Swastik Tv News Odisha

ବହୁତ ଦିନ ପରେ ହଠାତ ଅଧ ରାତିରେ ଲାଇଭ ଆସି ରଚନା ବାନାର୍ଜୀ କାନ୍ଦି ପକେଇଲେ ମିହିର ଦାସଙ୍କୁ ମନେ ପକେଇ… ଏହି ଭିଡ଼ିଓ ଦେଖିଲେ ନ କାନ୍ଦୁ ଥିବା ଲୋକ ବି କାନ୍ଦି ପକାଇବେ….ଦେଖନ୍ତୁ ଭିଡ଼ିଓ

0

ଜଣେ ବର୍ଷୀୟାନ କଳାକାର ଭାବରେ ଅଭିନେତା ମିହିର ଦାସ୍ ତାଙ୍କର କଳାକାର ଜୀବନକୁ ବେଶ୍ ସଫଳତାର ସହ ଆଗେଇ ନେଇଥିଲେ। ତାଙ୍କର କଳା ଏବଂ ବ୍ୟକ୍ତିତ୍ଵ ରେ ସେ କଳଙ୍କ ର ଚିହ୍ନ କୁ ଲାଗିବାକୁ ଦେଇ ନଥିଲେ। ଓଡିଶାର ପ୍ରତିଟି ଘରେ ଘରେ ସେ ଥିଲେ ସମସ୍ତଂକ ପ୍ରିୟର କଳାକାର। ଆଉ ମାଆ ମାନଙ୍କ ପାଇଁ ସେ ଥିଲେ ଭୋଲାଶଙ୍କର ପୁଅ। କାକା ଚରିତ୍ରରେ ସେ ଅନେକଙ୍କ ହୃଦୟ ଜିଣି ଥିଲେ। ତାଙ୍କର ଅଭିନୟ ଅତୁଳନୀୟ। ଏହିଭଳି ଜଣେ ରତ୍ନରୂପି କଳାକାର ମାତ୍ର ୬୩ ବର୍ଷ ବୟସ ରେ ସମସ୍ତଙ୍କୁ ଦୁଃଖ ସାଗରରେ ଭସାଇ ଦେଇ ଆର ପାରିକୁ ଚାଲି ଯାଇଛନ୍ତି। ଯାହାକୁ ବିଶ୍ବାସ କରିବା ସମ୍ଭବପର ହେଉନାହିଁ।

ଏହି ଭେଟରାନ ଅଭିନେତା ଜଣଙ୍କ ତାଙ୍କର କଳାକାର ଜୀବନରେ ଅନେକଙ୍କ ହୃଦୟକୁ ଜିଣିବାରେ ସଫଳ ହୋଇଛନ୍ତି।ଆପଣ ଜାଣିଛନ୍ତି ଓଡିଆ ଚଳଚ୍ଚିତ୍ର ଜଗତକୁ ମିହିର ଦାସଙ୍କ ଅବଦାନ ଅନେକ ରହିଛି। ତାଙ୍କର ଅବଦାନକୁ ସମ୍ମାନ ଜଣାଇ ତାଙ୍କୁ ଗାର୍ଡ ଅଫ୍ ଅନର୍ ସହ ଶେଷକୃତ୍ୟ ମଧ୍ୟ ସମ୍ପନ୍ନ କରା ଯାଇଛି।ସେ ଏପରି ଜଣେ କଳାକାର ଥିଲେ ଯିଏକି ନିଜର ଅଭିନୟର ପାରଦର୍ଶିତା ରେ ଦର୍ଶକଙ୍କୁ ଏକ ଭିନ୍ନ ଅନ୍ଦାଜ ର ମନୋରଂଜନ ର ସୁରାକ ଯୋଗାଇଥାନ୍ତି। ମିହିର ଦାସ୍ ଙ୍କ ଅକାଳ ବିୟୋଗ ରେ ସମ୍ପୂର୍ଣ୍ଣ ଭାବରେ ଦୋହଲି ଯାଇଛି ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି। ସମସ୍ତ ଅଭିନେତା ଏବଂ ଅଭିନେତ୍ରୀ ମାନେ ଭାଙ୍ଗି ପଡ଼ିଛନ୍ତି ତାଙ୍କର ଅକାଳ ବିୟୋଗରେ।

ସତେ ଯେମିତି ଏକ ଶୋକର ଛାୟା ଖେଳି ଯାଇଛି ମିହିର ଦାସ୍ ଙ୍କ ମୃତ୍ୟୁ ପରେ।ଜଣେ ଜଣାଶୁଣା ଆଗ ଧାଡ଼ିର ଲୋକପ୍ରିୟ ଅଭିନେତା ଭାବରେ ମିହିର ଦାସ ତାଙ୍କର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ।ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ଜଣେ ସୁନ୍ଦର୍ ବ୍ୟକ୍ତିତ୍ଵ ର ଅଧିକାରୀ ଥିଲେ। ତାଙ୍କର ଅଗଣିତ ପ୍ରସଂଶକ ମାନେ ମଧ୍ୟ ତାଙ୍କୁ ବହୁତ୍ ଭଲ ପାଇଥାନ୍ତି। ତାଙ୍କର ମୃତ୍ୟୁ ରେ ସମସ୍ତେ ଭାଙ୍ଗି ପଡ଼ିଥିବା ବେଳେ ଓଲିଉଡ ଇଣ୍ଡଷ୍ଟ୍ରି ର ଜଣେ ଲୋକପ୍ରିୟ ଅଭିନେତ୍ରୀ ଯିଏକି ଏବେ ଓଡ଼ିଆ ସିନେମାରୁ ଦୂରେଇ ରହିଛନ୍ତି, ରଚନା ବାନାର୍ଜୀ ସେ ଏବେ ଏକ ଲାଇଭ ଭିଡିଓ ଜରିଆରେ ତାଙ୍କର ଶୋକ ବ୍ୟକ୍ତ କରିଛନ୍ତି।

ସେ କହିଛନ୍ତି ମିହିର ଦାସ୍ ଙ୍କ ସହିତ ସେ ଅନେକ ଚଳଚ୍ଚିତ୍ର କରିଛନ୍ତି। ତାଙ୍କର ମୃତ୍ୟୁ ତାଙ୍କୁ ବହୁତ୍ ଆଘାତ ଦେଇଛି।ସେ ତାଙ୍କୁ ବହୁତ୍ ଭଲ ପାଆନ୍ତି। ଓଡିଶାର ପ୍ରତ୍ୟେକଟି କଳାକାର ଙ୍କ ପ୍ରତି ତାଙ୍କର ଢେର୍ ସାରା ଭଲପାଇବା ଏବଂ ସମ୍ମାନ ରହିଛି। କିନ୍ତୁ ଆମ ସମସ୍ତଙ୍କୁ ଏ ଦୁନିଆ ଛାଡି ଦିନେ ଦିନେ ଯିବାକୁ ପଡ଼ିବ। ଆଜି ମିହିର ଭାଇ ଚାଲିଗଲେ, ଯାହା ତାଙ୍କୁ ବହୁତ୍ ଦୁଃଖିତ କରିଛି ବୋଲି ସେ ଭିଡିଓ ଜରିଆରେ ଦୁଃଖ ପ୍ରକାଶ କରି କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.