Swastik Tv News Odisha

ସ୍କୁଟିରେ ମୋବାଇଲ ଫୋନ ରେ କଥା ହୋଇ ଯାଉଥିଲେ , ଟ୍ରାଫିକ ପୋଲିସ ଅଟକିବାରୁ ଯୁବତୀ ଜଣକ ଏମିତି ବ୍ୟବହାର କଲେ ସୋସିଆଲ ମିଡିଆରେ ହେଉଛି Viral …ଦେଖନ୍ତୁ ଭିଡ଼ିଓ

0

ପ୍ରତିଦିନ ରାସ୍ତା ଘାଟରେ ଗାଡି ଚଳାଚଳ ରେ ଅସୁବିଧା ସୃଷ୍ଟି ହେଲା, ପ୍ରତିଦିନ ଗାଡି ଏକ୍ସିଡେଣ୍ଟ ରେ ହଜାର ହଜାର ଲୋକ ମାନେ ମୃତ୍ୟୁବରଣ କରୁଛନ୍ତି। ଯାହାକି ଏହା ଏକ ଦୁଃଖ ଦାୟକ କଥା ଅଟେ। ଯାହାକୁ ନେଇ ସରକାର ଚିନ୍ତାରେ ପଡି ଯାଇଛନ୍ତି ସେଥିପାଇଁ ସରକାର ଟ୍ରାଫିକ ବ୍ୟବସ୍ଥାକୁ କଡା କଡ଼ି ଭାବରେ କରିଥିଲେ। ଯେମିତିକି ଏହି ଦୃଘଟଣା ରୋକିବା ପାଇଁ ହେଲିମେଣ୍ଟ ପିନ୍ଧିବା, ଜୋରରେ ଗାଡ଼ି ଚଳାଇବା ମନା, ଟ୍ରାଫିକ ନିୟମ ମାନିବା ଇତ୍ୟାଦି ଭଳି ନିୟମ କାନୁନର ବ୍ୟବସ୍ତା କରିଛନ୍ତି। କିନ୍ତୁ ଏଭଳି କରିବା ସ୍ୱତେ ଆହୁରି ମଧ୍ୟ କିଛି ଲୋକ ମାନେ ଅଛନ୍ତି ଟ୍ରାଫିକ ନିୟମ ବାହାରେ ଯାଇ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ଏଭଳି ଏକ ଘଟଣା ସମ୍ନାକୁ ଆସିଛି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଦୃଶ୍ୟ ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏଭଳି ଦୃଶ୍ୟ ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବା ସଙ୍ଗେ ସଙ୍ଗେ ଝଟକା ଅନୁଭବ କରିବେ। ତାହା ହେଉଛି ଜଣେ ଯୁବତୀ ଟ୍ରାଫିକ ପୋଲିସ ସହିତ ଝଗଡା କରୁଛନ୍ତି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଜାଣିବା;

ସୂଚନା ଅନୁସାରେ, ଜଣେ ଯୁବତୀ ଟ୍ରାଫିକ ନିୟମ ନମାନି ସ୍କୁଟି ଧରି ରାସ୍ତାରେ ଫୋନରେ କଥା ବାର୍ତା ହୋଇ ଯାଉଥିଲେ। ଠିକ ସେହି ସମୟରେ ଟ୍ରାଫିକ ପୋଲିସ ସେହି ଯୁବତୀ ଜଣଙ୍କୁ ଅଟକାଇ ଗାଡିରୁ ଚାବି କାଢି ନେଇ ଯାଇ ଥିଲେ ଓ ତାଙ୍କୁ ପଚରା ଉଚରା କରୁଥିଲେ। କିନ୍ତୁ ଯୁବତୀ ଜଣଙ୍କ ଟ୍ରାଫିକ ପୋଲିସଙ୍କ କଥା ନମାନି ତାଙ୍କ ସହିତ ଦୁର୍ବ୍ୟବହାର କରୁଥିଲେ।ଟ୍ରାଫିକ ପୋଲିସଙ୍କ କହିବା ମୁତାବକ ଯୁବତୀଙ୍କ ସ୍କୁଟିରେ ନମ୍ବର ପ୍ଲେଟ ବି ଭାଙ୍ଗି ଯିବା ସହିତ ଯୁବତୀ ଜଣଙ୍କ ଭଙ୍ଗା ହେଲମେଟ ମଧ୍ୟ ପିନ୍ଧିଥିଲେ।

ତେବେ ଏହି ସବୁକୁ ଦେଖି ଟ୍ରାଫିକ ପୋଲିସ ଯୁବତୀଙ୍କୁ ପାଟି କରୁଥିଲେ। ଏଥି ସହିତ ଯୁବତୀଙ୍କୁ ସ୍କୁଟିର କାଗଜ ପତ୍ର ମାଗିଲା ବେଳକୁ ଯୁବତୀ ମନା କରି ଦେଇଛନ୍ତି। ଯୁବତୀ ଖୁବ ଜୋର ସୋର ଭାବରେ ରାଗି ଯାଇ ମମିକୁ ଫୋନ କରି ଡାକିବା ପାଇଁ କହୁଛନ୍ତି। ଟ୍ରାଫିକ ପୋଲିସ କହୁଛନ୍ତି ଯେ, ଯାହା ଇଚ୍ଛା ସେୟା କରନ୍ତୁ। କିନ୍ତୁ ଯୁବତୀ ଜଣଙ୍କ ଟ୍ରାଫିକ ପୋଲିସଙ୍କ କଥା ନଶୁଣି ତାଙ୍କ ସହିତ ଖୁବ ଜୋର ସୋର ଭାବରେ ଝଗଡା କରିଛନ୍ତି। ଏହି ଦୃଶ୍ୟକୁ ଦେଖି ସେଠାରେ ଯାଉ ଥିବା ଲୋକ ମାନେ ଅଟକି ଭିଡ଼ ଜମାଇ ଦେଇଥିଲେ। ସେଠାରେ ଥିବା ଲୋକ ମାନଙ୍କ ମଧ୍ୟରୁ କେହି ଜଣେ ଏଭଳି ଦୃଶ୍ୟକୁ ନିଜ ମୋବାଇଲରେ ରେକର୍ଡ଼ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ବର୍ତ୍ତମାନ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.