Swastik Tv News Odisha

ଛାଟିପିଟି ହେଉଥିଲା ଛୁଆ ତଣ୍ଟି ଚିପିଦେଲା ମା’ ଏବଂ କେମିତି ମାରିଲା Demo ଦେଖାଇଲା ନିଜ ଜନ୍ମ କଲା ମାଆ…ଦେଖନ୍ତୁ ଭିଡ଼ିଓ

0

ଦୁନିଆରେ ଯଦି କିଛି ମଧୁର ଶବ୍ଦ ଥାଏ, ତାହା ହେଉଛି ମାଆ ର ଶବ୍ଦ ହୋଇଥାଏ। ମାଆ ଶବ୍ଦ ହେଉଛି ଏକ ନିଆରା ଶବ୍ଦ। ମାଆ ନିଜ ପିଲାର କୌଣସି ଦୁଃଖ ଓ କଷ୍ଟକୁ ସହି ପାରେ ନାହିଁ ଓ ନିଜ ପିଲା ପ୍ରତି ଯଦି କୌଣସି ବିପଦ ମାଡି ଆସେ, ତା’ହେଲେ ସେହି ବିପଦକୁ ମାଆ ନିଜେ ହିଁ ସମ୍ନା କରିଥାଏ। ମାଆ ତାର ଛୁଆ ପାଇଁ କିଛି ବି କରି ପାରେ, ଏମିତିକି ଯମ ସହିତ ମଧ୍ୟ ଲଢ଼ି ପାରେ। ତେବେ ନିକଟରେ ଏଭଳି କିଛି ଘଟଣା ଦେଖିବା ପାଇଁ ମିଳିଛି, ଯାହାକୁ ଶୁଣିଲେ ମାଆ ଭଳି ଶବ୍ଦରେ କଳଙ୍କର ଦାଗ ଲାଗିଯିବ। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଝଟକା ଅନୁଭବ କରିବେ। ତେବେ ଘଟଣାଟି ହେଉଛି ମାଆ ନିଜର ଛୁଆକୁ ତଣ୍ଟି ଚିପି ହତ୍ୟା କରି ଦେଇଛନ୍ତି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା;

ଏଭଳି ଏକ ଘଟଣା କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା କାନପୁର ଗାଁ ରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ରାତିରେ ଖାଇ ସାରି ସମସ୍ତେ ଘରେ ଶୋଇ ଥିଲେ ଓ ଲଷ୍ମୀପ୍ରିୟା ନାମକ ଜଣେ ମହିଳା ବି ନିଜ ଛୁଆକୁ ଧରି ସେ ମଧ୍ୟ ଶୋଇଥିଲେ। ଏହା ପରେ ମହିଳା ଜଣଙ୍କ ୨ ମାସ ଛୁଆକୁ ମଶାରୀ ଭିତରୁ ଟାଣି ଆଣି ନିଜ ଛୁଆକୁ ତଣ୍ଟି ଚିପି ମାରି ଦେଇଥିଲେ। ଏହା ପରେ ତାଙ୍କ ପରିବାର ଲୋକ ମାନେ ସନ୍ଦେହ କରିବେ ଭାବି ମହିଳା ଜଣଙ୍କ ଛୁଆକୁ ଗୋଟିଏ ଅଖାରେ ଭର୍ତ୍ତି କରି ପଥର ବାନ୍ଧି ପାଖରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରକୁ ଫିଙ୍ଗି ଦେଇଥିଲେ ଓ ଏହା ପରେ ଘୋଡାଣି ଘୋରାଇ ଦେଇଥିଲେ।

ତେବେ ଏହା ଜାଣି ପରିବାର ଲୋକ ମାନେ ଏହି ବାବଦରେ ପୋଲିସକୁ ଜଣାଇ ଥିଲେ। ଏହା ଜାଣିବା ପରେ ପୋଲିସ ଘଟଣା ସ୍ଥଳରେ ଆସି ପହଁଛି ଯାଇ ଥିଲେ। ପୋଲିସ ଘଟଣା ସ୍ଥଳରେ ଆସି ପହଁଚିବା ପରେ ଅଗ୍ନିଶମ ବାହିନୀକୁ ଡକାଇ ଥିଲେ। ଅଗ୍ନିଶମ ବାହିନୀ ଆସି ମୃତ ଶିଶୁଟିକୁ କୂଅ ଭିତରୁ ଉଦ୍ଧାର କରିଥିଲେ। ଏହି ଦୃଶ୍ୟକୁ ଦେଖି ସେଠାକାର ଅଞ୍ଚଳର ଲୋକ ମାନେ ଆସି ଭିଡ଼ ଜମାଇ ଦେଇଥିଲେ ଓ ଲୋକ ମାନେ ମଧ୍ୟ ଏହି ବାବଦରେ ଅନେକ କଥା କହୁଛନ୍ତି। ମୃତ ଦେହକୁ ବ୍ୟବିଛେଦ ନିମନ୍ତେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଛି। ଏହି ଘଟଣାଟି ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରି ଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.