Swastik Tv News Odisha

ଜୋରଜବରଦସ୍ତି କରି ସ୍ୱାମୀଙ୍କ ହୃଦୟ ଜିତି ହୁଏନି, କାହିଁକି ଏମିତି କହିଲେ ଏହି ମହିଳା…..ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ ନୂଆ ନୂଆ ତଥ୍ୟ ଶୁଣିବା ପାଇଁ ମିଳୁଛି। ସମାଜରେ ସବୁ ଠାରୁ ପାରିବାରିକ କଳହ ଅଧିକ ମାତ୍ରାରେ ଦେଖିବା ପାଇଁ ମିଳୁଛି। ଆଜିକାଲିର ଯୁବକ ଯୁବତୀ ମାନେ ମନ ମୁତାବକ ନିଜ ପସନ୍ଦରେ ବିବାହ କରୁଛନ୍ତି। କିନ୍ତୁ ତାଙ୍କର ଏହି ନିଷ୍ପତ୍ତିରେ ତାଙ୍କ ପରିବାର ଲୋକ ମାନେ ବିରୋଧ କରି ଥାଆନ୍ତି। ଏଥିପାଇଁ ପରିବାରରେ ବହୁତ କଳି ଝଗଡା ସୃଷ୍ଟି ଲାଗି ରହିଥାଏ। ଏହା ପରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଭିତରେ ମଧ୍ୟ ଝଗଡ଼ା ଦେଖା ଯାଇଥାଏ। ସ୍ତ୍ରୀ ମଧ୍ୟ ତା’ର ସ୍ୱାମୀ ପାଖରେ ରହିବା ପାଇଁ ଜିଦ ଧରି ବସି ରହିଥାଏ। ଏମିତିକି ସ୍ତ୍ରୀ ମଧ୍ୟ ବହୁତ ଦୁଃଖ ଓ କଷ୍ଟ କରିଥାଏ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ସମାଜସେବୀ ଅନୁରାଧା ଦାସ କହୁଛନ୍ତି ଯେ, କେହି କେବେ ଜୋର ଜବରଦସ୍ତ କରି ସ୍ୱାମୀର ହୃଦୟ ଜିତି ହୁଏ ନାହିଁ। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଵିଷୟରେ ଜାଣିବା;

ସୂଚନା ଅନୁସାରେ, ଓଡ଼ିଶାରେ ବର୍ତ୍ତମାନ ଗୋଟିଏ ଖବରକୁ ନେଇ ଚର୍ଚ୍ଚା ଜୋର ସୋର ଭାବରେ ଲାଗି ରହିଛି। ତପସ୍ୱିନୀ ଦାସ ଓ ଡାକ୍ତର ସୁମିତ ସାହୁଙ୍କ ଘଟଣାକୁ ନେଇ ଚାରି ଆଡ଼େ ଶୁଣିବା ପାଇଁ ମିଳୁଛି। ସେ ଦୁଇ ଜଣଙ୍କୁ ନେଇ ପ୍ରତିଦିନ କିଛି ନା କିଛି ନୂଆ ନୂଆ ତଥ୍ୟ ଶୁଣିବା ପାଇଁ ମିଳୁଛି। ତପସ୍ୱିନୀ ଦାସ ନିଜ ଶାଶୂଘରକୁ ବୋହୂ ହୋଇ ଯିବା ପାଇଁ ତାଙ୍କ ଶାଶୂଘର ସମ୍ନାରେ ରାତି ରାତି ଧାରଣାରେ ବସି ରହିଛନ୍ତି। ମହିଳାଙ୍କୁ ଅନେକ ଲୋକ ମାନେ ମଧ୍ୟ ସମର୍ଥନ କରୁଛନ୍ତି।

ତେବେ ମହିଳାଙ୍କୁ ସାହାଯ୍ୟ କରିବା ପାଇଁ ଓଡିଶା ନୁହେଁ ବରଂ ଓଡିଶା ବାହାରୁ ମଧ୍ୟ ଲୋକ ମାନେ ସାହାଯ୍ୟ ଓ ସହଯୋଗ କରୁଛନ୍ତି। ତେବେ ମହିଳାଙ୍କ ଉପରେ ଲୋକ ମାନଙ୍କ ଠାରୁ ଆରମ୍ଭ କରି ସମାଜସେବୀ ପର୍ଯ୍ୟନ୍ତ ସମସ୍ତେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ତେବେ ମହିଳାଙ୍କୁ ନେଇ ସମାଜସେବୀ ଅନୁରାଧା ଦାସ କହୁଛନ୍ତି ଯେ, ମହିଳା ଜଣଙ୍କ ଯେଉଁ ଏଭଳି କାର୍ଯ୍ୟ କରୁଛନ୍ତି ତାହା ସମ୍ପୂର୍ଣ୍ଣ ଭାବରେ ଭୁଲ ଅଟେ।

ସ୍ୱାମୀର ହୃଦୟକୁ କେହି କେବେ ହେଲେ ବି ଜୋର ଜବରଦସ୍ତ କରି ହୃଦୟ ଜିତି ପାରେ ନାହିଁ। ସ୍ୱାମୀର ହୃଦୟ ଜିତିବା ପାଇଁ ହେଲେ ସ୍ନେହ, ଶ୍ରଦ୍ଧା ଓ ଅଜସ୍ର ଭଲ ପାଇବା ଦେବା ଉଚିତ, ଯାହା ଫଳରେ ଜଣେ ମହିଳା ତା’ର ସ୍ୱାମୀର ହୃଦୟ ଜିତି ପାରିବ। ସମାଜସେବୀ ଆହୁରି କହୁଛନ୍ତି ଯେ, ତପସ୍ୱିନୀ ଏଭଳି କାର୍ଯ୍ୟ ଆଉ କରନ୍ତୁ ନାହିଁ ଆଉ କଥା ମଧ୍ୟ ଆଗକୁ ବଢ଼ାନ୍ତୁ ନାହିଁ। ତେବେ ଏଭଳି ହେବା ଦ୍ୱାରା ବର୍ତ୍ତମାନ ସମାଜରେ ବିଶୃଙ୍ଖଳା ସୃଷ୍ଟି ହେଉଛି ଓ ସମାଜର ଲୋକ ମାନଙ୍କ ଉପରେ ମଧ୍ୟ କୁପ୍ରଭାବ ପଡୁଛି। ଏଭଳି ସବୁ ବନ୍ଦ କରି ତପସ୍ୱିନୀ ଓ ସୁମିତଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଯିବା ଆବଶ୍ୟକ ତେବେ ଭଗବାନଙ୍କ ନିକଟରେ ଏତିକି ପ୍ରାର୍ଥନା ସେମାନେ ପୁଣି ଥରେ ମିଶି ଯାଆନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.