Swastik Tv News Odisha

କଳାକାର ଜଗତର ଗୋଟେ ଏରା ସରିଗଲା, ବଡ଼ ବଡ଼ ଦିଗଜ ଆମକୁ ଏଇ ୨ ବର୍ଷ ଭିତରେ ଆମକୁ ଛାଡ଼ି ଚାଲିଗଲେ, ଉଷାଶୀ ମିଶ୍ର ଙ୍କ କଥା ଶୁଣି ଆଖିରୁ ଲୁହ ଆସିଯିବ … ଦେଖନ୍ତୁ ଭିଡ଼ିଓ

0

ଜଣେ ସାଧରଣ ଲୋକର ଜୀବନ ଶୈଳୀ ଆଉ ଜଣେ ସେଲିବ୍ରେଟି ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି। ଜଣେ ସାଧରଣ ଲୋକକୁ କେବଳ ତାଙ୍କ ସାଇ ପଡ଼ିଶା ଜାଣିଥାଏ ହେଲେ ଜଣେ ସେଲିବ୍ରେଟିକୁ ସାରା ଦୁନିଆ ଜାଣିଥାଏ। ହେଲେ ମୃତ୍ୟୁ ଯେତେବେଳେ ଆସିଥାଏ କିଛି ବି ଦେଖି ନଥାଏ। ସେ ସେଲିବ୍ରେଟି ହୁଅନ୍ତୁ ବା ସାଧରଣ ଲୋକ ହୋଇ ଥାନ୍ତୁ। ହେଲେ ଯଦି ଜଣେ ସାଧାରଣ ଲୋକର ମୃତ୍ୟୁ ହେଲେ କେବଳ ଗାଁ ସାଇ ପଡ଼ିଶା ସମ୍ପର୍କୀୟ ହିଁ ଦୁଃଖ ପ୍ରକାଶ କରିଥାନ୍ତି। ହେଲେ ଯଦି ଜଣେ କଳାକାରଙ୍କ ମୃତ୍ୟୁ ହୁଏ ସେ ସବୁ ଦିନ ପାଇଁ ଲୋକ ମାନଙ୍କ ମଧ୍ୟରେ ଲୋକର ଛାୟା ଖେଳି ହୋଇଯାଏ।

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଆମ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ ନିକଟରେ ଅନେକ କଳାକାରଙ୍କ ବିୟୋଗ ହୋଇଛନ୍ତି। ହର ପଟ୍ଟନାୟକ, ମିନକେତନ, ଦେବୁ ଇତ୍ୟାଦି ଅନେକ ବଡ଼ ବଡ଼ କଳାକାର ଆମ ଗହଣରେ ଆଉ ନାହାନ୍ତି।ହେଲେ ବର୍ତ୍ତମାନ ସମୟରେ ଏଭଳି ଜଣେ କଳାକାରଙ୍କ ମୃତ୍ୟୁ ହୋଇଛି। ଯାହାକି ତାଙ୍କର ସ୍ଥାନ କେହି ବି ପୂର୍ଣ୍ଣ କରିପାରିବେ ନାହିଁ। ବନ୍ଧୁଗଣ ଓଡ଼ିଶାର ଲୋକ ପ୍ରିୟ ତଥା ଶ୍ରେଷ୍ଟ ଅଭିନେତା ମିହିର ଦାସ ଆମ ଗହଣାରେନାହାନ୍ତି। ହେଲେ ତାଙ୍କୁ ଆଜି ସାରା ଓଡ଼ିଶା ବାସୀ ଝୁରୁଛନ୍ତି। ଅନେକ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି କଳାକର ତାଙ୍କୁ ଝୁରୁଛନ୍ତି।

ଅଭିନେତ୍ରୀ ଉସାସୀ ମିଶ୍ର ନିଜେ ମହିର ଦାସଙ୍କ ଭଲ ଗୁଣ ବିଷୟରେ ମିଡ଼ିଆ ସାମନାରେ କହିଛନ୍ତି। ମିହିର ଦାସ ଜଣେ ଦକ୍ଷ କଳାକାର ଥିଲେ। ତାଙ୍କୁ ଯେ କୌଣସି ଅଭିନୟ ଦିଆଯାଉଥିଲା। ସେ ଖୁଵ ସୁନ୍ଦର ଭାବରେ କରିପାରୁ ଥିଲେ। ତାଙ୍କ ଠାରୁ ଅନେକ କିଛି ଶିଖିବା ପାଇଁ ମିଳିଥିଲା ବୋଲି କହିଥିଲେ। ଓଡିଆ ଅଭିନେତା ମିହିର ଦାସଙ୍କର ଆଜି ଜାନୁଆରୀ ୧୧ ତାରିଖ ରେ ଦେହାନ୍ତ ହୋଇଯାଇଛି। ହେଲେ ତାଙ୍କର ଏହି ବିରାଟ ଶୂନ୍ୟସ୍ଥାନ କେହି ବି ପୂର୍ଣ କରିପାରିବେ ନାହିଁ। ଯଦି ଦେଖିବା ସେ ପୂର୍ବରୁ କିଡ଼ନି ରୋଗରେ ପୀଡିତ ଥିଲେ। ବାରମ୍ବାର ସେ ହସ୍ପିଟାଲ ଯାଉଥିଲେ। ତାଙ୍କୁ ମଧ୍ୟ ଅନେକ ଆୱାଡ଼ ରେ ସଂମାନିତ କରାଯାଇଛି।

ହଠାତ ତାଙ୍କର ଦେହ ଖରାପ ହେବା କାରଣରୁ ତାଙ୍କୁ କଟକର ଏକ ଘୋରଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ଜୀବନ ଯୁଦ୍ଧରେ ସଙ୍ଘର୍ଷ କରି ଶେଷରେ ସେ ହାରି ଯାଇଥିଲେ। ତାଙ୍କର ମୃତ୍ୟୁ ଖବର ପାଇ ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରି ଶୋକାକୁଳ ପରିବେଶ ସୃଷ୍ଟି ହୋଇଯାଇଥିଲା। ତେବେ ବର୍ତ୍ତମାନ ସମୟରେ ସମଗ୍ର ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ର କଳାକାର ମାନେ ଝୁରୁଛନ୍ତି। ଯାହାବି ହେଉ ସେଭଳି କଳାକାର ମିଳିବା ବହୁତ କଷ୍ଟ ସେ ସିନା ଆମ ଗହଣରେ ନାହାନ୍ତି। ହେଲା ସାରା ଜୀବନ ଆମ ସମସ୍ତଙ୍କ ହୃଦୟ ରେ ରହିବେ।

 

Leave A Reply

Your email address will not be published.