Swastik Tv News Odisha

ମିହିର ଦାସ ଗାଇଥିବା ଏହି ଡାଇଲଗ ” କଣ କଦଳୀ ଟା ଜାଣିଛୁ ବେ ” ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ… 16 ଘଣ୍ଟାରେ ପାର କରିଗଲା 1 ମିଲିୟନରୁ ଅଧିକ ଭାଇରାଲ ହୋଇ ସମସ୍ତଙ୍କ ମୋବାଇଲରେ (Status)ଭିଡିଓ

0

ଆମ ଗହଣରେ ନାହାଁନ୍ତି ସେହି ବର୍ଷୀୟାନ କଳାକାର ସମସ୍ତଙ୍କର ପ୍ରିୟ ମିହିର ଦାସ। ଯିଏକି ତାଙ୍କର ମନଛୁଆଁ ଅଭିନୟ ପାଇଁ ଘରେ ଘରେ ପରିଚିତ ଥିଲେ। ତାଙ୍କର ଅକାଳ ବିୟୋଗ ରେ ସେ ତ ଆମକୁ ଛାଡି ଚାଲି ଯାଇଛନ୍ତି କିନ୍ତୁ ତାଙ୍କର ସ୍ମୃତି ଏବେବି ଅଗଣିତ ଜନ ମାନସରେ ଜୀବିତ ହୋଇ ରହିଛି। ତେବେ ତାଙ୍କର ମୃତ୍ୟୁ ପୁର୍ବରୁ ସେ ଯେଉଁ ଫିଲ୍ମ ର ଡବିଂ କରିଥିଲେ ଏବଂ ତାଙ୍କର ସ୍ୱର ଦେଇଥିଲେ ସେହି ଭିଡିଓ ର ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ତେବେ ଏହି ଫିଲ୍ମ୍ ଟିର ନାମ ହେଉଛି ଛବିରାଣୀ।ଏହି ଓଡ଼ିଆ ଚଳଚ୍ଚିତ୍ର ରେ ତାଙ୍କର ଭଏସ ଦେଉ ଥିବାର ଦୃଶ୍ୟ ଯାହା ପୂର୍ବରୁ ରେକର୍ଡ ହୋଇଥିଲା ତାହା ଏବେ ୟୁ ଟ୍ୟୁବ୍ ରେ ପୋଷ୍ଟ ହେବା ପରେ ଏବେ ଅନେକ ଦର୍ଶକ ଏହାକୁ ଦେଖିବାକୁ ପାଉଛନ୍ତି।

ଅଗଣିତ ଦର୍ଶକ ଏହାକୁ ଦେଖି ବେଶ୍ ଖୁସି ହେବା ସହ ତାଂକର ଏହି ହୃଦୟସ୍ପର୍ଶୀ ସ୍ୱରକୁ ଶୁଣି ବହୁତ୍ ଖୁସି ମଧ୍ଯ ହୋଇଛନ୍ତି। ଏବଂ ତାଙ୍କର ସେହି ପୁରୁଣା ସ୍ମୃତି କୁ ମନେ ପକାଇ ଛନ୍ତି। ଆପଣ ବି ଏହି ଭିଡିଓ କୁ ଥରେ ଦେଖିଲେ ଭାବ ବିହ୍ୱଳ ହୋଇଯିବା ସହିତ ଖୁସି ମଧ୍ଯ ହେବେ। ଅଭିନେତା ମିହିର ଦାସ୍ ଜଣେ ଏମିତି କଳାକାର, ଜଣେ ଏପରି ବ୍ୟକ୍ତିତ୍ଵ ଥିଲେ ଯାହାଙ୍କର ବିକଳ୍ପ କେହି ନାହିଁ ବୋଲି କହିଲେ ଚଳେ।ଏହି ଲୋକପ୍ରିୟ ଅଭିନେତା ମିହିର ଦାସ୍ ଯିଏକି ତାଙ୍କର କଳାକାର ଜୀବନରେ ଲୋକଙ୍କ ହୃଦୟରେ ତିଆରି କରିଥିଲେ ଏକ ବିଶିଷ୍ଟ ସ୍ଥାନ। ସ୍ଵାସ୍ଥ୍ୟଗତ ସମସ୍ୟା କାରଣରୁ ଏଥିରେ ପୀଡ଼ିତ ହୋଇ ବହୁତ୍ କମ୍ ବୟସରେ ସେ ସମସ୍ତଙ୍କୁ ଛାଡ଼ି ଆର ପାରିକୁ ଚାଲି ଯାଇଛନ୍ତି।

ଯାହା ସମସ୍ତଂକ ପାଇଁ ଏକ ଦୁଃଖଦ ସ୍ଥିତି ସୃଷ୍ଟି କରିଛି। କେହି ବି ତାଙ୍କ ମୃତ୍ୟୁକୁ ବିଶ୍ୱାସ କରି ପାରୁ ନାହାଁନ୍ତି। ମିହିର ଦାସ ଓଡ଼ିଆ ସିନେମା ଜଗତର ଜଣେ ଜଣାଶୁଣା ଅଭିନେତା ଅଟନ୍ତି। ସେ ଦୀର୍ଘ ସମୟ ଧରି ନାୟକ, ଚରିତ୍ର, ଖଳନାୟକ ଓ ହାସ୍ୟ ଅଭିନେତା ଭାବରେ ଅନେକ ସିନେମାରେ ଆକର୍ଷଣୀୟ ଜୀବନ୍ତ ଅଭିନୟ କରି ବେଶ୍ ଲୋକ ପ୍ରୀୟତା ହାସଲ କରିଛନ୍ତି। ସେ ଜଣେ ଅଭିଜ୍ଞ କଳାକାର ଅଟନ୍ତି। ଓଡ଼ିଶା ଫିଲ୍ମ ଜଗତରେ ସେ ଏମିତି ଜଣେ କଳାକାର ଯିଏ କି ସବୁ ପ୍ରକାର ଅଭିନୟ କରି ସଫଳ ଚେହେରା ପାଲଟିଥିଲେ।ଆଜି ତାଙ୍କର ମୃତ୍ୟୁ ପରେ ତାଙ୍କୁ ଝୁରୁଛି ସାରା ଓଡ଼ିଶା। ଆଉ ଏବେ ତାଙ୍କର ଅଭିନୀତ ନବେଦଶକର ଫିଲ୍ମ୍ ସବୁ ପୁଣିଥରେ ଦର୍ଶକ ମାନଙ୍କ ଦ୍ଵାରା ବେଶ୍ ଆଦୃତ ହୋଇଛି।

ଲୋକେ ତାଙ୍କର ଅଭିନୟ କୁ ଆଜିବି ସେହିପରି ଦେଖିବାକୁ ଚାହୁଁଛନ୍ତି, ଯେଉଁଭଳି ସେମାନେ ମିହିର ଦାସ୍ ଙ୍କୁ ତାଙ୍କ ନାୟକ ଭୂମିକାରେ ଅଭିନୟ କରୁଥିବା ସମୟରେ ଦେଖୁଥିଲେ।ଦୀର୍ଘ ୪ ଦଶନ୍ଧି ଧରି ଓଡିଆ ସିନେ ଜଗତରେ ସକ୍ରିୟ ରହିଥିବା ଏହି କଳାକାର ଜଣେ ଶିଶୁ କଳାକାରରୁ ଅଭିନୟ ଆରମ୍ଭ କରି କାଳକ୍ରମେ ଓଡିଶାରେ ଘରେ ଘରେ ପରିଚିତ ହୋଇ ପାରିଥିଲେ। ଆଉ ଆଜି ତାଙ୍କର ସେହି ଅଭୁଲା ସ୍ମୃତି ସବୁ ତାଙ୍କୁ ମନେ ପକାଇବାକୁ ବାଧ୍ୟ କରୁଛି। ସେ ଯେଉଁଠି ବି ଥାଆନ୍ତୁ ଭଲରେ ଥାଆନ୍ତୁ ଏତିକି ଭଗବାନଙ୍କ ନିକଟରେ ଆମ ସମସ୍ତଙ୍କର ପ୍ରାର୍ଥନା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.