Swastik Tv News Odisha

ଆଶ୍ଚର୍ଯ୍ୟ ଲାଗିଲେ ବି ସତ ! ମୃତ୍ୟର ଦୀର୍ଘ ୪ ବର୍ଷ ପରେ ମା’ ସହ ଝିଅକୁ ଭେଟ କରାଇଲେ ବୈଜ୍ଞାନିକ…ଦେଖନ୍ତୁ ଭିଡ଼ିଓ

0

ସମାଜରେ ମଣିଷ ଟିଏ ମୃତବରଣ କରିବା ପରେ ଆମ୍ଭେମାନଙ୍କ ଠାରୁ ସବୁଦିନ ପାଇଁ ଦୂରେଇ ଯାଇଥାଏ । ଯଦି ଆପଣଙ୍କୁ କେହି ପ୍ରଶ୍ନ କରିବେ ଯେ କୌଣସି ମୃତ ବ୍ୟକ୍ତିଙ୍କୁ ଆପଣ ମାନେ ଦ୍ୱିତୀୟ ଥର ଦେଖା କରିପାରିବେ । ତେବେ ଆପଣ ମାନଙ୍କର ଉତ୍ତର ନା ହିଁ ଆସିବ , କାରଣ ଏହା ସମ୍ଭବ ନୁହେଁ ବୋଲି ଆପଣ ମାନେ କହିବେ । କିନ୍ତୁ ବର୍ତ୍ତମାନ ବିଜ୍ଞାନ ଏହାକୁ ସମ୍ଭବ ବୋଲି ପ୍ରମାଣ କରିଛି । ତେବେ ନିକଟରେ ଜଣେ ମା ବିଜ୍ଞାନର ଏହି ଚମତ୍କାର ଦ୍ୱାରା ନିଜ ମୃତ ଝିଅ ସହିତ ପୁଣିଥରେ ଦେଖା କରି ପାରିଛି । ଯିଏକି ଜଣେ ଅଜଣା ରୋଗରେ 4 ବର୍ଷ ପୂର୍ବ ମରିଯାଇଥିଲେ ।

ଏହିପରି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି ଦକ୍ଷିଣ କୋରିଆରେ , ଏକ କୋରିଆନ ଟିଭି ସୋ ଯାହାର ନାମ ଥିଲା ମିଟିଙ୍ଗ ୟୁ ସେଥିରେ ହିଁ ଏହି ମା ଝିଅଙ୍କର ମିଳନ ହୋଇଥିଲା । ଏକଥା ସମ୍ଭବ ହୋଇପାରିଥିଲା ଟେକ୍ନୋଲୋଜି ଯୋଗୁଁ , ଏହି ସୋ ଜରିଆରେ ମା ଓ ଝିଅ ପରସ୍ପରକୁ ଛୁଇଁଥିଲେ । କଥା ମଧ୍ୟ ହୋଇଥିଲେ , ମୃତ ଝିଅଟି ମାଙ୍କୁ ଏହି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ଯେ ପୁଣିଥରେ ତାଙ୍କୁ ଦେଖାକରିବା ପାଇଁ ଆସିବେ । କୋରିଆ ବାସିନ୍ଦା ଏହି ମା ଙ୍କର ନାମ ହେଉଛି ଜାଙ୍କ ଜି ସୁ ଏବଂ ତାଙ୍କର ଝିଅର ନାମ ହେଉଛି ନେରିଆନ । ଏମାନଙ୍କର ସାକ୍ଷାତ ଟିଭି ସୋ ରେ ଭରଚୁଆଲ ରିୟାଲିଟି ଦ୍ୱାରା ହୋଇଥିଲା ।

ଏହା ଏକ କୃତ୍ରିମ ବାତାବରଣ ବା ଦୃଶ୍ୟ ଅଟେ ଯାହାକୁ କମ୍ପୁଟରର ହାଡୱେୟାର ଏବଂ ସଫ୍ଟୟେର ବ୍ୟବହାର କରି ପ୍ରସ୍ତୁତ କରାଯାଇଥାଏ । ଏହା ଏଭଳି ଭାବରେ ପ୍ରସ୍ତୁତ କରାଯାଇଥାଏ ଲାଗିବ ଯେପରି ମଣିଷ ଟିଏ । ଏହି ଟେକନିକ ଦ୍ୱାରା ମା ତାର ମୃତ ଝିଅଙ୍କ ସହ କଥାବର୍ତ୍ତା ହୋଇ ପାରୁଥିଲେ । ଭରଚୁଆଲ ରିୟାଲିଟି ସୋ ଦ୍ୱାରା ଜାଙ୍କ ଜିସୁଙ୍କର ଝିଅର ଶରୀର ପୁଣିଥରେ ଗଢା ଯାଇଥିଲା । ସେଥିରେ ତାଙ୍କର ସ୍ୱର ଭରି ଦିଆଯାଇଥିଲା , ସେଭେଣ୍ଡି ଟେକ୍ନୋଲୋଜି ଦ୍ୱାରା ଏହା ସମ୍ଭଭ ହୋଇପାରିଥିଲା । ଯେଉଁଥିରେ ଆପଣ ପ୍ରକୃତ ମଣିଷ ପରି ଅନୁଭବ କରିପାରିବେ ।

ଏହି ସୋରେ ମାଙ୍କୁ ପଚାରାଯାଇଥିଲା ଆପଣ ନିଜର ଝିଅଙ୍କୁ ମନେ ପକାଉଛନ୍ତି , ଉତ୍ତରରେ ସେ କହିଥିଲେ ସବୁବେଳେ ମନେ ପକାଉଛି । ଏହା ଶୁଣି ଝିଅ ମଧ୍ୟ କହିଥିଲା ଯେ ମା ମୁଁ ବି ଆପଣଙ୍କୁ ମନେ ପକାଉଛି । ତେବେ ବର୍ତ୍ତମାନ ସାରା ଦୁନିଆରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି , ଯେ ଏସବୁ କରିବା କଣ ଠିକ୍ । କାରଣ ଏହାଦ୍ୱାରା ପରିବାର ଲୋକଙ୍କ ମାନସିକ ସ୍ଥିତି ଉପରେ ଭିନ୍ନ ପ୍ରାକର ପ୍ରଭାବ ପଡିବାର ଆଶଙ୍କା ରହିଛି । ଜଣେ ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଏହା ଦ୍ୱାରା ସେ ଖୁସୀ ହୋଇପାରନ୍ତି ନଚେତ୍ ନିଜ ମୃତ ଝିଅଙ୍କୁ ଅଧିକ ମନେ ପକାଇ ପାରନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.