Swastik Tv News Odisha

ଦେଖନ୍ତୁ Shocking ଭିଡ଼ିଓ : ମୋ ଝିଅ ଆଉ ନାହିଁ’ ମୋ ଝିଅ କୁ ଏମାନେ ରାତିରେ….

0

ନବବର୍ଷ ରେ ସାମ୍ନାକୁ ଆସିଛି ଏମିତି ଏକ ଦୁଃଖଦ ଘଟଣା ଯାହା ଅତ୍ୟନ୍ତ ଦୁଃଖ ଦାୟକ ଏବଂ ଏହାକୁ ସହିବା ସହଜା ନୁହେଁ। ଯାହା ସାଧାରଣରେ ବୟାନ କରୁଛି ଯେ ମୃତ୍ୟୁ କିପରି ଅଚାନକ ଆସିଥାଏ ଏବଂ ଏକ ଦୁଃଖଦ ସ୍ଥିତି ସୃଷ୍ଟି କରିଥାଏ। ଆମ ଚତୁଃପାର୍ଶ୍ଵରେ ବେଳେବେଳେ ଏମିତି କିଛି ଘଟଣା ଘଟି ଯାଇଥାଏ ଯାହା ସମସ୍ତଙ୍କୁ ଏକ ଦୁଃଖଦ ପରିବେଶ ଭିତରକୁ ଠେଲି ଦେଇଥାଏ। ଯାହାକୁ ସହଜରେ ଭୁଲିବା ସହଜ ପର ହୋଇ ନଥାଏ। ଏହା ଏମିତି ଦୁଃଖ ଦେଇ ଯାଇଥାଏ ଯାହାକୁ ଭୁଲିବା କଷ୍ଟକର ହୋଇ ପଡେ। ସେହିପରି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି।

ତେବେ ଆମେ ଯେଉଁ ଘଟଣା ସଂପର୍କରେ କହିବାକୁ ଯାଉଛୁ ତାହା ଘଟିଛି ସୁନାବେଡ଼ା କୋରାପୁଟ ର ଝିଅ ସୁଶ୍ରୀ ପ୍ରଜ୍ଞମିତା ସେଠୀଙ୍କ ସହିତ। ଆଜି ତାଙ୍କର ମୃତଦେହ ଭୁବନେଶ୍ୱରର ଏକ ଘରୋଇ କଲେଜ ହଷ୍ଟେଲ ଭିତରୁ ଜଣେ ଝୁଲନ୍ତା ଅବସ୍ଥାରେ ମିଳିଛି। ଆଉ ଏହି ଖବର ରାଜଧାନୀରେ ଏକ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ସୂଚନା ଅନୁସାରେ ଇନ୍‌ଫୋସିଟି ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଘଟିଛି ଏପରି ଅଘଟଣ। ତେବେ ମୃତ ଛାତ୍ରୀ ସୁଶ୍ରୀ ପ୍ରଜ୍ଞମିତା ସେଠୀ ଭୁବନେଶ୍ବର ର ଏକ ଘରୋଇ କଲେଜରେ ଏମବିଏ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ।

ତାଙ୍କର ଏହି ଖବର ସାମ୍ନାକୁ ଆସିବା ପରେ ସୂଚନା ପାଇ ପୁଲିସ୍‌ ପହଞ୍ଚି ସେଠାରେ ହଷ୍ଟେଲ ରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି। ଏହାକୁ ନେଇ ଝିଅର ବାପା ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି ଯେ ତାଙ୍କର ଝିଅ ଜଣକ ହଷ୍ଟେଲରେ ନିଜର ୨ ସହପାଠିନୀଙ୍କ ସହ ରହୁଥିବା ବେଳେ ସେମାନେ ନୂଆ ବର୍ଷ ପାଇଁ ଘରକୁ ପଳାଇଥିଲେ। ଫଳରେ ଛାତ୍ରୀଜଣକ ରୁମ୍‌ରେ ଏକୁଟିଆ ରହିଥିଲା। ସକାଳେ ସେ ତାର ମାଆ ସହିତ ଭଲ ଭାବରେ କଥା ହୋଇଥିଲା। ପରେ ତାର ମାଆ ତାର କାମ ପଡ଼ିବାରୁ କାମକୁ ପଲାଇ ଥିଲେ। ତେବେ ସନ୍ଧ୍ୟା ୫.୩୦ ରେ ତାଙ୍କ ପାଖକୁ କଲେଜ ରୁ ଫୋନ୍ ଆସିଲା ଯେ ଜଲଦି ଆସି ପହଞ୍ଚିବା ପାଇଁ।

ଏହାପରେ ସେ ଵ୍ୟସ୍ତ ହୋଇ ହଷ୍ଟେଲ କୁ ଫୋନ୍ କରିଥିଲେ ଏବଂ ଝିଅ ବିଷୟରେ ଜାଣିବାକୁ ଚେଷ୍ଟା କରିଥିଲେ। ତେବେ ସବୁ ଠିକ୍ ଥିବା ବେଳେ ଝିଅଟି କ’ଣ ପାଇଁ ଏପରି ଚରମ ପଦକ୍ଷେପ ନେଲେ ସେ ସମ୍ପର୍କରେ କିଛି ସେ ଜାଣି ପାରୁ ନାହାଁନ୍ତି।ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ତେବେ ଝିଅଟି ଏକ ଜବ ଫାଇନାନ୍ସ ରେ ସିଲେକସନ୍ ହୋଇଥିଲା ଏବଂ ଜାନୁଆରୀ ୩ ତାରିଖରେ ତାର ଜଏନିଂ କରିବାର ଥିଲା ବୋଲି କୋହଭରା କଣ୍ଠରେ କହିଛନ୍ତି ଝିଅର ବାପା। ଝିଅକୁ ହରାଇ ବାପା ମାଆ ଯେମିତି ଭାଙ୍ଗି ପଡିଛନ୍ତି। ତେବେ ଫରେନସିକ୍‌ ଟିମ୍‌ ପହଞ୍ଚି ନମୁନା ସଂଗ୍ରହ କରିବା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣା ପଡିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.