Swastik Tv News Odisha

ଓଡ଼ିଶାରେ ପ୍ରଥମ ୩୫ ପ୍ରକାର ଓଡ଼ିଆ ଖାଇବା ମାତ୍ର ୧୪୦ ଟଙ୍କାରେ…ଏମିତି ହୋଟେଲ ଜୀବନରେ କେବେ ଦେଖି ନଥିବେ…ଥରେ ଖାଇଲେ ଭୁଲି ଯିବେ ସବୁ ହୋଟେଲ…ଦେଖନ୍ତୁ ଭିଡ଼ିଓ

0

ଭାରି ସୁଆଦିଆ ଓଡ଼ିଆଙ୍କ ଖାଇବା। କାରଣ ଓଡ଼ିଆଙ୍କର ଖାଇବା ରେ ରହିଥାଏ ଏକ ଭିନ୍ନ ସ୍ୱାଦର ମଜା। କିନ୍ତୁ ଅନେକ ସ୍ଥାନରେ ବିଦେଶରେ କିଛି ସ୍ଥାନରେ ଏହା କୁହାଯାଇଥାଏ ଯେ ଓଡ଼ିଆ ମାନଙ୍କର କୌଣସି ଖାଦ୍ୟର ସ୍ୱତନ୍ତ୍ରତା ନାହିଁ। କିନ୍ତୁ ଆମର ଖାଇବା ଯେ କେତେ ସ୍ୱତନ୍ତ୍ରତା ବହନ କରେ ତାହା ଜଣେ ଖାଣ୍ଟି ଓଡ଼ିଆ ଲୋକ ହିଁ ଜାଣିଛି। ଆଜିକାଲି ଆମେ ଅନ୍ଯ ମାନଂକର ଖାଦ୍ୟ ପଦାର୍ଥ କୁ ପ୍ରସ୍ତୁତ କରି ଖାଉଚୁ ଏବଂ ସେମାନଙ୍କର ଖାଦ୍ୟ ପ୍ରଣାଳୀ କୁ ଆପଣେଇବା ରେ ଲାଗିଛୁ। ଚାଇନିଜ, ଇଟାଲିଆନ, ଆଦି ଫୁଡ୍ ଆଇଟମ ବେଶ୍ ଚାହିଦା ନେବାରେ ଲାଗିଛି। ତେଣୁ ସମସ୍ତେ ସେସବୁ ଖାଦ୍ୟ ପଦାର୍ଥ କୁ ଭଲ ଭାବରେ ଜାଣିଛନ୍ତି।

ଅନେକ ରେଷ୍ଟୁରାଣ୍ଟ ମାନଙ୍କରେ ଏହିସବୁ ଫୁଡ୍ ଆଇଟମ ପ୍ରସ୍ତୁତ ହୋଇଥାଏ। ତେଣୁ ତାର ଚାହିଦା ରହିଛି।ତାର ମାନେ ଏହା ନୁହେଁ ଯେ ଓଡ଼ିଆ ମାନଙ୍କର ଖାଦ୍ୟର ଚୟନ ଏବଂ ଫୁଡ୍ ଆଇଟମ ଭଲ ନୁହଁ। ଓଡ଼ିଆଙ୍କ ଏପରି ଅନେକ ଖାଦ୍ୟ ରହିଛି ଯାହାକୁ ଖାଇଲେ ଏହା ମୁହଁରୁ ଛାଡ଼ିବନି ଏବଂ ଅନ୍ୟ କିଛି ଖାଦ୍ୟ ବି ଭଲ ଲାଗିବନି। ଓଡ଼ିଆ ମାନଙ୍କର ପ୍ରକୃତରେ ଅଧିକ ଫୁଡ୍ ଆଇଟମ ରହିଛି ଏବଂ ସେମାନେ ସାଧାରଣତଃ ଖାଦ୍ୟ ପ୍ରେମୀ ହୋଇଥାଆନ୍ତି। ତେଣୁ ସେମାନେ ତାଙ୍କ ରୋଜଗାର ର ଏକ ବଡ଼ ଅଂଶ ଖାଇବାରେ ହିଁ ଖର୍ଚ୍ଚ କରନ୍ତି। ଓଡ଼ିଆ ଠାକୁର ଆମର ମଧ୍ଯ ଖାଇବାରେ ଟିକେ ସଉକ ରଖନ୍ତି।

ତେଣୁ ପରମ୍ପରା ରହି ଆସିଛି କି ଓଡ଼ିଆ ଙ୍କ ଖାଇବା କୌଣସି ସମୟରେ କାହା ସହ ତୁଳନାତ୍ମକ ନୁହେଁ, କାରଣ ସମସ୍ତ ପର୍ବ ପର୍ବାଣୀ ରେ ଓଡ଼ିଆ ଙ୍କ ଖାଦ୍ୟ ଏବଂ ପିଠା ପଣାର ସ୍ୱତନ୍ତ୍ରତା ରହିଥାଏ। ଏହାକୁ ଯିଏ ଖାଇଛି ସେ ହିଁ ଜାଣିଛି ଏହା କେତେ ସ୍ଵାଦିଷ୍ଟ ଏବଂ କେତେ ମଜାଦାର। ତେବେ ଏମିତି ଏକ ହୋଟେଲ ରହିଛି ଆମ ଓଡିଶାରେ ଯେଉଁଠି ସଂପୂର୍ଣ୍ଣ ଓଡିଆ ଖାଦ୍ୟ ମିଳିଥାଏ। ପୁଣି ଗୋଟିଏ କି ଦୁଇଟି ପ୍ରକାରର ନୁହେଁ ବରଂ ୩୫ ପ୍ରକାରର ଖାଦ୍ୟ ଏଠାରେ ମିଳିଥାଏ।ଏହି ରେଷ୍ଟୁରାଣ୍ଟ ଟି ରହିଛି ଯାଜପୁର ର ପାଣିକୋଇଲି ପାଖରେ। ଏହି ରେଷ୍ଟୁରାଣ୍ଟ ର ନାମ ଓଡ଼ିଆଣୀ। ଆଉ ଏଠାରେ ମିଳୁଥିବା ବିଭିନ୍ନ ପ୍ରକାରର ଓଡ଼ିଆଣି ଖାଇବା ମାତ୍ର ୧୪୦ ଟଙ୍କାରେ ଉପଲବ୍ଧ।

ତେବେ ମାଛ, ଚିଙ୍ଗୁଡ଼ି, ଚିକେନ, ଛତୁ ଆଦି ମସଲା ମିଶାଇ କଦଳୀ ପତ୍ରରେ ପୋଡ଼ି ଏହାକୁ ଏଠାରେ ପରସା ଯାଇଥାଏ। ରାଇତା ପାଖରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଓଡ଼ିଆ ଘରର ଖାଇବା ଏଠାରେ ତିଆରି ହୋଇଥାଏ। ମାଟି ପାତ୍ରରେ ଏବଂ କଦଳୀ ପତ୍ରରେ ଏସବୁ ଖାଇବା ପରସା ଯାଇଥାଏ। ଆପଣ ଏହିଠାରେ କେବଳ ଓଡ଼ିଆ ଘରର ଓଡ଼ିଆଣୀ ଖାଇବା ପାଇବେ। ଯାହାର ସ୍ଵାଦ କୌଣସି ବିଦେଶୀ ଫୁଡ୍ ଠାରୁ କମ୍ ନୁହେଁ। ଏଠାରେ ଲୋକଙ୍କ ଉପସ୍ଥିତି ବି ବେଶ୍ ଅଧିକ। ମାଆ ହାତରନ୍ଧା ର ସ୍ପର୍ଶ ଏବଂ ଅବିକଳ ସ୍ଵାଦ ଜଣେ ଏଠାରେ ପାଇ ପାରିବ। ଆମ ପରମ୍ପରାର ପ୍ରତୀକ ଭାବରେ ଏହି ଓଡ଼ିଆଣୀ ରେଷ୍ଟୁରାଣ୍ଟ ଏବେ ବେଶ୍ ଲୋକପ୍ରିୟତା ଅର୍ଜନ କରିବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.