Swastik Tv News Odisha

ମହିଳାଙ୍କ ଦେହରେ ଲାଗିଲେ ମା’ ଶାରଳା, କହିଲେ ଜଗା ଦର୍ଶନ ନମିଳିଲେ ଛାଡି ଯିବି ନାହିଁ ପୁରୀ… ଦେଖନ୍ତୁ ଅଜବ ଦୃଶ୍ୟ

0

ବେଳେବେଳେ ଏମିତି କିଛି ଖବର ସାମ୍ନାକୁ ଆସିଥାଏ ଯାହା ସାଧାରଣରେ ଆଲୋଚନା କରିବା ଭଳି ବିଷୟ ହୋଇଥାଏ। ତେବେ ଆମେ ଆଜି ଜାଣିବା ଏକ ଏମିତି ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ। ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ। ଅନେକ ସମୟରେ କିଛି ଏହିପରି ଅଜବ ଘଟଣା ସବୁ ସଂପର୍କରେ ଆମେ ଆସିଥାଉ। ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ। କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ଏବଂ ଏହାର ପ୍ରକୃତ ରହସ୍ୟ କଣ?

କିନ୍ତୁ ଅନେକ ଏପରି ଘଟଣାକୁ ବିଶ୍ୱାସ ମଧ୍ୟ କରିଥାନ୍ତି ଏବଂ ଏହାର ବାସ୍ତବତା କୁ ଉପଲବ୍ଧି ମଧ୍ୟ କରିଥାନ୍ତି। ସେହିପରି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଯେଉଁ ଘଟଣାରେ ଏହା ଦେଖିବାକୁ ମିଳିଛି ଯେ ଜଣେ ମହିଳା କିପରି ଭାବରେ ତାଙ୍କ ଦେହରେ ଦେବୀ ଲାଗିଛନ୍ତି ବୋଲି କହି ଜଗା ଦର୍ଶନ ପାଇଁ ଅଡି ବସିଛନ୍ତି। ତେବେ ଆପଣ ଯେଉଁ ଭିଡିଓ ଦେଖିବାକୁ ପାଉଛନ୍ତି ଏହି ଭିଡିଓ ରେ ଦେଖନ୍ତୁ କିପରି ଜଣେ ମହିଳା ପୁରୀରେ ଜଗା ଦର୍ଶନ ପାଇଁ ଲାଗିଥିବା ବ୍ୟାରିକେଡ଼ କୁ ଭାଙ୍ଗି ମନ୍ଦିର ଆଡ଼କୁ ଚାଲି ଯାଉଛନ୍ତି ଏବଂ ତାଙ୍କୁ ପୋଲିସ୍ ମାନେ ଅଟକାଇବା ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ ସେ ରହୁ ନାହାଁନ୍ତି, ଆଗକୁ ମାଡି ଚାଲିଛନ୍ତି।

ସେ କହୁଛନ୍ତି ଯେ ତାଙ୍କ ଦେହରେ ମାଆ ଶାରଳା ଲାଗିଛନ୍ତି, ମୁଁ ହେଉଛି ମା ଶାରଳା। ମୁଁ ଜଗା କୁ ଦର୍ଶନ ନକରିବା ଯାଏଁ ଏଠାରୁ ଯିବିନି। ଏହାପରେ ଜଣେ ପୂଜକ ମହିଳା ଜଣଙ୍କୁ ସେଠାରୁ ନେଇ ଆସି ଲାଗିଥିବା ଲାଇନ୍ ରେ ଛାଡି ଦେଉଛନ୍ତି। କିନ୍ତୁ ମହିଳା ଜଣଙ୍କ ପୁଣି ସେଠାରୁ ପଳାଇ ଆସୁଛନ୍ତି ଏବଂ ଜଗା କୁ ଦର୍ଶନ ନକଲେ ଯିବିନି ବୋଲି କହିଛନ୍ତି। ତେବେ ତାଙ୍କର ଏଭଳି ଦୃଶ୍ୟ ଦେଖି ସେଠାରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ପୋଲିସ୍ କର୍ମଚାରୀ ସେଠାରେ ଡିଉଟି ରେ ରହିଥିଲେ ମଧ୍ୟ କାହାକୁ ନମାନି ଏହି ମହିଳା ଜଣଙ୍କ ଆଗକୁ ମାଡି ଚାଲିଥିଲେ।

ତେବେ ପୋଲିସ୍ ତାଙ୍କୁ ଅଟକାଇବା ପାଇଁ କହିଥିଲେ ମଧ୍ୟ ସେ ଶୁଣି ନଥିଲେ।ତେବେ ସତରେ ମହିଳା ଜଣଙ୍କ ମାଆ ଶାରଳା ତାଙ୍କ ଦେହରେ ଲାଗିବା କଥା କହୁଥିଲେ କିମ୍ୱା ଏହା ତାଙ୍କର ଅଭିନୟ ଥିଲା ତାହା ଆମେ କହି ପାରିବି ନାହିଁ। କିନ୍ତୁ ମହିଳା ଜଣଙ୍କର ଏପରି କାର୍ଯ୍ଯ କୁ ଦେଖି ତାଙ୍କୁ ପୋଲିସ ରେ ଦେଇଦେବା ପାଇଁ ସେଠାରେ କେହି କହୁଥିବା ଶୁଣିବାକୁ ମିଳୁଛି। ତେବେ ପୁରୀରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.