Swastik Tv News Odisha

Dimple-Sumit ବିବାଦ ! ଶ୍ୱଶୁର ଘରେ ରହି ପାରିବେନି ତପସ୍ୱିନୀ ! କାହିଁକି ରହିପାରିବେନି ଦେଖନ୍ତୁ କଣ କହୁଛନ୍ତି ସୁମିତ ଙ୍କ ଓକିଲ…ଦେଖନ୍ତୁ ଭିଡ଼ିଓ

0

ଆଜିକାଲିର ଶିକ୍ଷିତ ସମାଜରେ ଯୁବକ ଯୁବତୀ ସମସ୍ତେ ଭଲ ପାଇ ବିବାହ କରୁଛନ୍ତି। ଯଦି ପୂର୍ଵ କଥା ଦେଖିବା ସେତେବେଳେ ଘୋର ଲୋକ ଯେଉଁଠି ବିବାହ କରୁଥିଲେ। କିଛି ନଦେଖି ପୁଅ ଝିଅ ବିବାହ କରିବା ପାଇଁ ରାଜି ହୋଇଯାଉଥିଲେ। ବର୍ତ୍ତମାନ ସମୟରେ ଯୁଗ ବହୁତ ପରିବର୍ତ୍ତନ ଆସିଗଲାଣି। ପ୍ରଥମ ଦେଖାରେ ପୁଅ ଝିଅ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇ ଯାଉଛି। ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଯାହାକି ଆମ ସମାଜ ବିରୋଧୀ ହୋଇଥାଏ। ତେବେ କେତେକ କ୍ଷେତ୍ରରେ ଭଲ ପାଇ ଘର ଲୋକଙ୍କ ଇଚ୍ଛା ବିରୁଦ୍ଧରେ ଵିଵାହ କରୁଛନ୍ତି। ଏବଂ ଵିଵାହ ପରେ ଆରମ୍ଭ ହୋଇଯାଉଛି ସଂପର୍କର ଫାଟ। ଅଧିକାଂଶ କ୍ଷେତ୍ରରେ ଦେଖାଯାଏ ଯେ ମହିଳା ମାନେ ଅଧିକ ନିର୍ଯାତନାର ଶିକାର ହୋଇଥାନ୍ତି।

ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ଏଭଳି ଅନେକ ଘଟଣା ଆମ ସମାଜରେ ଦେଖିବା ପାଇଁ ମିଳିଥାଏ। ଯଦି ଦେଖିବା ବର୍ତ୍ତମାନ ସମୟରେ ତପସ୍ୱିନୀଙ୍କ ଘଟଣା କିଛି ଏହି ଭଳି ହୋଇଛି। ନିଜ ସ୍ୱାମୀ ପାଖରେ ରହିବା ପାଇଁ ସେ ଶ୍ୱଶୁର ଘର ଆଗରେ ବସି ରହିଛନ୍ତି। ତେବେ ବର୍ତ୍ତମାନ ସମୟରେ ପ୍ରଶ୍ନ ଉଠୁଛି ଯେ ଶ୍ୱଶୁର ଘରେ ରହି ପାରିବେ କି ତପସ୍ୱିନୀ ? ଏନେଇ ତାଙ୍କ ଓକିଲ କଣ କହିଲେ ଆସନ୍ତୁ ଜାଣିବା। ଆପଣ ମାନେ ସମସ୍ତେ ଜାଣିଛନ୍ତି ତପସ୍ୱିନୀ କୋର୍ଟରେ ଅପିଲ କରିଥିଲେ ନିଜ ସ୍ୱାମୀ ପାଖରେ ରହିବା ପାଇଁ ପ୍ରଥମେ ଯେଉଁ ବିଚାର ହୋଇଥିଲା।

ତାହା ଆଉ ଗୋଟିଏ ତାରିଖକୁ ରଖା ଯାଇଥିଲା। ଏହାପରେ ଯେଉଁ ବିଚାର ହୋଇଥିଲା କୋର୍ଟ ରେ ତାହା ସମସ୍ତଙ୍କ ପାଇଁ ଏକ ପ୍ରକାର ସମାଧାନ ଏବଂ ସ୍ୱଗତଯୋଗ୍ୟ ନିଷ୍ପତ୍ତି ଶୁଣାଇ ଥିଲେ। ସମସ୍ତେ ମଧ୍ୟ କୋର୍ଟର ଏଭଳି ନିଷ୍ପତ୍ତି ପାଇଁ ପ୍ରଶଂସା କରିଥିଲେ। ଯାହାବି ହେଉ କୋର୍ଟର ନିର୍ଦେଶ ପାଳନ କରି ଉଭୟ ଏକାଠି ମିଶି ସାତ ଦିନ ରହିଲେ। ତାଙ୍କ ପାଖରେ ମଧ୍ୟ କୌଣସି ଲୋକ ନଥିଲେ। ଏହା ପରେ ସ୍ୱାମୀ ସୁମିତ ସେଠାରୁ କୁଆଡେ ଫେରାର ହୋଇଗଲେ। ତପସ୍ୱିନୀଙ୍କ ଶ୍ୱଶୁର କହିବା କଥା ଯେ ସୁମିତର ଦେହ ଖରାପ ଅଛି। ଏପଟେ ସୁମିତ ମଧ୍ୟ ଦେହ ଖରାପ ଥିବା ଏକ ଭିଡ଼ିଆ ମଧ୍ୟ ସେୟାର କରିଥିଲେ। ତପସ୍ୱିନୀ ନିଜ ଶ୍ୱଶୁର ଘରେ ରହିବା ପାଇଁ ମଧ୍ୟ ଅପିଲ କରିଛନ୍ତି।

ଆସନ୍ତା ୨୭ ତାରିଖରେ ବିଚାର ହୋଇପାରେ ସୁମିତଙ୍କ ଓକିଲ କହିବା କଥା ଯାହାବି ହେବ ସବୁ କୋର୍ଟ ରେ ହେବ କୋର୍ଟ ଯାହା ବି ନିଷ୍ପତ୍ତି ନେବ ତାହା ଆମେ ସ୍ୱଗତ କରିବୁ। ଏପଟେ ତପସ୍ୱିନୀଙ୍କ ଓକିଲ ଉଭୟ ମିଶିବା ପାଇଁ ସୁମିତଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି। ଉଭୟଙ୍କ ମଧ୍ୟରେ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ବସେଇ କାଉନ୍ସିଲ କଲେ। ସଂସାର ବସି ଯାଆନ୍ତା। ତେବେ ତପସ୍ୱିନୀ ଶ୍ୱଶୁର ଘରେ ରହିବେ କି ନାହିଁ ତାହା କୋର୍ଟ ନିଷ୍ପତ୍ତି ନେବ। ଆମର ମଧ୍ୟ କୋର୍ଟ ଉପରେ ସମ୍ପୂର୍ଣ୍ଣ ଭରଷା ରହିଛି କୋର୍ଟ ଯାହାବି ନିଷ୍ପତ୍ତି ହେବ ଆମେ ସ୍ୱଗତ କରିବୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.