Swastik Tv News Odisha

ମହିଳା Constable କାନ୍ଦି କାନ୍ଦି ସମସ୍ତ କଥାର ଗୁମର ଫିଟି କହିଲେ ମୁଁ ଆଉ ସହ୍ୟ କରି ପାରୁନି, ସେ କ’ଣ କହୁଛନ୍ତି ଶୁଣନ୍ତୁ ଭିଡିଓ…

0

ଆଜିକାଲି ସମାଜରେ ଶିକ୍ଷାର ପ୍ରସାର ଫଳରେ ଲୋକ ମାନଙ୍କ ମଧ୍ୟରେ ପରିବର୍ତ୍ତନ ଆସିଲାଣି। ସମାଜ ଯେତେ ମାତ୍ରାରେ ଆଗକୁ ଆଗେଇ ଚାଲିଛି। ସେତିକି ମାତ୍ରାରେ ସମାଜରେ ବିଶୃଙ୍ଖଳା ଅନ୍ୟାୟ ଅତ୍ୟାଚାର ବଢ଼ି ବଢ଼ି ଚାଲିଛି। ତେବେ ଏସବୁ ରୋକିବା ପାଇଁ ପୋଲିସ ମାନଙ୍କୁ ନିଯୁକ୍ତି କରାଯାଇଥାଏ। ଘଟୁଥିବା ବିଭିନ୍ନ ପ୍ରକାର ଅପରାଧ ଚୋରି, ହତ୍ୟା, ବଳତ୍କାର, ନାରିନିର୍ଯାତନା ଇତ୍ୟାଦିକୁ ରୋକିବା ପାଇଁ ପୋଲିସର ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି। ଜନସାଧାରଣଙ୍କ ଯେକୌଣସି ସମସ୍ୟା ଘଟିଲେ ପୋଲିସ ପାଖକୁ ଆସି ନିଜର ସମସ୍ୟା ବିଷୟରେ ଅବଗତ କରାଇଥାନ୍ତି।

ପୋଲିସ ମଧ୍ୟ ଜନସାଧାରଣଙ୍କ ସମସ୍ୟାଙ୍କୁ ଯଥା ସମ୍ଭବ ସମାଧାନ କରିବା ପାଇଁ ଚେଷ୍ଟା କରିଥାନ୍ତି। ଯଦି ପୋଲିସ ସହିତ କିଛି ଅନ୍ୟାୟ ହୁଏ। ତେବେ ସେମାନଙ୍କୁ କିଏ ନ୍ୟାୟ ଦେବ। ଏସବୁ କହିବାର ତାତ୍ପଯ୍ୟ ହେଉଛି ଏଭଳି କିଛି ଅନ୍ୟାୟ ଜଣେ ମହିଳା କନେଷ୍ଟବଳ ସହିତ ଘଟିଛି। ନିର୍ଯାତନାର ଶିକାର ହୋଇ ସେ ବିଷପିଇ ଦେଇଥିବା ସୂଚନା ମିଳିଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଘଟଣା। ତେବେ ବନ୍ଧୁଗଣ ଏଭଳି ଏକ ଘଟଣା ଉତ୍ତର ପ୍ରଦେଶ ରେ ଦେଖିବା ପାଇଁ ମିଳିଛି। ସୂଚନାନୁସାରେ, ସୋସିଆଲ ମିଡିଆରେ ଜଣେ ମହିଳା କନଷ୍ଟେବଳଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି, ସେ କାନ୍ଦୁଛନ୍ତି ଏବଂ କହିଛନ୍ତି ଯେ ତାଙ୍କ ସହ ବହୁତ ଖରାପ ଘଟଣା ଘଟିଛି।

ତାଙ୍କ ଟ୍ରାନଫର ହେବା ଖବର ଶୁଣି ମହିଳା କନେଷ୍ଟବଳ ଜଣକ ବିଷ ପିଇ ଦେଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ। ଏହାପରେ ତାଙ୍କର ଚିକିତ୍ସା ହୋଇଥିଲା ଯାହାବି ହେଉ ଭଗବାନଙ୍କ କୃପାରୁ ବଂଚିଯାଇଥିଲେ। ଏହାପରେ ସେ ବିଷ ପିଇବା ବିଷୟରେ ସୋସିଆଲ ମିଡ଼ିଆ ରେ କହିଥିଲେ। ସେ କାନ୍ଦି କାନ୍ଦି ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ସେୟାର କରିଥିଲେ। ଯାହା ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି। ମହିଳା କନଷ୍ଟେବଳ କହିଥିଲେ କି ସେ ଚାକିରିରେ ଯୋଗଦେବା ପରଠାରୁ ତାଙ୍କ ସହ ଉପରିସ୍ଥ ଅଧିକାରୀ ଅନେକ ଅତ୍ୟାଚାର କରିଥିଲେ।

ସେହି ପୋଲିସ୍ ଷ୍ଟେସନରେ ଥିବା ଅନ୍ୟ ପୋଲିସ କର୍ମଚାରୀ ମାନେ ଛୁଟି ରେ ରହିଥାନ୍ତି। ସେମାନଙ୍କ ଠାରୁ ପଇସା ନେଇ ସେମାନଙ୍କୁ ଛୁଟି କରିଦେଇଥିଲେ। କିନ୍ତୁ ସେମାନଙ୍କ ଡିଉଟି ତାଙ୍କ ସହିତ ଲେଡି କନଷ୍ଟେବଳଙ୍କୁ ଦିଆଯାଇଥିଲା। ମହିଳା କନେଷ୍ଟବଳ ଜଣକ ବହୁତ କଷ୍ଟ ରେ ଡିଉଟି କରୁଥିଲେ। ଏହା ବ୍ୟତୀତ ତାଙ୍କ ଉପରେ ବହୁତ ଅତ୍ୟାଚାର ହେଉଥିଲା।ଏପରିକି ତାଙ୍କର ବିଶ୍ରାମ କରିବା ପାଇଁ ସମୟ ମିଳୁନଥିଲା। ଏଭଳି ଅନ୍ୟାୟ ଅତ୍ୟାଚାର ଶିକାର ହୋଇ ବାଧ୍ୟ ହୋଇ ମୁହଁ ଖୋଲିବାରୁ ତାଙ୍କୁ ଟ୍ରାନ୍ସଫର କରିଦେବା କୁହାଗଲା। ଏହାପରେ ତାଙ୍କୁ ଟ୍ରାନଫର ମଧ୍ୟ କରାଗଲା। ସେଥିପାଇଁ ସେ ଏଭଳି ଅନ୍ୟାୟ ସହିନପାରି ବାଧ୍ୟ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ଆପଣ ମାନେ ହିଁ ବିଚାର କରନ୍ତୁ ଯଦି ଜଣେ ମହିଳା ପୋଲିସ ସୁରକ୍ଷିତ ନୁହନ୍ତି। ତେବେ ବାହାରେ ଜନସାଧରଣ କିପରି ସୁରକ୍ଷିତ ରହିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.