Swastik Tv News Odisha

ରାତି ଅଧରେ ବିଷଧର ଗୋଲ୍ଡେନ କୋବ୍ରା {Golden Cobra } କୁ ଦେଖି ମହିଳା ଜଣକ କଲେ ଏମିତି… ଦୁର୍ବଳ ବ୍ୟକ୍ତି ଦେଖନ୍ତୁ ନାହିଁ ଏହି ଭିଡ଼ିଓ…

0

ଯେତେବେଳେ ବି ଆପଣ ଅଚାନକ ସାପ ଟିଏ ଦେଖିବାକୁ ପାଉଥିବେ, ସେତେବେଳେ ନିଶ୍ଚିତ ଭୟଭୀତ ହୋଇ ଯାଉଥିବେ। ତେବେ ଆପଣ ଜାଣିଛନ୍ତି ଦୁନିଆରେ ସାପର ବହୁତ ପ୍ରକାର ପ୍ରଜାତି ରହିଛି, ଯେଉଁଥିରେ କିଛି ଖତରନାକ ଥିବାବେଳେ ଆଉ କିଛି ବହୁତ ବିଶାକ୍ତ ମଧ୍ୟ ଅଛି ଏବଂ ଆଉ କିଛି ସାପ ରହିଛନ୍ତି ଯେଉଁମାନେ କାହାର କ୍ଷତି କରନ୍ତି ନାହିଁ। ତେବେ ସାପ ଯେମିତି ହେଇଥାଉ ନା କାହିଁକି ସାପକୁ ଦେଖିବା ମାତ୍ରକେ ହିଁ ଭୟ ଲାଗେ। ଏହା ଏମିତି ଜୀବ ଯାହା ସମସ୍ତଙ୍କ ମନରେ ଏକ ଭିନ୍ନ ଭୟ ସୃଷ୍ଟି କରିଥାଏ।ଆପଣ ସୋସିଆଲ ମିଡିଆରେ ଅନେକ ସମୟରେ ସାପକୁ ନେଇ ଭାଇରାଲ ଭିଡିଓ ଦେଖୁଥିବେ।

ତେବେ ସେଥିମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା। ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ସାପ ଧରିବା ଜନିତ ଘଟଣା କୁ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।ଆଜି ଆମେ ଜାଣିବା କିଛି ଏମିତି ଅଜବ ସାପ ଧରିବାର ଭିଡିଓ ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଏପରି ଘଟଣା ମାନ ଦେଖିବା ପାଇଁ ମିଳିଥାଏ। ଏସବୁ ଆମର ଭାବନାର ବାହାରେ। ତେବେ ଆସନ୍ତୁ ଜାଣିବା ସେହିପରି ଏକ ସାପ ଧରିବାର ଏକ ଭିଡିଓ ବିଷୟରେ ଯାହା ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି।

ଅନେକ ସମୟରେ ଚାଳ ଛପର ଘରେ, ମାଟି ଘରେ କିମ୍ୱା ଏଜବେଷ୍ଟସ ପଡିଥିବା ଘର ମାନଙ୍କରେ ସାପ ପ୍ରବେଶ କରି ଆସି ଉପରେ ରହି ଯାଇଥାଏ। କେତେବେଳେ କୌଣସି କାରଣରୁ ଅନ୍ଯ ମନସ୍କ ରେ ଏହା କାହା ସଂସ୍ପର୍ଶରେ ଆସିିଲେ ବିପଦ ସୃଷ୍ଟି କରିବାର ସମ୍ଭାବନା ରହିଥାଏ।ସେହି ସବୁ ସ୍ଥାନ ମାନଙ୍କରୁ ସାପ ଧରିବା ସହଜ ହୋଇ ପାରି ନଥାଏ। ତେବେ ଏବେ ଯେଉଁ ଖତରନାକ ସାପ ଧରିବାର ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚିତ। କାରଣ ଏହା ଏମିତି ହିଁ ଏକ ସାପ ଧରିବାର ଭିଡିଓ ଯେଉଁଥିରେ ସାପଟିକୁ ଏକ ଜାଳେଣି କାଠ ରଖା ଯାଇଥିବା ଘର ଭିତରୁ ଉଦ୍ଧାର କରା ଯାଇଛି।

ଭଦ୍ରକର ତାଲିମ୍ ପ୍ରାପ୍ତ ସାପ ଧରାଳି ମିର୍ଜା ଏମଡି ଅରିଫ୍ ନାମ ଏହି ଘର ଭିତରୁ ଜହରିଲା ସାପକୁ ଉଦ୍ଧାର କରିଛନ୍ତି। ତେବେ ଏଠାରେ ରହିଥିବା ସାପଟି ହେଉଛି ଗୋଲ୍ଡେନ କୋବ୍ରା। ଅଧରାତି ରେ ସାପ ଘର ଭିତରକୁ ପ୍ରବେଶ କରିବାର ଦେଖି ଘରେ ଲୋକେ ଭୟଭୀତ ହୋଇ ଏହାକୁ ଉଦ୍ଧାର କରିବାକୁ ସାପ ଧରାଳି ଙ୍କୁ ଜଣାଇଥିଲେ।ପରେ ସଫଳତାର ସହ ସେଠାରୁ ଏହି ସାପକୁ ଉଦ୍ଧାର କରି ସାପ ଧରାଳି ଏକ ବ୍ୟାଗ୍ ରେ ପୁରାଇ ତାକୁ ଉଦ୍ଧାର କରି ନେଇ ଯାଉଥିବା ଦେଖିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.