Swastik Tv News Odisha

Vastu Shastra – କେଉଁ ମାସରେ ଘର ତିଆରି କଲେ ଘରେ ଧନ ର ବୃଦ୍ଧି ହୁଏ ଜାଣନ୍ତୁ

0

ଯେକୌଣସି ବସ୍ତୁ କିଣିବା ବା ପ୍ରସ୍ତୁତି ଆରମ୍ଭ କରିବା ର ନିର୍ଦ୍ଦିଷ୍ଟ ମାସ ଓ ବାର ରହିଥାଏ । ସେହି ମାସ ଓ ବାର ରେ କାର୍ଯ୍ୟଟି ଆରମ୍ଭ କଲେ ଆମକୁ ଶୁଭଫଳ ପ୍ରାପ୍ତ ହୋଇଥାଏ , ଜୀବନ ଖୁସୀରେ ଅତିବାହିତ ହୋଇଥାଏ । ପ୍ରତ୍ୟେକ ଟି କାର୍ଯ୍ୟ ମଧ୍ୟରୁ ଘର ପ୍ରସ୍ତୁତି କାର୍ଯ୍ୟଟି ମୁଖ୍ୟ ହୋଇଥାଏ । ଯଦି ଆପଣ ଠିକ୍ ଭାବରେ ବା ଠିକ୍ ମାସରେ ଘର ନକଲେ , ତାହାଲେ ଘରେ ସର୍ବଦା ଅଶାନ୍ତି , ଅର୍ଥିକ ସମସ୍ୟା ଲାଗି ରହିଥାଏ । ଅନେକ ବ୍ୟକ୍ତିଙ୍କର ଘର ଅସମ୍ପୂର୍ଣ୍ଣ ହୋଇ ରହି ଯାଇଥାଏ ।

ଯଦି ଆପଣ ଘରଟିଏ ନୂଆକରି ତିଆରି କରିବାକୁ ଚାହିଁଛନ୍ତି ତେବେ କେତେଗୁ଼ଡିଏ ମାସ ରହିଛି , ସେହି ମାସରେ ହିଁ ଘର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରନ୍ତୁ । ଭଲ ବାସ୍ତୁବିତ୍ ଙ୍କୁ ଆଣି ଘର ପ୍ରସ୍ତୁତି କରିବାର ପ୍ଲାନିଙ୍ଗ କରନ୍ତୁ । ଯେତେବେଳେ ଘର ପ୍ରସ୍ତୁତି କରୁଛନ୍ତି , ଘରର ମୁଖ୍ୟ ଦ୍ୱାର ଉଟିତ୍ ଦିଗକୁ ରଖୁଛନ୍ତି , ତେବେ ସବୁକ୍ଷେତ୍ରରେ ଆପଣ ମାନେ ସଫଳତା ପାଇ ପାରିବେ । ଘରର ମୁଖ୍ୟ ଦ୍ୱାର ପୂର୍ବ ଦିଗ ବା ଉତ୍ତର ଦିଗ ସବୁଠାରୁ ବେଷ୍ଟ ହୋଇଥାଏ ।

1 . ବୈଶାଖ ମାସ :-

ଯଦି ଆପଣ ମାନେ ବୈଶାଖ ମାସରେ ଘର ଆରମ୍ଭ କରୁଛନ୍ତି , ତେବେ ଧନ ରତ୍ନ ଲାଭ ଏବଂ ଉନ୍ନତି ମଧ୍ୟ ହୋଇଥାଏ ।

2. ଜ୍ୟୋଷ୍ଠମାସ :-

ଏହି ମାସରେ ଯଦି ଗୃହ ଆରମ୍ଭ କରୁଛନ୍ତି , ତେବେ ଜାଣି ରଖନ୍ତୁ ଗୃହକର୍ତ୍ତାର ମୃତ୍ୟୁ କାର୍ଯ୍ୟରେ ବାଧା ଉପୁଜିବ । ସେଥିପାଇଁ ଭୁଲରେ ମଧ୍ୟ ଜ୍ୟୋଷ୍ଠ ମାସରେ ଘର ପ୍ରସ୍ତୁତି ଆରମ୍ଭ କରନ୍ତୁ ନାହିଁ ।

3. ଆଷାଢମାସ :-

ଏହି ମାସରେ ଯଦି ଆପଣ ଘର ତିଆରି କରୁଛନ୍ତି , ତାହେଲେ ମଧ୍ୟ ଧନ ପ୍ରାପ୍ତି ଏବଂ ଗୃହପାଳିତ ପଶୁଙ୍କର ବୃଦ୍ଧି ହେବ ।

4. ଶ୍ରାବଣମାସ :-

ଶ୍ରାବଣ ମାସରେ ଯଦି ତିଆରି କରୁଛନ୍ତି , ତେବେ ଆପଣଙ୍କର ସମସ୍ତ କାର୍ଯ୍ୟରେ ସଫଳତା ମିଳିବ ।

5. ଭାଦ୍ରବ ମାସ :-

ଏହି ମାସରେ ଯଦି ଆପଣ ଘର ତିଆରି କରୁଛନ୍ତି ତାହେଲେ ସର୍ବ କାର୍ଯ୍ୟ ରେ ସିଦ୍ଧି ହେବ ।

6. ଆଶ୍ୱିନମାସ :-

ଏହି ମାସରେ ଘର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କଲେ କାୟା ନଷ୍ଟ ଏବଂ ରୋଗ ବୃଦ୍ଦି ହେବ ।

7. କାର୍ତ୍ତିକମାସ :-

କାର୍ତ୍ତିକ ମାସରେ ଯଦି ଆପଣ ଘର ତିଆରି କରିବେ ତାହେଲେ ମନେ ରଖନ୍ତୁ ଆପଣଙ୍କ ଘରୁ କୌଣସି କାରଣରୁ ଚୋରୀ ହୋଇଯାଇପାରେ ।

8. ମାର୍ଗଶୀରମାସ :-

ଏହି ମାସରେ ଯଦି ଆପଣ ଘର ତିଆରି କରନ୍ତି ତାହେଲେ ଧନଧାନ୍ୟ ବୃଦ୍ଧି ହୁଏ । ଏହି ମାସରେ ଘର ତିଆରି କରିବା ବହୁତ ଶୁଭ ହୋଇଥାଏ ।

9. ପୌଷମାସ :-

ଏହି ମାସରେ ଘରେ କଲେ ଚୋର ଭୟ ରହିବ , ତେଣୁ ପୌଷ ମାସରେ ଘରେ କେବେ କରନ୍ତୁ ନାହିଁ ।

10. ମାଘମାସ :-

ମାଘ ମାସରେ ଯଦି ଆପଣ ଘର ତିଆରି କରିବେ ତେବେ ଆଳଙ୍କାର ମାନ ପ୍ରାପ୍ତ ହେବ ।

11 ଫାଲ୍ଗୁନମାସ :-

ଏହି ମାସରେ ଘରେ ତିଆରି କରୁଛନ୍ତୁ , ତାହେଲେ ଆପଣଙ୍କୁ ସୁବର୍ଣ୍ଣ ଲାଭ ଏବଂ ଧନ ଲାଭ ମଧ୍ୟ ମିଳିଥାଏ ।

12 ଚୈତ୍ରମାସ :-

ଏହି ମାସରେ ଘର ତିଆରି କଲେ ଘରେ ସର୍ବଦା ଦୁଃଖ କଷ୍ଟ ରେ ବିତିଥାଏ , ତେଣୁ ଏହି ମାସରେ ଘର ପ୍ରସ୍ତୁତି କରନ୍ତୁ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.