Swastik Tv News Odisha

ପର୍ସରେ ରଖନ୍ତୁ ଏହି ଗୋଟିଏ ଜିନିଷ , କେବେହେଲେ ହେବ ନାହିଁ ଧନର ଅଭାବ – Sadhu Bani

0

ସମାଜରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଠାରେ ଆର୍ଥିକ ସମସ୍ୟା ଦେଖାଯାଇଥାଏ , ଯେତେ ସଞ୍ଚୟ କଲେ ମଧ୍ୟ ନିଅଣ୍ଟ ହୋଇଥାଏ । ସକାଳେ ପର୍ସ ଥିଲେ ସନ୍ଧ୍ୟାରେ କିଛି ନଥାଏ , ତେଣୁ ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଜିନିଷ ବିଷୟରେ ଜଣେଇବୁ , ଯାହାକୁ ପର୍ସରେ ରଖିବା ଦ୍ୱାରା ଆପଣଙ୍କର ଧନ ବୃଦ୍ଧି ହେବ । ତେବେ ଆସନ୍ତୁ ଜାଣିବା ସେହି ସବୁ ଜିନିଷ ଗୁଡିକ ବିଷୟରେ ।

1. ପର୍ସକୁ ପ୍ରତିବର୍ଷ ଚେଞ୍ଜ କରନ୍ତୁ :-

ଯେଉଁ ପର୍ସ ଆପଣ ୟୁଜ୍ କରିଛନ୍ତି ତାହାକୁ ପ୍ରତି ବର୍ଷରେ ଥରେ ବଦଳେଇ ଦିଅନ୍ତୁ , ତାହା ଭଲ ଥାଇ ବା ନଥାଉ । କେହି କେହି ଭାବିଥାନ୍ତି ଏ ପର୍ସ ମୋ ପାଇଁ ବହୁତ ଲକି ତେଣୁ ଏହାକୁ ବଦଳାଇବି ନାହିଁ କିନ୍ତୁ ଏହା ଭାବିବା ସମ୍ପୂର୍ଣ୍ଣ ଭୁଲ । କାରଣ ପର୍ସ ପୁରୁଣା ହେବା ମାତ୍ରେ ତାକୁ ବଦଳେଇ ଦିଅନ୍ତୁ , କାରଣ ଟଙ୍କା କୁ ଆମେ ଲକ୍ଷ୍ମୀ ବୋଲି ମାନିଥାଉ । ଲକ୍ଷ୍ମୀ କେବେହେଲେ ଅପରିଷ୍କାପ ଜାଗାରେ ରହିବା ପାଇଁ ପସନ୍ଦ କରନ୍ତି ନାହିଁ । ତେଣୁ ପର୍ସକୁ ମଝିରେ ହଳଦୀ ପାଣି ରେ ଧୋଇ ନେବା ଉଚିତ୍ ।

2. ନୋଟ କୁ ସାଇଜ୍ କରି ରଖନ୍ତୁ :-

ଯେଉଁମାନେ ପର୍ସ ବ୍ୟବବାର କରୁଛନ୍ତି , ପର୍ସରେ ନୋଟ୍ ସବୁ ସାଇଜ ଭାବରେ ରଖନ୍ତୁ । ନୋଟ୍ ଏବଂ କଏନ କୁ ଅଲଗା କରି ରଖନ୍ତୁ ଏବଂ ପର୍ସରେ ଅନ୍ୟ କାହାର ଫୋଟ ରଖନ୍ତୁ ନାହିଁ । ଏମିତି କି କାହାର ପୁରୁଣା ବିଲ ମଧ୍ୟ ରଖନ୍ତୁ ନାହିଁ , ଯାହା ଆପଣଙ୍କର ନକରାତ୍ମକ ଉର୍ଜା ବଢାଇଥାଏ । ପର୍ସକୁ ସବୁବେଳେ ପରିଷ୍କାର ରଖନ୍ତୁ , କାରଣ ମା ଲକ୍ଷ୍ମୀ ସବୁବେଳେ ପରିଷ୍କାର ଜାଗାରେ ରହିବା ପାଇଁ ପସନ୍ଦ କରିଥାନ୍ତି ।

3. ରୂପା କଏନ୍ ବା ଶଙ୍ଖ :-

ଗୋଟିଏ ରୂପା କଏନ କୁ ନେଇ ଲକ୍ଷ୍ମୀଙ୍କ ପାଖରେ ପୂଜା କରି ପର୍ସରେ ରଖନ୍ତୁ , ଦେଖିବେ ଆପଣଙ୍କର ଉନ୍ନତି ବହୁ ମାତ୍ରାରେ ହେବ । ଏହାବ୍ୟତୀତ ଆପଣ ମାନେ ଗୋଟିଏ କଉଡି ବା ଶଙ୍ଖନାଭି ପଥର ଟିଏ ହେଉ ତାକୁ ନେଇ ମା ଲକ୍ଷ୍ମୀଙ୍କ ପାଖରେ ପୂଜା କରି ପର୍ସରେ ରଖନ୍ତୁ । ଦେଖିବେ ଆପଣଙ୍କର ଉନ୍ନତି ହେବ ଏବଂ ଧନର ଅଭାବ ରହିବ ନାହିଁ ।

4. ଅରୁଆ ଚାଉଳ :-

ଏଥିପାଇଁ କିଛି ଅରୁଆ ଚାଉଳ ନେଇ ମା ଲକ୍ଷ୍ମୀଙ୍କ ପାଖରେ ଲାଗି କରନ୍ତୁ , ଏବଂ ସେହି ଅରୁଆ ଚାଉଳରୁ 21 ଟି ଅରୁଆ ଚାଉଳ ଏକ ଲାଲ ରଙ୍ଗର ବା ହଳଦିଆ ରଙ୍ଗର କାଗଜ ବା କପଡାରେ ବାନ୍ଧି ପର୍ସରେ ରଖି ଦିଅନ୍ତୁ । ଦେଖିବେ ଆପଣଙ୍କର ଧନ ବୃଦ୍ଧି ହେବ ।

5. ଅସ୍ତପତ୍ର :-

ଆପଣ ସକାଳୁ ଉଠି ସ୍ନାନ କରି ଗୋଟିଏ ଅସ୍ତ ପତ୍ର ଆଣନ୍ତୁ , ସେହି ପତ୍ରକୁ ଗଙ୍ଗା ପାଣିରେ ଧୋଇ ନିଅନ୍ତୁ । ସେହି ପତ୍ର ଉପରେ କୁମକୁମରେ ଶ୍ରୀ ଲେଖି ଦିଅନ୍ତୁ , ସେହି ପତ୍ରକୁ ମାଙ୍କ ର ଆରଧନା କରି ପର୍ସରେ ରଖିଦିଅନ୍ତୁ । ସେ ପର୍ଯ୍ୟନ୍ତ ରଖନ୍ତୁ ଯେଉଁ ପର୍ଯ୍ୟନ୍ତ ପତ୍ରଟି ଶୁଖି ନଯାଇଛି । ଶୁଖିଯିବା ପରେ ତାହାକୁ ବାହାର କରି ପୁଣି ଏହିପରି ଆଉ ପତ୍ର ରଖି ନିଅନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.