Swastik Tv News Odisha

ଜାଣନ୍ତୁ ଡାଏବେଟିସ୍ ରୋଗୀ ମାନଙ୍କୁ କଣ ଖାଇବା ଉଚିତ୍ ଏବଂ କଣ ଖାଇବା ଅନୁଚିତ୍ , ନଚେତ ଭୟଙ୍କର….

0

ଡାଏବେଟିସ ଗୋଟିଏ ରୋଗ ହୋଇ ନଥାଏ , ମଣିଷ ନିଜର ଜୀବନଶୈଳୀକୁ ଠିକ୍ ଭାବରେ ମେଣ୍ଟେନ୍ କରି ନପାରିଲେ ତାହା ସେମାନଙ୍କ ଠାରେ ଦେଖାଯାଏ । ଡାଏବେଟିସ ମୁଖ୍ୟତଃ 3 ପ୍ରକାର 3 ପ୍ରକାର ଥାଏ , ଟାଇପ୍ 1 , ଟାଇପ୍ 2 ଏବଂ ଜେସିଷ୍ଟେନାଲ ଡାଇବେଟିସ ହୋଇଥାଏ । ଟାଇପ୍ 1 ରେ ପେସେଣ୍ଡ ମାନଙ୍କର ଅଟୋଇମନାଲ ଫଙ୍କସନ ଠିକ୍ ନଥାଏ , ବଡିରେ ଇନସୁଲିନ ଠିକ୍ ଭାବରେ କାର୍ଯ୍ୟ କରୁଛି କି ନାହିଁ ତାହା ଦେଖି ରୋଗୀର ଚିକିତ୍ସା କରାଯାଇଥାଏ । ଟାଇପ୍ 1 ମାନଙ୍କର ଖାଦ୍ୟ ଖାଇବାର ଶୈଳୀ ଦିନ ଠାରୁ ରାତି ପର୍ଯ୍ୟନ୍ତ ଅଳ୍ପ ଅଳ୍ପ ପ୍ରତି 2 ଘଣ୍ଟାରେ ଥରେ ଲେଖାଏ ଖାଇବା ଆବଶ୍ୟକ । ଖାଦ୍ୟ ଗୁଡିକ ପ୍ରୋଟିନ ଯୁକ୍ତ ବା ଫାଇବର ଯୁକ୍ତ ହେବା ଆବଶ୍ୟକ ଅଟେ ।

ବ୍ରେକଫାଷ୍ଟରେ କଣ ଖାଇବେ :-

ଡାଏବେଟିସ୍ ରୋଗୀମାନେ ସକାଳେ ବ୍ରେକଫାଷ୍ଟରେ ଚକଡ ଗହମରେ ପ୍ରସ୍ତୁତ ରୁଟି ବା ସନ୍ତୁଳା ଖାଦ୍ୟ ବା ଉପମା ଖାଇ ପାରିବେ । ଦହିରେ ପ୍ରସ୍ତୁତ କୌଣସି ତରକାରୀ ମଧ୍ୟ ଖାଇପାରିବେ , ଯେଉଁ ମାନଙ୍କର ଏସିଡିଟିର ସମସ୍ୟା ରହିଛଥାଏ ସେମାନେ ଫ୍ରେସ୍ ଦହି ର ସେବନ କରିପାରିବେ ।

ଡାଏବେଟିସ ରୋଗୀ ମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ :-

11ଟା ରୁ ଆପଣ ମାନେ ଗୋଟେ ଗ୍ଲାସ ଲୁଣ ଲେମ୍ୱୁ ପାଣି ହେଉ ବା ଘୋଳଦହି ହେଉ ବା ଟୋମାଟସସ୍ ଖାଦ୍ୟରେ ଏଡ୍ କରି ପାରିବେ । କାହିଁକି ନା ଏଥିରେ ଲୋ କ୍ୟାଲେରୀ ରହିଥାଏ , ଯାହା ଆମ ଶରୀରର ସୁଗାର ଲେବୁଲକୁ କଣ୍ଟ୍ରୋଲ କରିଥାଏ । ତା ସହିତ ଆପଣ ମାନେ ମଧ୍ୟାହ୍ନରେ ଭାତ କିମ୍ୱା ରୁଟି ଖାଇପାରିବେ , ମାତ୍ର ରୁଟି ଖାଇବା ବହୁତ ବେନିିଫିଟ୍ ହୋଇଥାଏ । ତା ସହିତ ଆପଣ ମାନେ ସାଲାଡ୍ ବା ବିଭିିନ୍ନ ପ୍ରକାର ସନ୍ତୁଳିତ ପରିବା ମଧ୍ୟ ଖାଇପାରିବେ । ମାତ୍ର ଆଳୁ , ଖମ୍ୱାଳୁ ବା ମାଟିତଳେ ହେଉଥିବା ଜିନିଷ ଉପରେ ଅଧିକ କଣ୍ଟ୍ରୋଲ ରଖିବେ ।

ସନ୍ଧ୍ୟାବେଳେ କଣ ଖାଇବେ :-

ସର୍ବଦା ସୁଗାର ଫ୍ରି ଖାଦ୍ୟ ଖାଇବା ପାଇଁ ଚେଷ୍ଟା କରିବେ , ଯେପରିକି ସେ ଗ୍ରୀନ ଟି ହେଉ ବା ଚା ହେଉ ସୁଗର୍ ଫ୍ରି ହେବା ଆବଶ୍ୟକ । ଏଥିସହିତ ଆପଣ ମାନେ ଗଜା ବୁଟ ବା ଗଜା ମିଗ ସାଲାଡ୍ ଖାଇପାରିବେ । ଫ୍ରୁଟସ୍ ରେ ଆଫଣ ମାନେ ଆପଲ , ଗୁଆଭା , କାକୁଡି ମିକ୍ସ କରି ଖାଇପାରିବେ ।

ରାତିରେ କଣ ଖାଇବା ଆବଶ୍ୟକ :-

ରାତି ଖାଦ୍ୟରେ ଯେତେ ପାରିବେ କାର୍ବୋହାଇଡ୍ରେଟ କମ କରିବେ ଏବଂ ପ୍ରୋଟିନ ଯୁକ୍ତ ଖାଦ୍ୟ ଅଧିକ ଖାଇବେ । ଯେମିତିକି ରୁଟି ଦୁଇଖଣ୍ଡ ତା ସହିତ ଯେକୌଣସି ସନ୍ତୁଳା ଖାଦ୍ୟ ଡାଲମା ବା ପରିବା ତରକାରୀ ଏଡ୍ କରିପାରିବେ । ତା ସହିତ ଏକ ଗ୍ଲାସ କ୍ଷୀର ରେ ହଳଦୀ ମିଶାଇ ସେବନ କରିପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.