Swastik Tv News Odisha

ବୋହୂ ଉପରେ ଥିଲା ବହୁତ ଆଶା…ମିହିର ଦାସ କହିଗଲେ ଏହି ଶେଷ କଥା… ଥରୁଟିଏ ଦେଖନ୍ତୁ ଭିଡ଼ିଓ…

0

ବନ୍ଧୁଗଣ ଆପଣ ଜାଣିଛନ୍ତି ନିକଟରେ ଓଡ଼ିଶାର ଜଣେ ବରିଷ୍ଠ ଅଭିନେତା ମିହିର ଦାସ ଙ୍କ ପରଲୋକ ଘଟିଛି। ଜଣେ ବହୁମୁଖି ପ୍ରତିଭାର ଅଧିକାରୀ ଥିଲେ ଅଭିନେତା ମିହିର ଦାସ। ତାଙ୍କର ବିୟୋଗରେ ଓଡ଼ିଆ ସିନେମା ଜଗତର ଯେମିତି ଏକ ଅନ୍ତ ଘଟିଲା ବୋଲି ଅନୁଭବ ହେଉଛି। ଆଉ ତାଙ୍କର ପରଲୋକରେ ସାରା ରାଜ୍ୟ ଯେମିତି ସ୍ତବ୍ଧ ହୋଇ ଯାଇଛି। ତେବେ ମିହିର ଦାସଙ୍କ ଏପରି ଅକାଳ ବିୟୋଗ ର ଖବରକୁ ବିଶ୍ବାସ କରି ପାରୁନାହାନ୍ତି ଅଗଣିତ ସିନେ ପ୍ରେମୀ ଏବଂ ରାଜ୍ଯ ବାସୀ। ହୃଦଘାତର ଶିକାର ହୋଇ ଗତ କିଛିଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବର୍ଷୀୟାନ ଓଡିଆ କଳାକାର ମିହିର ଦାସଙ୍କ ମଙ୍ଗଳବାର ଅପରାହ୍ନରେ ପରଲୋକ ଘଟିଛି।

ମାତ୍ର ୬୩ ବର୍ଷ ବୟସ ରେ ସମସ୍ତଙ୍କୁ ଦୁଃଖ ସାଗରରେ ଭସାଇ ଦେଇ ଆର ପାରିକୁ ଚାଲି ଯାଇଛନ୍ତି।ମିହିର ଦାସ୍ ଆରପାରିକୁ ଚାଲି ଯାଇଛନ୍ତି ଶୁଣି ସମସ୍ତେ ମର୍ମାହତ ହୋଇ ପଡିଛନ୍ତି।ମିହିର ଦାସ୍ ଙ୍କ ଅକାଳ ବିୟୋଗ ରେ ସମ୍ପୂର୍ଣ୍ଣ ଭାବରେ ଦୋହଲି ଯାଇଛି ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି।ସମସ୍ତ ଅଭିନେତା ଏବଂ ଅଭିନେତ୍ରୀ ମାନେ ଭାଙ୍ଗି ପଡ଼ିଛନ୍ତି ତାଙ୍କର ଅକାଳ ବିୟୋଗରେ। ସତେ ଯେମିତି ଏକ ଶୋକର ଛାୟା ଖେଳି ଯାଇଛି ମିହିର ଦାସ୍ ଙ୍କ ମୃତ୍ୟୁ ଖବର ଶୁଣି।ଆପଣ ମାନେ ଜାଣିଛନ୍ତି ଜଣେ ଜଣାଶୁଣା ଆଗ ଧାଡ଼ିର ଲୋକପ୍ରିୟ ଅଭିନେତା ଭାବରେ ମିହିର ଦାସ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ।

ଯିଏକି ନିଜର ଅଭିନୟର ପାରଦର୍ଶିତା ରେ ଦର୍ଶକଙ୍କୁ ଏକ ଭିନ୍ନ ଅନ୍ଦାଜ ର ମନୋରଂଜନ ର ସୁରାକ ଯୋଗାଉଥିଲେ।ଏବ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ତାଙ୍କର ମୃତ୍ୟୁ ପୂର୍ବର ଶେଷ ଜନ୍ମଦିନ ଭିଡିଓ ବୋଲି କୁହା ଯାଉଛି।ଏହି ଭିଡିଓ ରେ ମିହିର ଦାସ୍ ତାଙ୍କ ବୋହୂ ଏବଂ ଅନ୍ୟ କିଛି ବ୍ୟକ୍ତି ବିଶେଷ ଙ୍କ ସହିତ ଜନ୍ମଦିନ ପାଳନ କରୁ ଥିବାର ଦେଖିବାକୁ ମିଳୁଛି। ମିହିର ଙ୍କୁ ତାଙ୍କ ବୋହୂ କେକ୍ ଖୁଆଇ ଦେବା ପରେ ମିହିର ମଧ୍ଯ ତାଙ୍କ ବୋହୂକୁ କେକ ଖୁଆଇ ଦେଉଛନ୍ତି। ଅନ୍ଯ ମାନଙ୍କୁ ମଧ୍ୟ ମିହିର ଦାସ ହସ ହସ ମୁଖରେ କେକ ଖୁଆଇ ଖୁସି ମନାଉଛନ୍ତି।ଅନ୍ଯ ଉପସ୍ଥିତ ଯୁବକ ମାନେ ମଧ୍ଯ ମିହିର ଦାସ ଙ୍କୁ କେକ ଖୁଆଇ ଖୁସି ହେଉଛନ୍ତି। ଉପସ୍ଥିତ ସମସ୍ତ ସଦସ୍ୟ ବହୁତ୍ ଖୁସି ବି ହେଉଛନ୍ତି।

ମିହିର କହୁଛନ୍ତି ଜନ୍ମଦିନ ପାଳନ ପାଇଁ ଅନେକ ଆସନ୍ତି କିନ୍ତୁ ଠିକ୍ ଦିନ ଆସି ପାରି ନଥାନ୍ତି। ତୁମେ ଠିକ୍ ଦିନ ଆସିଛ। ଫେବୃଆରୀ ୧୧ ତାରିଖ ମୋର ଠିକ୍ ଜନ୍ମ ଦିନ। ଏହାପରେ ସେ ତାଙ୍କ ବୋହୂର ହାତ ରନ୍ଧା ରୋଷେଇ ବିଷୟରେ କହିଛନ୍ତି। ତାଙ୍କ ବୋହୂ ଭଲ ରୋଷେଇ କରେ, ସବୁକିଛି ଭଲଭାବରେ କରେ। ତା ଉପରେ ଅନେକ ଆଶା ରହିଛି,ସେ ଏମିତି ଚେଷ୍ଟା ଜାରି ରଖିଥାଉ ବୋଲି ମିହିର କହୁଛନ୍ତି। ତାଙ୍କର ଏହି ଭିଡିଓ ଏବେ ସେୟାର ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.