଁ ମଧ୍ୟ ଆପଣଙ୍କୁ ଜେଲ ହୋଇପାରେ , ତେବେ ଭୁଲରେ ମଧ୍ୟ ଗୁଗୁଲ ରେ କାହାର ପ୍ରାଇଭେଟ୍ ଫୋଟ ଓ ଭିଡିଓ ସେୟାର କରନ୍ତୁ ନାହିଁ । ତେଣୁ ଆଜି ଠାରୁ ଏସବୁ ପ୍ରତି ସତର୍କ ହୋଇ ଯାଆନ୍ତୁ , ନଚେତ୍ ଅନେକ ଅସୁବିଧାର ସାମ୍ନା କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.