Swastik Tv News Odisha

Sadhu Bani – ଘର ପୋଛୁଥିଲେ ହୋଇଯାଆନ୍ତୁ ସାବଧାନ , ନଚେତ୍ ଆସିପାରେ ଭୟଙ୍କର ପରିସ୍ଥିତି….

0

ସମାଜରେ ସୁଖରେ ଜୀବନ ଅତିବାହିତ କରିବା ପାଇଁ କେତେକ ନିତୀ ନିୟମ ମାନି ଚଳିବାକୁ ପଡିଥାଏ । ଯାହା ଆମ ଜୀବନକୁ ସରସ ସୁନ୍ଦର ଭାବରେ ଗଢିତୋଳିବା ପାଇଁ ସାହାର୍ଯ୍ୟ କରେ । କିଛି ଲୋକମାନେ ବହୁତ କମ୍ ପରିଶ୍ରମରେ ବହୁତ କିଛି ପ୍ରାପ୍ତ କରିଥାନ୍ତି ଅର୍ଥାତ୍ ଆର୍ଥିକ କ୍ଷେତ୍ରରେ ମଧ୍ୟ ସ୍ୱଚ୍ଛଳ ହୋଇଥାନ୍ତି । ଏମିତି କିଛି ବ୍ୟକ୍ତି ମାନେ ମଧ୍ୟ ରହିଥାନ୍ତି , ଯେଉଁମନେ ଅନେକ ପରିଶ୍ରମ କରି ମଧ୍ୟ , କିଛି ଫଳପ୍ରଦ ହୋଇ ନଥାଏ । ତେଣୁ କୁହାଯାଏ , ବଡ ତଥା ଗୁରୁଜନ ମାନଙ୍କ ଦ୍ୱାରା କୁହାଯାଇଥିବା ଅନେକ ଉପଦେଶ ଆମ ଜୀବନରେ ଅନେକ ସଫଳତା ଆଣି ଦେଇଥାଏ । ତେବେ ଆସନ୍ତୁ ଜାଣିବା କେତେକ ଗୁରୁତ୍ୱପୂର୍ଣ୍ଣ ନିତିବାଣୀ ବିଷୟରେ ,ତାହା ଜାଣିବା ଅତ୍ୟନ୍ତ ଜରୁରୀ ଅଟେ ।

1. ଯେତେବେଳେ ଘର ପଛୁଛନ୍ତି ସେହି ପାଣିରେ ଦୁଇଯୋଡା ନିମ୍ୱ ପତ୍ର ମିଶାଇ ଦିଅନ୍ତୁ ଭଲ ହୋଇଥାଏ । ଦିନ 12 ଟା ପରେ କେବେହେଲେ ଘର ପୋଛନ୍ତୁ ନାହିଁ , ଏବଂ ଗୁରୁବାର ଦିନ କେବେହେଲେ ଘର ପୋଛିବେ ନାହିଁ । ପୂର୍ବ ଦିନ ରାତ୍ରୀରେ ପୋଛା କାର୍ଯ୍ୟ ସାରିଦେବେ , ଏହା ପାଳନ କଲେ ଲକ୍ଷ୍ମୀ ବରଦାୟିକା ହୁଅନ୍ତି ।

2. ଶନିଗ୍ରହ ପ୍ରତିକାର ପାଇଁ ବାଡିଅଁଳା ଚେର ଶନିବାର ଦିନ ନିଜ ପାଖରେ ରଖନ୍ତୁ । କଳା ଘୋଡାର ନାଲରେ ମୁଦି ତିଆରି କରି ପିନ୍ଧନ୍ତୁ , କୁଆ ମାନଙ୍କୁ ଖାଇବାକୁ ଦିଅନ୍ତୁ ଏବଂ ଶନିଗାୟତ୍ରୀ ମନ୍ତ୍ର ଯପ କରନ୍ତୁ ।

3. ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ କଣ୍ଟାଥିବା ଗଛ , ଭଙ୍ଗା ଚୌକି , ଭଙ୍ଗା ଖଟ ଏବଂ ଭାଙ୍ଗି ଯାଇଥିବା ଜିନିଷ ରଖନ୍ତୁ ନାହିଁ ।

4. ରାତିରେ ନିଦ ନ ଆସୁଥିଲେ ଗୋଟିଏ ‘ ତେଜପତ୍ରକୁ ଓଁ ହୁଂ ନିଦ୍ରା ଦେବୀ ‘ କହି 3 ଥର ମୁଣ୍ଡର ଚାରିପଟେ ବୁଲାଇ ସାରିବା ପରେ ଜାଳିଦେଲେ ଶୁଭଫଳ ମିଳିଥାଏ ।

5. ମାଟିରେ ତିଆରି ପାରା , କୋଇଲି , ଶୁଆ ମୂର୍ତ୍ତି ଉତ୍ତର ପୂର୍ବ କୋଣରେ ରଖନ୍ତୁ କିମ୍ୱା ମାଟି ସୁରେଇରେ ପାଣି ଭରି ଉତ୍ତର ପୂର୍ବ କୋଣରେ ରଖି ସେଇ ପାଣିକୁ ପିଇଲେ ବାସ୍ତୁ ସମସ୍ୟା ଦୂର ହୋଇଥାଏ ।

6. ପ୍ରତ୍ୟେକ ମାସରେ ଦ୍ୱିତୀୟ ଚନ୍ଦ୍ର ଦର୍ଶନ କରନ୍ତୁ ଏପରି 7 ଥର ଦର୍ଶନ କଲେ ମନସ୍କାମନା ନିଶ୍ଚିତ ପୂର୍ଣ୍ଣ ହେବ ।

7. ଗୁରୁବାର ଦିନ ସୂର୍ଯ୍ୟାସ୍ତ ପରେ ଘରକାନ୍ଥରେ ଝିଟିପିଟି ଦେଖିଲେ ଠାକୁରଘରୁ ଆରୁଆଚାଉଳ ଆଣି ମାନସିକ କରି ଝିଟିପିଟି ଉପରକୁ ପକାଇଲେ ଶୁଭଫଳ ମିଳିଥାଏ ।

8. ଖାଇବା ବେଳେ ଗାଲରେ , ମୁଣ୍ଡରେ କିମ୍ୱା ଗୋଡରେ ହାତ ରଖି ଖାଆନ୍ତୁ ନାହିଁ ।

9. ପ୍ରତିଦିନ ସକାଳେ 2 ଟି ଲିମ୍ୱପତ୍ର ସେବନ କଲେ ଅନେକ ଉପକାର ମିଳିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.