Swastik Tv News Odisha

Bollywood ଭିନେତ୍ରୀ Shilpa Shetty ଏବଂ ତାଙ୍କ ଝିଅର ଏହି ଭିଡିଓ ସୋସିଆଲ ମିଡିଆରେ ହେଉଛି ବେଶ୍ ଭାଇରାଲ… ଦେଖନ୍ତୁ ଭିଡ଼ିଓ

0

ବଲିଉଡ୍ ଫିଲ୍ମ ଜଗତର ଜଣେ ଲୋକପ୍ରିୟ ଅଭିନେତ୍ରୀ ଭାବରେ ଶିଳ୍ପା ସେଟ୍ଟି ବେଶ୍ ପରିଚିତ ଚେହେରା ଅଟନ୍ତି।ସେ ହେଉଛନ୍ତି ହିନ୍ଦୀ ସିନେମା ଜଗତର ଜଣେ ଆଗଧାଡିର ଜଣାଶୁଣା କଳାକାର। ଯିଏକି ଅନେକ ସମୟରେ ତାଙ୍କର ଲାଇଫ ଷ୍ଟାଇଲ କୁ ନେଇ ବ୍ୟକ୍ତିଗତ ଜୀବନର ଅନେକ ମୁହୂର୍ତ୍ତକୁ ସେୟାର କରି ବେଶ୍ ଚର୍ଚ୍ଚାରେ ରହିଥାନ୍ତି। ତେବେ ଆପଣ ତ ଜାଣିଛନ୍ତି ଅଭିନୟ ଜଗତରେ ସବୁବେଳେ କିଛି ନା କିଛି ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଥାଏ।ସିନେ ଜଗତର ତାରକା ମାନଙ୍କର ଜୀବନ ଶୈଳୀ ସେହି କାରଣରୁ ଟିକେ ଭିନ୍ନ ଧରଣର ହୋଇଥାଏ। ଅଭିନୟ କଥା ହଉ କି ପ୍ରେମ କାହାଣୀ ହେଉ କିମ୍ବା କାହାକୁ ଡେଟ୍ କରିବା ସବୁଥିରେ ଏକ ନିଆରା ଅନୁଭବ ଦେଖିବାକୁ ମିଳିଥାଏ ଏହି ଅଭିନୟ ଜଗତରେ।

ଆଉ ଯେଉଁଥିପାଇଁ କଳାକାର ମାନଙ୍କ ପାଇଁ ଏକ ଭିନ୍ନ କ୍ରେଜ୍ ଥିବା ଦେଖିବାକୁ ମିଳିଥାଏ।ତେବେ ଆପଣ ଅନେକ ସମୟ ରେ ଜାଣିବାକୁ ପାଉଥିବେ ଅଭିନେତା ଓ ଅଭିନେତ୍ରୀ ମାନଙ୍କ ଜୀବନରେ କିପରି ଅନେକ କଥାକୁ ନେଇ ରହସ୍ୟ ଭରି ରହିଥାଏ।ଆଉ ଅଭିନୟ ଜଗତର ତାରକା ମାନଙ୍କର ଜୀବନ ଶୈଳୀ ଟିକେ ଅଲଗା ହୋଇଥାଏ। ତେବେ ସେହିପରି ଅନ୍ୟ ମାନଙ୍କ ଭଳି ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ମଧ୍ୟ ତାଙ୍କର ଫଟୋ, ଭିଡିଓ ଆଦି ସେୟାର, ପୋଷ୍ଟ କରିବାକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ରହିଥାନ୍ତି। ବଲିଉଡ୍ ଜଗତର କିଛି ଲୋକପ୍ରିୟ ଅଭିନେତ୍ରୀ ମାନଙ୍କ ଭିତରୁ ଜଣେ ଜଣାଶୁଣା ଅଭିନେତ୍ରୀ ଭାବରେ ସେ ବେଶ୍ ପରିଚିତ ଚେହେରା ଅଟନ୍ତି।

ସେ ତାଙ୍କର ହେଲ୍ଥ ଏବଂ ଫିଟନେସ କୁ ନେଇ ମଧ୍ଯ ବେଶ୍ ଚର୍ଚ୍ଚାରେ ରହିଥାନ୍ତି ପ୍ରଶଂସକ ଙ୍କ ମହଲରେ। ତେବେ ଶିଳ୍ପା ସେଟ୍ଟିି ଜଣେ ବହୁତ୍ ଭଲ ମାଆ ବି ଅଟନ୍ତି।ଏହି କଥାର ପ୍ରମାଣ ଦେଇଥାଏ ତାଙ୍କ ପିଲା ମାନଙ୍କ ସଂସ୍କାର। ଶିଳ୍ପା ସବୁବେଳେ ତାଙ୍କର ପିଲା ମାନଙ୍କୁ ଭଲ ସଂସ୍କାର ଦେବାକୁ ଚେଷ୍ଟା କରନ୍ତି। ଏବେ ଏହି କଥାର ଏକ ନମୁନା ସାମ୍ନାକୁ ଆସିଛି। ଶିଳ୍ପା ତାଙ୍କ ଝିଅ ସମିଶାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି, ଯେଉଁଥିରେ ସମିଶା ଗାୟତ୍ରୀ ମନ୍ତ୍ର ଗାଉ ଥିବାର ନଜର ଆସିଛନ୍ତି।

ଶିଳ୍ପା ସେଟି ଙ୍କ ବଗିଚାରେ ଏକ ପକ୍ଷୀ ଆହତ ହୋଇ ପଡ଼ିଥିଲା। ଯାହାକୁ ଦେଖି ସମିଶା ବହୁତ୍ ଦୁଃଖି ହେଇଥିଲେ। ଶିଳ୍ପା, ସମିଶାଙ୍କୁ ଏହି ପକ୍ଷୀ ପାଇଁ ପ୍ରାର୍ଥନା କରିବାକୁ କହିଲେ ଏବଂ ନିଜେ ଗାୟତ୍ରୀ ମନ୍ତ୍ର ଜପ କଲେ। ଏହାକୁ ଦେଖି କୁନି ଝିଅ ସମିଶା ମଧ୍ଯ ହାତଯୋଡି ପ୍ରାର୍ଥନା କଲେ। ତେବେ ମାଆ ଆଉ ଝିଅର ଏପରି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହା ତାଙ୍କର ପ୍ରସଂଶକ ମାନଙ୍କର ହୃଦୟକୁ ବେଶ୍ ଛୁଇଁବାର ଲାଗିଛି।ଏହି ଭିଡିଓ ରେ ଅନେକ ଫ୍ୟାନ୍ସ ବେଶ୍ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ମଧ୍ଯ ଦେଉଥିବାର ଦେଖିବାକୁ ମିଳିଛି।

 

Leave A Reply

Your email address will not be published.