Swastik Tv News Odisha

ଦେଖନ୍ତୁ Shocking ଭିଡ଼ିଓ : ଆଉ କିଛି ବାଟ ଥିଲା ମାମୁଁ ଘର , ବାଟରେ ମାଡି ବସିଲା ମୃତ୍ୟୁ …

0

କଥାରେ ଅଛି, ଜୀବନ ଅଛି ତୋ ମୃତ୍ୟୁ ଅଛି। ମୃତ୍ୟୁ କାହାକୁ କେତେବେଳେ କେଉଁ ମୁହୂର୍ତ୍ତରେ କବଳିତ କରିବ ତାହା କହିବା ଅସମ୍ଭବ। ସେଥିପାଇଁ କୁହାଯାଏ, ସୂତା ଖିଅରେ ମଣିଷ ଜୀବନ, କେତେବେଳେ ବି ଛିଣ୍ଡି ହୋଇ ଯିବ ତାହା କେହି ହେଲେ ବି କହି ପାରିବେ ନାହିଁ। ମୃତ୍ୟୁ ଯେତେବେଳେ ଆସେ ସେତେବେଳେ କହିକି ଆସି ନଥାଏ। ଭାଗ୍ୟ କାହାକୁ ନେଇ କେତେବେଳେ ଯେ କେଉଁଠି ପକାଇ ଦେବ କେହି ବି କହି ପାରନ୍ତି ନାହିଁ। ଠିକ ଏଭଳି କିଛି ଦୁଃଖ ଦାୟକ ଘଟଣା ବର୍ତ୍ତମାନ ଆମ ସମ୍ନାକୁ ଆସିଛି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଦୁଃଖ ପ୍ରକାଶ କରିବେ। ତେବେ ଘଟଣାଟି ହେଉଛି ଆଉ କିଛି ଦୂର ଥିଲା ମାମୁଁ ଘର, କିନ୍ତୁ ବାଟରେ କୁନି ଝିଅର ମୃତ୍ୟୁ ହୋଇଗଲା। ଯାହାକି ଏହା ଏକ ଦୁଃଖ ଦାୟକ ଘଟଣା ଅଟେ। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ସୂଚନା ଅନୁସାରେ, ମାଉସୀ ଝିଅ ବାହାଘର ପାଇଁ ସମସ୍ତେ ଖୁସିରେ ଥିଲେ ଓ ତାଙ୍କ ସହି ୧୦ ବର୍ଷର ଝିଅ ବିଜୟ ଲଷ୍ମୀ ମଧ୍ୟ ବହୁତ ଖୁସି ଥିଲା। ମାମୁଁ ଘରେ ପହଁଛି ମାଉସୀ ଘରକୁ ଯାଇ ଥାଆନ୍ତେ ଓ ସେଠାରେ ବହୁତ ମଜା ମସ୍ତି କରି ଥାଆନ୍ତେ। ଆଉ ଏହି ଖୁସି ନେଇ ମାଆ, ବଡ଼ ଭଉଣୀ ଭାଗ୍ୟଲଷ୍ମୀ ଓ ସେହି କୁନି ଝିଅ ମଧ୍ୟ ମାମୁଁ ଘରକୁ ଯାଉଥିଲେ। ରବିବାର ଦିନ ବାହାଘର ଥିବାରୁ ଶନିବାର ଦିନ ମାଆ ଓ ତାଙ୍କର ଦୁଇ ଝିଅ ଶାନ୍ତିଲତା ବସରେ ଉଦୁଳାରୁ ବସି ସୋରୋ କୁରୁଡା ଆସୁ ଥିଲେ।

ତେବେ ସୋରୋ ବିଦ୍ୟତ ଛକ ନିକଟରେ ବସଟିକୁ କୋଇଲା ବୋଝେଇ ଟ୍ରକ ପଛରୁ ଧକ୍କା ମାରିଥିଲା। ଡ୍ରାଇଭର ପାଖ କ୍ୟାବିନରେ ମାଆ ଆଉ ଦୁଇ ଝିଅ ବସି ଥିଲେ। କିନ୍ତୁ ଦୁଃଖର ବିଷୟ ଯେ ଗୋଟିଏ ସିଟ ଛିଟକୀ ଆସି ସେହି କୁନି ଝିଅର କାନ ମୁଣ୍ଡାରେ ଖୁବ ଜୋର ସୋର ଭାବରେ ବାଜିଥିଲା ଓ ଯାହା ଫଳରେ କି ସେହି ଘଟଣା ସ୍ଥଳରେ ହିଁ କୁନି ଝିଅର ମୃତ୍ୟୁ ହୋଇଗଲା। ମାଆ ଆଖି ଆଗରେ ଝିଅର ମୃତ୍ୟୁ ଦେଖି, ମାଆ କାନ୍ଦି କାନ୍ଦି ବେହୋସ ହୋଇ ପାଗଳ ପରି ହୋଇ ଯାଉଛି ଓ ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇ ଯାଇଛି। ଏହି ହୃଦୟ ବିଦାରକ ଘଟଣା ସାରା ଅଞ୍ଚଳ ବାସୀ ମାନଙ୍କ ମନରେ ଦୁଃଖ ଭରି ଦେଇଛି। ଏଭଳି ଦୁଃଖ ଭଗବାନ ଆଉ କାହାରି ଜୀବନରେ ଦିଅନ୍ତୁ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.