Swastik Tv News Odisha

ବାପାଙ୍କ ତୃତୀୟ ଦିନରେ ଏମିତି କଲେ ପୁଅ ଅମ୍ଲାନ…. ଭିଡ଼ିଓ ଭାଇରାଲ….

0

ବନ୍ଧୁଗଣ ଜଣେ ଭେଟେରାନ ଅଭିନେତା ଭାବରେ ସାରା ଓଡିଶାରେ ଲୋକପ୍ରିୟତା ଅର୍ଜନ କରିଥିଲେ ଅଭିନେତା ମିହିର ଦାସ। ୧୯୫୯ ମସିହା ଫେବୃଆରୀ ୧୧ ତାରିଖରେ ମୟୁରଭଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଏହି ଅଭିନେତା ଜଣଙ୍କ ଯେ ଅଗଣିତ ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିବେ ତାହା କେବେ କେହି ଭାବି ନଥିଲେ।ଏହି ଅଭିନେତା ଜଣଙ୍କ ର ବିକଳ୍ପ କହିଲେ କେହି ନାହିଁ। ମିହିର ଦାସ ପ୍ରସିଦ୍ଧ ଗାୟିକା ସଙ୍ଗୀତା ଦାସଙ୍କୁ ବିବାହ କରିଥିଲେ ଏବଂ ୨୦୧୦ ମସିହାରେ ତାଙ୍କ ପତ୍ନୀ ସଙ୍ଗୀତା ଦାସଙ୍କ ଦେହାନ୍ତ ହୋଇଥିଲା। ତେବେ ତାଙ୍କର ପୁତ୍ର ଅମ୍ଲାନ ଦାସ ମଧ୍ୟ ଓଲିଉଡର ଜଣେ ଆଗଧାଡିର ନାୟକ ଅଟନ୍ତି।

କଳାକାର ଭାବରେ ଉପଯୁକ୍ତ କଳା ପ୍ରଦର୍ଶନ କରିବାରେ ମାହିର ଥିଲେ ମିହିର। ଆଉ ଏବେ ଅଭିନେତା ମିହିର ଦାସଙ୍କ ପରଲୋକରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି।ଓଡିଶା ସିନେ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରି ନାୟକ ହେଉ କିମ୍ବା ଖଳନାୟକ, ଚରିତ୍ର ଅଭିନୟ ହେଉ କିମ୍ବା ହାସ୍ୟ ଚରିତ୍ର, ଅଲ୍‌ ରାଉଣ୍ଡର ଥିଲେ ମିହିର ଦାସ।ଏବଂ ନିଜ ଅଭିନୟ ଯାଦୁରେ ଓଡିଶାର ଘରେ ଘରେ ଏକ ସ୍ବତନ୍ତ୍ର ଛାପ ଛାଡିଛନ୍ତି ସେ।ଦୀର୍ଘ ୪ ଦଶନ୍ଧି ଧରି ଓଡିଆ ସିନେ ଜଗତରେ ସକ୍ରିୟ ରହିଥିବା ଏହି କଳାକାର ଜଣେ ଶିଶୁ କଳାକାରରୁ ଅଭିନୟ ଆରମ୍ଭ କରି କାଳକ୍ରମେ ଓଡିଶାରେ ଘରେ ଘରେ ପରିଚିତ ହୋଇ ପାରିଥିଲେ।

ଏବେ ମିହିର ଦାସଙ୍କ ବିୟୋଗରେ ଓଡିଶା ସିନେ ଜଗତ ସ୍ତବ୍ଧ ହୋଇଯାଇଛି ।ତାଙ୍କର ଅବଦାନକୁ ସମ୍ମାନ ଜଣାଇ ତାଙ୍କୁ ଗାର୍ଡ ଅଫ୍ ଅନର୍ ସହ ଶେଷକୃତ୍ୟ ସମ୍ପନ୍ନ କରା ଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ବର୍ଷୀୟାନ କଳାକାର ଙ୍କୁ ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ କରା ଯାଇଛି। ତାଙ୍କ ଭଳି ଜଣେ ରତ୍ନ ରୁପି କଳାକାର ଏବଂ ବହୁ ପ୍ରତିଭାର ଅଧିକାରୀ ଙ୍କୁ ହରାଇ ସମସ୍ତ ଅଭିନେତା ଏବଂ ଅଭିନେତ୍ରୀ ମାନେ ଭାଙ୍ଗି ପଡ଼ିଛନ୍ତି। ଆଜି ମଧ୍ୟ ସିନେପ୍ରେମୀଙ୍କ ମନରେ ଏକ ଭିନ୍ନ ଅଭୁଲା ଚରିତ୍ରର ଫିଲ୍ମ୍ ଭାବରେ ସତେଜ ହୋଇ ରହିଛି ତାଙ୍କ ଫିଲ୍ମ୍ ସବୁ।ତେବେ ଗତ କିଛିବର୍ଷ ଧରି ସେ ବାପା ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିବାରେ ସକ୍ଷମ ହୋଇଥିଲେ।

ଏବେ ତାଙ୍କର ମୃତ୍ୟୁ ପରେ ଗୋଟିଏ ଯୁଗର ଅବସାନ ଘଟିଛି କହିଲେ ଅତ୍ୟୁକ୍ତି ହେବନାହିଁ। ତେବେ ତାଙ୍କର ମୃତ୍ୟର ତୃତୀୟ ଦିନରେ ରାମଗଡ଼ କନିକା ଛକ ବନଦୂର୍ଗା ପୂଜା କମିଟି, କଟକ ପକ୍ଷରୁ ଏକ ଶୋକସଭା ରାଲି କରା ଯାଇଛି। ଯେଉଁଥିରେ ଯୋଗ ଦେଇଥିଲେ ଅଭିନେତା ଶ୍ରୀତମ ଦାସ ଏବଂ ମିହିର ଙ୍କ ପୁଅ ଅମ୍ଳାନ। ଏଥିରେ ଅନେକ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ। ମାଟିର ପୁଅ ମିହିର ଦାସ ଅମର ରହେ ନାରାରେ ଏହି ଶୋକସଭା ଯାତ୍ରା ଅନୁଷ୍ଠିତ ହୋଇଥିଲା। ଆପଣଙ୍କୁ କହି ରଖୁଛୁ ଯେ ୧୯୭୯ ମସିହାରେ ମଥୁରା ବିଜୟ ଚଳଚିତ୍ରରୁ ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିବା ମିହିର ଦାସଙ୍କ ର ଶେଷ ଚଳଚିତ୍ର ଥିଲା ଓନ୍‌ଲୀ ପ୍ୟାର୍‌।

 

Leave A Reply

Your email address will not be published.