Swastik Tv News Odisha

ଜାଣନ୍ତୁ, ରିଲିଜ୍ ହୋଇନଥିବା Mihir Das ଙ୍କ ଏହି ଫିଲ୍ମ ବିଷୟରେ… କଟକର ମୂର୍ତ୍ତିକା ଶିଳ୍ପୀଙ୍କ ଜୀବନକୁ ନେଇ ..ଦେଖିଲେ ଆଖିରୁ ଲୁହ ଆସିଯିବ…

0

ଜଣେ ସାଧାରଣ ମଣିଷ ଠାରୁ କଳାକାର ମାନଙ୍କର ଜୀବନ ସମ୍ପୂର୍ଣ୍ଣ ଭାବରେ ନିଆରା ପ୍ରକାରର ହୋଇଥାଏ। ସାଧାରଣ ଲୋକ ମାନେ କଳାକାରଙ୍କର ତାଙ୍କ ଜୀବନରେ ପ୍ରତିଦିନ କଣ ସବୁ ଘଟି ଚାଲିଛି ତାହା ଜାଣିବା ପାଇଁ ଉତ୍କଣ୍ଠାର ସହିତ ଚାତକ ପରି ଚାହିଁ ରହି ଥାଆନ୍ତି। ଦର୍ଶକ ମାନଙ୍କର ପ୍ରିୟ ଅଭିନେତ୍ରୀ ବା ଅଭିନେତାଙ୍କ ବିଷୟରେ ଅନେକ ନୂଆ ନୂଆ କିଛି ବିଷୟରେ ଜାଣିବା ପାଇଁ ଇଚ୍ଛା ପ୍ରକାଶ ସବୁବେଳେ ପାଇଁ କରି ଥାଆନ୍ତି। ଜଣେ ସାଧାରଣ ମଣିଷ ହେଉ ବା ଯେତେ ବଡ଼ କଳାକାର ହେଉ ସମସ୍ତେ ଦିନେ ନା ଦିନେ ମୃତ୍ୟୁ ବରଣ କରି ଥାଆନ୍ତି। ତେବେ ଅଭିନେତା ମିହିର ଦାସଙ୍କ ମୃତ୍ୟୁ ପୂର୍ବରୁ ଏକ ଫିଲ୍ମରେ ଅଭିନୟ କରିଥିଲେ କିନ୍ତୁ ସେହି ଫିଲ୍ମ ରିଲିଜ ହୋଇ ନାହିଁ। ତେବେ ଆସନ୍ତୁ ସେହି ଫିଲ୍ମଟି କଣ ରହିଛି ଜାଣିବା;

ସୂଚନା ଅନୁସାରେ, ଓଡିଆ ଫିଲ୍ମ ଜଗତର ଅଭିନେତା ଅଭିନେତା ମିହିର ଦାସଙ୍କୁ ଆପଣ ମାନେ ବେଶ ଭାବରେ ଜାଣିଥିବେ, ସେ ଓଡିଆ ଫିଲ୍ମ ଜଗତର ଆଗ ଧାଡ଼ିର ଅଭିନେତା ଭାବରେ ବେଶ ଜଣାଶୁଣା ଅଟନ୍ତି। କିନ୍ତୁ ଦୁଃଖର ବିଷୟ ଯେ ଅଭିନେତା ସମସ୍ତଙ୍କୁ ଛାଡି ଚାଲି ଯାଇଛନ୍ତି। ତାଙ୍କ ମୃତ୍ୟୁରେ ସାରା ରାଜ୍ୟରେ ଶୋକାକୁଳ ପରିବେଶ। ସେ ଅନେକ ଗୁଡିଏ ଫିଲ୍ମରେ ଅଭିନୟ କରିଛନ୍ତି। ସେ ନାୟକ ଭୂମିକା ଠାରୁ ଆରମ୍ଭ କରି ଖଳନାୟକ ଚରିତ୍ର ପର୍ଯ୍ୟନ୍ତ ସବୁ ଚରିତ୍ରରେ ନିଖୁଣ ଭାବରେ ଅଭିନୟ କରି ଥାଆନ୍ତି। ଖାଲି ମନୋରଞ୍ଜନ ଧର୍ମୀ ଚଳଚିତ୍ର ନୁହେଁ ଅନେକ କଳାତ୍ମକ ଚରିତ୍ରରେ ମଧ୍ୟ ସୁନ୍ଦର ଅଭିନୟ କରି ଥାଆନ୍ତି।

ସେ ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ରଚିତ ଦି ଟ୍ରଙ୍କ ଅଫ କାହାଣୀକୁ ନେଇ ପ୍ରଖ୍ୟାତ ନିର୍ଦେଶକ ହିମାଂଶୁ ଖୁଣ୍ଟିଆ ମାଟିର ବନ୍ଧନ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ଅଭିନେତା ମୁଖ୍ୟ ଭୂମିକାରେ ନିଜର ସୁନ୍ଦର ଅଭିନୟ ପ୍ରଦର୍ଶନ କରିଥିଲେ। କଟକ ସହରର ପରିବେଶକୁ ସଠିକ ଭାବରେ ଏହି ସିନେମାରେ ପ୍ରଦର୍ଶିତ କରା ଯାଇଥିଲା।କଟକର ମୂର୍ତ୍ତିକା ଶିଳ୍ପଙ୍କ ଜୀବନକୁ ନେଇ ସୁନ୍ଦର ଭାବରେ ତିଆରି କରା ଯାଇଛି। କିନ୍ତୁ ଅଭିନେତାଙ୍କର ଏହି ଫିଲ୍ମଟି ରିଲିଜ ହୋଇ ପାରି ନାହିଁ। ଏହି ସିନେମାକୁ ଲୋକ ଲୋଚନକୁ ଆଣିବା ପାଇଁ ଅଭିନେତା ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା ସମସ୍ତ କଳାକାର ମାନଙ୍କର ଦସ୍ତଖତ ନେଇ ସରକାରଙ୍କ ପାଖରେ ଅନୁରୋଧ କରିଥିଲେ।

ଏଥି ସହିତ ନିଜ ପ୍ରଚେଷ୍ଟାରେ ମୁକ୍ତି ଲାଭ କରିବା ପାଇଁ କୋର୍ଟରେ ମକଦ୍ଦମା ମଧ୍ୟ କରିଥିଲେ। ଲୋକ ଲୋଚନକୁ ଆଣିବା ପାଇଁ ଯେତେ ଚେଷ୍ଟା କରିଥିଲେ ମଧ୍ୟ ସେ ସଫଳ ହୋଇ ପାରି ନଥିଲେ। ସେ କହିଥିଲେ ଯେ ତାଙ୍କ ସର୍ବଶ୍ରେଷ୍ଠ ସିନେମା ହେଉଛି ମାଟିର ବନ୍ଧନ। କିନ୍ତୁ ଦୁଃଖର ବିଷୟ ଯେ ଏହି ସିନେମାଟିର ପ୍ରଯୋଜକ ଆଇନର ଜାଲରେ ଛନ୍ଦି ହୋଇ ଯାଇ ଥିବାରୁ ଏହି ସିନେମା ଓଡ଼ିଶାରେ ରିଲିଜ ହୋଇ ପାରି ନଥିଲା। ଅଭିନେତାଙ୍କ ଇଚ୍ଛାକୁ ଉଜୀବିତ କରି ରଖିବା ପାଇଁ ସରକାର ମାଟିର ବନ୍ଧନ ଚଳଚ୍ଚିତ୍ରକୁ ଖୁବ ଶୀଘ୍ର ରିଲିଜ ହେବା ଆବଶ୍ୟକ ବୋଲି ସାମଜିକ ଗଣମାଧ୍ୟମ ଠାରୁ ଆରମ୍ଭ କରି ବିଭନ୍ନ ମହଲରେ ଦାବି କରାଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.