Swastik Tv News Odisha

ସ୍ୱାମୀ ଓ ସ୍ତ୍ରୀ ଭିତରେ ଝଗଡା ହେଉଥିଲେ , କରନ୍ତୁ ଏହି ସହଜ ଉପାୟ । ଆଜିର ୨୦+ ଅନୁଚିନ୍ତା

0

ଜୀବନକୁ ସରସ ସୁନ୍ଦର ଭାବରେ ବିତେଇବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ଉପାୟ କରିଥାନ୍ତି । ଯେପରି ସେମାନଙ୍କ ପରିବାରରେ କୌଣସି ପ୍ରକାର ସମସ୍ୟା ନଆସୁ ଏବଂ ଅର୍ଥର ଅଭାବ ନହେଉ । ଏଥିପାଇଁ ସମାଜର କେତେକ ନୀତି ନିୟମ କୁ ମଧ୍ୟ ମାନି ଚଳିବାକୁ ପଡିଥାଏ, ତେବେ ଯାଇ ଜୀବନ ସୁଖମୟରେ ବିତିଥାଏ । ତେବେ ଆସନ୍ତୁ ଜାଣିବା ସେହିପରି କେତେକ ଶିକ୍ଷଣୀୟ ବାର୍ତ୍ତା , ଯାହା ଆମ୍ଭ ମାନଙ୍କୁ ଜାଣିବା ଅତ୍ୟନ୍ତ ଜରୁରୀ ଅଟେ ।

1. ପୁରୁଷ ହୁଅନ୍ତୁ ବା କିମ୍ୱା ମହିଳା ବେକ କେବେ ଖାଲି ରଖନ୍ତୁ ନାହିଁ , ଏହା ଅଶୁଭ ହୋଇଥାଏ ।

2. ପ୍ରତିଦିନ ସକାଳେ ଦୁଇଟି ଲିମ୍ୱ ପତ୍ର ଖାଇଲେ ମୁହଁର ଦାଗ ଲିଭିବା ସହିତ ତେଜ ବଢିଥାଏ ।

3. ସକାଳୁ ଉଠି ବାସି ମୁହଁରେ ଏକ ଗ୍ଲାସ ପାଣି ପିିଇଲେ ମଙ୍ଗଳ ହୋଇଥାଏ ।

4. ପିତୃ ମାତୃ ଶ୍ରାଦ୍ଧ ଦିନ .ପାନ ଖାଆନ୍ତୁ ନାହିଁ କିମ୍ୱା ଅନ୍ୟର ଘରେ ଖାଆନ୍ତୁ ନାହିଁ ।

5. ଦିନ ସମୟରେ ଅଧିକାଂଶ ସମୟ ନୀରବ ରହିଲେ ମଙ୍ଗଳ ହୋଇଥାଏ ।

6. ସ୍ୱୀମୀ ଓ ସ୍ତ୍ରୀ ଭିତରେ ଝଗଡା ଲାଗୁଥିଲେ ଦୁଇଟି ମୟୂର ପୁଛ ବିବାହ ଆଲବମ୍ ରେ ରଖିଲେ ତାହା ଦୂର ହୁଏ ।

7. ଗାଧୁଆ ଘରରେ ଉଲଗ୍ନ ହୋଇ ଗାଧୋଇବା ଉଚିତ୍ ନୁହେଁ , କାରଣ ପିତୃ ପୁରୁଷ ଅସନ୍ତୁଷ୍ଟ ହୋଇଥାନ୍ତି ।

8. ସିନ୍ଦୁର ପିନ୍ଧିଲା ବେଳେ କଂଟା କିମ୍ୱା ଝିଙ୍କ କାଠିରେ ସିନ୍ଦୁର ପିନ୍ଧିଲେ ଶୁଭ ହୋଇଥାଏ ।

9. ସକାଳୁ ଉଠିଲା ପରେ ନିଜ ଆଇନା ରେ ଦେଖନ୍ତୁ ନାହିଁ , ଠାକୁର ଦର୍ଶନ ପରେ ଦେଖିବା ଉଚିତ୍ ।

10. ଯଦି ପୁରୁଷ ଙ୍କ ଡାହାଣ ହାତ ପାପୁଲି ଓ ମହିଳାଙ୍କ ବାମ ହାତ ପାପୁଲି କୁଣ୍ଡାଇ ହେଲେ ଧନପ୍ରାପ୍ତି ହୁଏ ।

11. ଚୁଲିରେ ଘିଅ ବସାଇଥିବା ଲୋକ ଓହ୍ଲାଇବା ଉଚିତ୍ ,ଅନ୍ୟମାନେ ଓହ୍ଲାଇଲେ ଅମଙ୍ଗଳ ହୋଇଥାଏ ।

12. ଘରେ କଳା ପିମ୍ପୁଡି ବାହାରିଲେ ଶୁଭ ହୋଇଥାଏ ଏବଂ ନାଲି ପିମ୍ପୁଡି ବାହାରିଲେ ଖର୍ଚାନ୍ତ ହେବେ ।

13. ଦୀପର ମୁହଁ ଉତ୍ତର କିମ୍ୱା ପୂର୍ବକୁ ରହିଲେ ମଙ୍ଗଳ ହୋଇଥାଏ ।

14. ବାହାରକୁ ଯିବା ସମୟରେ ଝିଟିପିଟି ଯଦି ଆଗରେ ପଡେ କିମ୍ୱା ଛିଙ୍କ ଆସିଲେ ତାହେଲେ ଶୁଭ ହୋଇଥାଏ ।

15. ଝିଡିପିଟି ଡାହାଣ କାନ୍ଧରେ ପଡିଲେ ଶୁଭ ହୋଇଥାଏ ଏବଂ ବାମ କାନ୍ଧରେ ପଡିଲେ ଅଶୁଭ ହୋଇଥାଏ ।

16. ଯେତେ ରୋଜକାର କଲେବି ଯଦି ସଂଚୟ ହେଉ ନଥାଏ , ତାହେଲେ ପାଣିରେ କଳାରାଶି ପକାଇ ଗାଧନ୍ତୁ ।

17. ତୁଳସୀ ଗଛ ଦିନକୁ ଦିନ ଝାଉଁଳି ଥିଲେ କିଛି ଅଶୁଭ ହେବାର ସୂଚନା ମିଳେ ।

18. ଶନିବାର ଦିନ ଛୋଟା ବ୍ୟକ୍ତି ଏବଂ ରବିବାର ଦିନ ଅନ୍ଧ ବ୍ୟକ୍ତିଙ୍କୁ ଦାନ କଲେ ବହୁତ ମଙ୍ଗଳ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.