Swastik Tv News Odisha

ଗାଡି ଚାଳକଙ୍କ ପାଇଁ ଖୁସି ଖବର ! ଏବେ ଆଉ ଦରକାର ନାହିଁ DL ଏବଂ RC କାଗଜ ପତ୍ର, ଦେଖନ୍ତୁ କଣ କରିବାକୁ ପଡିବ….

0

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ପ୍ରତିବର୍ଷ ଆମ ଦେଶରେ ସଡ଼କ ଦୁର୍ଘଟଣାରେ ଅନେକ ଲୋକ ମାନେ ମୃତ୍ୟୁ ବରଣ କରୁଛନ୍ତି। ଯାହାକୁ ନେଇ ସରକାର ବହୁତ ବଡ଼ ଚିନ୍ତାରେ ପଡ଼ି ଯାଉଛନ୍ତି। ସରକାର ଯେତେ ନିୟମ ବାହାର କରିଲେ ସୁଦ୍ଧା ଲୋକ ମାନେ ସଚେତନ ହେଉ ନାହାଁନ୍ତି। ତେବେ ଲୋକ ମାନଙ୍କର ଜୀବନକୁ ଦୃଷ୍ଟିରେ ରଖି ଭାରତ ସରକାର ନୂଆ ନୂଆ ନିୟମ ବାହାର କରି ଥାଆନ୍ତି। ଯେମିତିକି ହେଲମେଣ୍ଟ ପିନ୍ଧିବା, ଡ୍ରାଇଭିଂ ଲାଇସେନ୍ସ ସାଥିରେ ନେବା ଏଥି ସହିତ ପଲ୍ୟୁସନ ସାର୍ଟିଫିକେଟ ଆଦି ବାହାର କରିବା ଭଳି ସରକାର ନୂଆ ନୂଆ ନିୟମ ସବୁ ବାହାର କରୁଛନ୍ତି।

ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ଯେ ଦୁଇ ଚକିଆ ଯାନ ହେଉ କିମ୍ବା ଚାରି ଚକିଆ ଯାନ ହେଉ ସବୁ ଗାଡ଼ିରେ DL, RC ଓ କାଗଜପତ୍ର ଆଦିର ଆବଶ୍ୟକ ବହୁତ ରହିଛି। ତେବେ ସେଥିପାଇଁ ଆପଣ ମାନଙ୍କୁ ସାଥିରେ କାଗଜପତ୍ର ନେବାକୁ ପଡିଥାଏ। କିନ୍ତୁ ବର୍ତ୍ତମାନ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଆଉ ସାଥିରେ କାଗଜପତ୍ର ନେବାକୁ ପଡିବ ନାହିଁ। ତେବେ ମୋବାଇଲର ଆପ୍ଲିକେସନ ସରକାର ବାହାର କରିଛନ୍ତି। ଏହକୁ ଇଚ୍ଛା ପ୍ରକାଶ କରିଲେ ମଧ୍ୟ ଦେଖାଇ ପାରିବେ। ତେବେ କିପରି ଏହି ସବୁ ଡକୁମେଣ୍ଟ ମୋବାଇଲ ଫୋନ ଜରିଆରେ ଦେଖାଇ ପାରିବା ଆସନ୍ତୁ ଜାଣିବା;

ସୂଚନା ଅନୁସାରେ, ଆପଣଙ୍କ ସ୍ମାର୍ଟ ଫୋନରେ ଗୁଗୁଲ ପ୍ଲେ ଷ୍ଟୋରକୁ ଓପନ କରି ନିଅନ୍ତୁ। ପ୍ଲେ ଷ୍ଟୋରଟି ଓପନ ହେବା ପରେ ଡିଜି ଲକର ନାମକ ଏକ ଆପ୍ଲିକେସନକୁ ସର୍ଚ୍ଚ କରନ୍ତୁ। ଏହା ପରେ ତାହାକୁ ଇନଷ୍ଟଲ କରି ନିଅନ୍ତୁ ଓ ଏହା ପରେ ତାହାକୁ ଓପନ କରି ନିଅନ୍ତୁ। ପ୍ରଥମେ ଏଥିରେ ଆପଣଙ୍କୁ ଏକ ଆକାଉଣ୍ଟ ତିଆରି କରିବା ପାଇଁ ପଡିବ ଓ ଏଥିରେ ନିଜର ନାମ, ଜନ୍ମ ତାରିଖ, ଆଧାର ନମ୍ବର ଓ ଏଥିରେ ଲିଙ୍କ ହୋଇ ରହିଥିବା ଆକାଉଣ୍ଟ ନମ୍ବରକୁ ଦେଇ ଓପନ କରନ୍ତୁ। ଆପଣଙ୍କ ଆକାଉଣ୍ଟ କ୍ରିଏଟ ହୋଇ ସାରିବା ପରେ ସବୁ ଡକୁମେଣ୍ଟର ଫୋଟୋ ଉଠାଇ ସେଥିରେ ସେଭ କରନ୍ତୁ।

ତେବେ ଯାହାକି ମୋବାଇଲ ଫୋନରେ ସୁରକ୍ଷିତ ଭାବରେ ରହି ପାରିବ ଓ ଆପଣ ମାନେ ମଧ୍ୟ ସବୁ ସମୟରେ ଏହି ଡ଼କୁମେଣ୍ଟ ଦେଖାଇ ପାରିବେ। ଏହି ମୋବାଇଲ ଆପ୍ଲିକେସନ ସାହାଯ୍ୟରେ ସବୁ ଡକୁମେଣ୍ଟକୁ ସୁରକ୍ଷିତ ଭାବରେ ରଖି ପାରିବେ। ଆଉ ନିଜ ସାଥିରେ କାଗଜପତ୍ର ନେବାକୁ ପଡିବ ନାହିଁ ଏବଂ ହଜି ଯିବାର ଭୟ ରହିବ ନାହିଁ। ଯଦି ଟ୍ରାଫିକ ପୋଲିସ ଆପଣଙ୍କୁ କିଛି ଡକୁମେଣ୍ଟ ମାଗନ୍ତି ଖୁବ ଶୀଘ୍ର ମଧ୍ୟ ଦେଖାଇ ପାରିବ। ଏଥି ସହିତ ସାଥିରେ ଡକୁମେଣ୍ଟ ସବୁ ନନେଲେ ମଧ୍ୟ କିଛି ଅସୁବିଧା ହେବ ନାହିଁ। ତେବେ ବନ୍ଧୁଗଣ ଆପଣ ମାନେ ମଧ୍ୟ ଏହି ଆପକୁ ଯଥା ଶୀଘ୍ର ନିଜ ମୋବାଇଲରେ ଡାଉନ ଲୋଡ଼ କରି ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.