Swastik Tv News Odisha

ପୁଣି Anubhav & Varsha ବିବାଦରେ ନୂଆ ଟୁଇଷ୍ଟ ! ବର୍ଷାଙ୍କୁ ଡାକିଲେ ଅନୁଭବ…ଦେଖନ୍ତୁ ଭିଡ଼ିଓ

0

ସାଂସଦ ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ଭିତରେ ରହିଥିବା ବିବାହ ବିବାଦ ମାମଲା ଅନେକାଂଶରେ ଚର୍ଚ୍ଚାର ପରିସରକୁ ଆସିଛି ଏବଂ ବହୁ ଆଲୋଚିତ ହୋଇଛି। ଯାହାକୁ ନେଇ ସାଧାରଣରେ ଅନେକ ଚର୍ଚ୍ଚା, ଆଲୋଚନା ଏବଂ ସମାଲୋଚନା ହେବାରେ ଲାଗିଛି। ତେବେ ଏବେ ପୁଣି ଏହି ଷ୍ଟାର୍ ଦମ୍ପତ୍ତି ଙ୍କ ବିବାଦ ମାମଲା ସାମ୍ନାକୁ ଆସିଛି। ଯାହାକୁ ନେଇ ସାଧାରଣରେ ପୁଣି ଚର୍ଚ୍ଚା ହେବାରେ ଲାଗିଛି। ଏଥର ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ ଙ୍କୁ କ୍ୟାମେରା ସାମ୍ନାକୁ ଡାକିଛନ୍ତି ଏବଂ ତାଙ୍କ ସହ ଚ୍ୟାଲେଞ୍ଜ କରି କହିଛନ୍ତି ଯେ ଯଦି ସାହାସ ଅଛି ତେବେ କ୍ୟାମେରା ସାମ୍ନାକୁ ଆସନ୍ତୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।

ତେବେ ସେ ଏହା ଏଥିପାଇଁ କହିଛନ୍ତି ଏବଂ ବର୍ଷା ଙ୍କୁ ଏଥିପାଇଁ ଡାକିଛନ୍ତି ଯେ କାରଣ ବର୍ଷା ପ୍ରିୟଦର୍ଶିନୀ ତାଙ୍କର ପରିଚୟ ପତ୍ର ପାଇଁ ଭୁଲ୍ ତଥ୍ୟ ଦେଇ ଥିବାର ଜଣା ପଡ଼ିଛି। ଯାହାକୁ ନେଇ ଅନୁଭବ ମହାନ୍ତି ଏବେ ଅଭିଯୋଗ ଆଣିଛନ୍ତି। ତେବେ ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ତରଫରୁ ଲୋକସଭା ସେକ୍ରେଟାରୀ ଜେନେରାଲଙ୍କୁ ବର୍ଷାଙ୍କ ଜୀବନସାଥୀ ପରିଚୟ ପତ୍ର ରବ୍ଦ କରିବାକୁ ଅନୁରୋଧ କରା ଯାଇଛି। ଆଉ ପରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ସାଂସଦ ଙ୍କ ଜୀବନସାଥୀ ଭାବେ ମିଳିଥିବା ପରିଚୟ ପତ୍ରକୁ ଫେରାଇବାକୁ ଲୋକସଭା ସଚିବାଳୟ ତରଫରୁ ଚିଠି ଲେଖା ଯାଇଛି।

ସାଂସଦ ଙ୍କ ଅନୁରୋଧ ଏବଂ ଏଭଳି ଅନୁରୋଧ ପରେ ଏହାର ଯାଞ୍ଚ କରାଯାଇ ଏଭଳି କାର୍ଯ୍ୟାନୁଷ୍ଠାନ ନିଆ ଯାଇଥିବା ଜଣା ପଡିଛି।ତେବେ ଯାହା ଜଣା ପଡ଼ିଛି ଏବଂ ଯାହେ ସୂଚନା ରହିଛି ଅନୁଭବ ନିଜ ଅନୁରୋଧ ପତ୍ରରେ ଦର୍ଶାଇଥିଲେ ଯେ ସାଂସଦଙ୍କ ପତ୍ନୀ ଭାବେ ବର୍ଷା ସମସ୍ତ ସୁବିଧା ସୁଯୋଗ ଉପଭୋଗ କରିବା ସହିତ ସାଂସଦଙ୍କ ଜୀବନସାଥୀ ପରିଚୟ ପତ୍ରରେ ସାଂସଦ ପରିସରରେ ଏବଂ ବିଦେଶରେ ଫାଇଦା ଉଠାଉଛନ୍ତି। ଯେହେତୁ ବର୍ଷା ତାଙ୍କର ଭୁଲ୍ ପ୍ରମାଣପତ୍ର ଦେଇଛନ୍ତି ତେଣୁ ଏସବୁ ସୁବିଧା କୁ ବନ୍ଦ କରିବା ଦରକାର୍। ଏହାର ଅପବ୍ୟବହାର କୁ ରୋକିବାକୁ ଯଥାଶୀଘ୍ର ପଦକ୍ଷେପ ନେବାକୁ ଅନୁଭବ ଅନୁରୋଧ କରିଥିଲେ।

ତେବେ ଅନୁଭବ ଙ୍କ କହିବା ଅନୁସାରେ ମିଥ୍ୟା ଏବଂ ଭ୍ରମାତ୍ମକ ତଥ୍ୟ ଦେଇ ବର୍ଷା ପ୍ରିୟଦର୍ଶିନୀ ତାଙ୍କର ପାସପୋର୍ଟ ଓ ପ୍ୟାନ୍‌ କାର୍ଡ ଭଳି ପରିଚୟ ପତ୍ର କୁ ହାସଲ କରିଛନ୍ତି। ତେଣୁ ଏବେ ବର୍ଷା ଏବେ କ୍ୟାମେରା ସାମ୍ନାକୁ ଆସି ଏହାର ସ୍ପଷ୍ଟିକରଣ ରଖନ୍ତୁ। ଯଦି ତାଙ୍କର ସତ୍ ସାହାସ ଅଛି ତେବେ ସେ ଏ ବିଷୟରେ ମୁହଁ ଖୋଲନ୍ତୁ ବୋଲି ଅନୁଭବ କହିଛନ୍ତି। ଦେଶର ଏକ ସଚେତନ ନାଗରିକ ହିସାବରେ ଏପରି ଭୁଲ କାମ କରିବା ଆଦୌ ଠିକ୍ ନୁହେଁ ବୋଲି ଅନୁଭବ କହିଛନ୍ତି ଏବଂ ଏହାକୁ ନେଇ ବର୍ଷା ଙ୍କ ଉତ୍ତର ମଧ୍ଯ ସେ ଚାହିଁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.