Swastik Tv News Odisha

ଗୋଟିଏ ପୋଷ୍ଟ ପାଇଁ ନାମାଙ୍କନ କଲେ ଉଭୟ ସ୍ଵାମୀ-ସ୍ତ୍ରୀ , ପୁରା ଘଟଣା ଜାଣିଲେ ହୋସ ଉଡିଯିବ…ଏ ନେଇ କଣ କହୁଛନ୍ତି ନିଜ ସ୍ତ୍ରୀ…. ଦେଖନ୍ତୁ ଭିଡ଼ିଓ

0

ବନ୍ଧୁଗଣ ଏବେ ଚାଲିଛି ନିର୍ବାଚନୀ ଋତୁ। ଏହାକୁ ନେଇ ସବୁଆଡେ କିପରି ଉଷ୍ମତା ଭରି ରହିଛି ତାହା ତ ଆପଣ ଦେଖିବାକୁ ପାଉଥିବେ। ତେବେ ଏହି ସମୟରେ ସାମ୍ନାକୁ ଆସିଛି ଏକ ରୋଚକ ପୂର୍ଣ୍ଣ ଖବର। ଯେଉଁଠି ଗୋଟିଏ ପଦବୀ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ଉଭୟ ସ୍ବାମୀ ଓ ସ୍ତ୍ରୀ। ପଦବୀ ଗୋଟିଏ ଥିବା ଉଭୟ ସ୍ଵାମୀ ସ୍ତ୍ରୀ ନାମାଙ୍କନ ଦାଖଲ କରିବା ଶୁଣି ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ଏହି ଘଟଣାଟି ସତ। ତେବେ ଯାହା ଜଣା ପଡ଼ିଛି ପ୍ରାର୍ଥୀପତ୍ର ଯାଞ୍ଚ ବେଳେ କାଳେ ଏହା ନାକଚ ହୋଇଯିବ, ସେଥିଲାଗି ଉଭୟ ସ୍ତ୍ରୀ ଓ ସ୍ୱାମୀ ସରପଞ୍ଚ ପଦବୀ ଲାଗି ଏହି ନାମାଙ୍କନ ଭରିଥିବା କୁହା ଯାଉଛି।

ଆଉ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକର ଭଟିମୁଣ୍ଡା ପଂଚାୟତରେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି। ତେବେ ମିଳିଥିବା ସୂଚନା ଅନୁସାରେ ଏଠାରେ ସ୍ତ୍ରୀ ସସ୍ମିତା ସାହୁ ଓ ତାଙ୍କର ସ୍ବାମୀ ତାପସ ସାହୁ ସରପଞ୍ଚ ପ୍ରାର୍ଥୀ ଲାଗି ସେମାନଙ୍କ ଏହି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେବେ ଉଭୟ ସ୍ବାମୀ ସ୍ତ୍ରୀ ଙ୍କ ଗୋଟିଏ ପଦବୀ ପାଇଁ କରିଥିବା ଏହି ନାମାଙ୍କନ କୁ ନେଇ ଉକ୍ତ ପଞ୍ଚାୟତରେ ନାନା ଆଲୋଚନା ବି ହେଉଛି। ଏହାକୁ ନେଇ ଭୋଟର ମାନେ ବିଭିନ୍ନ ପ୍ରକାରର ଆଲୋଚନା କରୁଥିବା ଦେଖିବାକୁ ମିଳିଛି।

ତେବେ ଆପଣଙ୍କୁ କହି ରଖୁଛୁ କି ଗତ ନିର୍ବାଚନରେ ମହିଳା ପ୍ରାଥୀ ସସ୍ମିତା ସାହୁ କଟକ-ଚୌଦ୍ୱାରର ୧୩ ନମ୍ବର ଜୋନରେ ଜିଲ୍ଲା ପରିଷଦ ଭାବେ ନିର୍ବାଚିତ ହୋଇଥିଲେ। ଆଉ ଏବେ ପୁଣି ପଞ୍ଚାୟତ ନିର୍ବାଚନ ରେ କାଳେ କୌଣସି ନାମାଙ୍କନ ରେ ଅସୁବିଧା ହେବ କିମ୍ୱା ନାକଚ ହୋଇଯିବ ଏଥିପାଇଁ ସ୍ୱାମୀଙ୍କୁ ସୁରକ୍ଷା ଦେବା ଲାଗି ସେ ସରପଞ୍ଚ ପଦବୀ ଲାଗି ଏଥର ପୁଣି ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି। ତେବେ ଯାହା ଜଣା ପଡ଼ିଛି ଉଭୟଙ୍କ ପ୍ରାର୍ଥୀ ପତ୍ର କାୟମ ରହିଚି ଏବଂ ଏହା ପରେ ଏବେ ସ୍ତ୍ରୀ ସସ୍ମିତା ସାହୁ ତାଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ ବୋଲି କହିଥିବା ଜଣା ପଡିଛି।

ତେବେ ଏହି ପଞ୍ଚାୟତ ଲାଗି ମୋଟ ଉପରେ ୭ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ସୂଚନା ମିଳିଛି। ତେବେ ଅଞ୍ଚଳର ଉନ୍ନତି ଲାଗି କୌଣସି ପ୍ରାର୍ଥୀ ପଦକ୍ଷପ ନେଉନଥିବା ଭୋଟର କହୁଥିବା ବେଳେ କିନ୍ତୁ ସମସ୍ତ ପ୍ରାଥି ଏହି ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ଲାଗି କାମ କରିବାକୁ ଚାହାନ୍ତି ବୋଲି କହୁଛନ୍ତି। ନିର୍ବାଚନ ପରେ ଏହା ଜଣା ପଡ଼ିବ ଯେ ଭୋଟର ମାନଙ୍କ ଆସ୍ଥା କାହା ଉପରେ ଅଧିକ ରହୁଛି ଏବଂ କିଏ ଏହି ନିର୍ବାଚନ ରେ ବାଜିମାତ କରି ନିଜ ପଂଚାୟତ ର ଉନ୍ନତି ନିମନ୍ତେ କାମ କରୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.