Swastik Tv News Odisha

କଳିଯୁଗର ଶେଷରେ ହେବ ଭୟଙ୍କର ତାଣ୍ଡବ , ଏବେ ଠୁ ହୋଇଯାଆନ୍ତୁ ସତର୍କ । କଳିଯୁଗର ଶେଷରେ କଣ ହବ ଦେଖନ୍ତୁ ଏବଂ ସତର୍କ କରନ୍ତୁ

0

ବେଦ ପୁରାଣ ଅନୁସାରେ ଆମେ ଯେଉଁ ଯୁଗରେ ବଞ୍ଚୁଛେ ତାହା ହେଉଛି କଳିଯୁଗ , ଯେବେ ଅଧର୍ମ ବଢିଯିବ ସେବେ ଏହି ଯୁଗର ଅନ୍ତ ଘଟିବ । ବୈଦିକ ପୁରାଣ ଅନୁସାରେ ଏହି ଯୁଗ ଖ୍ରୀଷ୍ଟ ପୂର୍ବ ଆଗରୁ ଆରମ୍ଭ ହୋଇ ସାରିଛି । ଏହି ଯୁଗରେ ନାନା ପ୍ରକାର କୁକର୍ମ ବଢିବ , ଚୋରୀ , ଡକାୟତି , ଲୋଭ , ମୋହ କାମକ୍ରୋଧ ଆଦି ମନୁଷ୍ୟକୁ ଅନ୍ତ କରିଦେବ । ମଣିଷ ବୁଦ୍ଧି ବିବେକ ହରାଇ କୁକର୍ମରେ ଲିପ୍ତ ରହିବ , ଏହି ଯୁଗ ଅନ୍ତହେବା ସମୟରେ ଏଭଳି ପରିସ୍ଥିତି ହୋଇଯିବ ଯେ ମନୁଷ୍ୟର ଆୟୁ କମିଯିବ । ତେବେ ଆସନ୍ତୁ ଜାଣିବା କଳିଯୁଗ ଶେଷରେ କଣ ଘଟିବ ।

ଏହି ସମୟରେ ଲୋକମାନେ ଭଗବାନଙ୍କୁ ବିଶ୍ୱାସ କରିବେ ନାହିଁ , ବହୁତ ଛୋଟ ଛୋଟ କାରଣରୁ ବି ଜଣେ ଆଉ ଜଣକୁ ହତ୍ୟା କରିବ । ଶାସ୍ତ୍ର ଅନୁସାରେ ଯେବେ କଳିଯୁଗର ଅନ୍ତ ହେବ , ସେହି ସମୟ ବେଳକୁ ଶୋଷଣ , ଜୁଆ , ମଦ , ବ୍ୟଭିଚାର ଆଦି ଲୋକମାନଙ୍କ ପାଇଁ ଏକ ସାଧାରଣ କଥା ହୋଇଯିବ । କଳିଯୁଗର ଅନ୍ତରେ ସବୁଲୋକ ରୋଗଗ୍ରସ୍ତ ଏବଂ ଅସ୍ୱାସ୍ଥ୍ୟ ହେବେ , ଭୋଜନ , ପାଣି ତଥା ଅନ୍ୟାନ୍ୟ ପ୍ରାକୃତିକ ସୁବିଧା ପୃଥିବୀ ପୃଷ୍ଠରୁ କମିଯିବ । ନଦୀ ସୁଖିଯିବ , ଆକାଶ ପ୍ରଦୂଷଣରେ କଳା ଦେଖାଯିବାକୁ ଲାଗିବ , ଦରିଦ୍ରତା ସବୁଆଡେ ଦେଖାଯିବ । ସବୁ ଲୋକ ସବିବେଳେ ଧନ ପଛରେ ଗୋଡେଇବେ ।

ସେହି ସମୟରେ ଗୋଟେ ସ୍ତ୍ରୀ 15 ବର୍ଷ ପୂର୍ବରୁ ହିଁ ମା ବନିଯିବ , କଳିଯୁଗର ଅନ୍ତରେ ଗଛରେ ଆଉ ଫୁଲ , ଫଳ ଦେଖାଯିବ ନାହିଁ । ନୈତିକତା ଲୋକଙ୍କ ଜୀବନରୁ ନଷ୍ଟ ହୋଇଯିବ , ଗୋଟେ ଭାଇ ନିଜର ଭାଇ କୁ ହତ୍ୟା କରିବ । ଅପରାଧୀଙ୍କ ସଂଖ୍ୟା ଏତେ ବଢିଯିବ ଯେ କି ଭଲ ଲୋକଙ୍କୁ ସମାଜରେ ବଞ୍ଚିବା ପାଇଁ କଷ୍ଟକର ହୋଇଯିବ । ପୃଥିବୀ ପୃଷ୍ଠ ଉତ୍ତପ୍ତ ହେବାରେ ଲାଗିବ , ଯାହା କାରଣରୁ ଗୋଟେ ପରେ ଗୋଟେ ଲୋକ ମୃତ୍ୟୁବରଣ କରି ଚାଲିବେ । ଯେତେବେଳେ ପାପ ଚରମ ସୀମାରେ ପହଞ୍ଚିବ ପୃଥିବୀ ପାପର ବୋଝରେ ଦବିଯିବ , ସେତେବେଳେ ଭଗବାନ ବିଷ୍ଣୁ କଳ୍କକୀ ଅବତାର ନେବେ ।

ଶ୍ରୀମଦ୍ ଭାଗବତ ଅନୁସାରେ ଭଗବାନ କଳ୍କକୀ ସମ୍ଭଲ ଗାଁର ବିଷ୍ଣୁଏଶା ନାମକ ବ୍ରାହ୍ମଣ ତଥା ତାଙ୍କ ପତ୍ନୀଙ୍କ ପୁତ୍ର ରୂପେ ଜନ୍ମ ନେବେ । ଭଗବାନ କଳ୍କକୀ ସେହି ସମୟରେ ସମସ୍ତ ଅଧର୍ମୀ ମାନଙ୍କ ନାଶ କରିବେ । ଭଗବାନ କଳ୍କୀ ଅବତାର ନେଇ ମାତ୍ର 3 ଦିନରେ ସମଗ୍ର ବିଶ୍ୱକୁ ଧ୍ୱସଂ କରିବେ , ଏହି ସମୟରେ ମହାପ୍ରଳୟ ଆସିବ । ଏହାପରେ ସତ୍ୟଯୁଗ ଆରମ୍ଭ ହେବ , ମାଳିକା ଅନୁସାରେ କଳିଯୁଗ ର ଏହିପରି ଅନ୍ତ ଘଟିବ । କଳିଯୁଗ ଅନ୍ତହେବା ପରେ କେବଳ କିଛି କମ ଲୋକ ଭଗବାନଙ୍କ ଭକ୍ତ ରହିବେ , ଏହି ଲୋକମାନେ ସବୁ ପାପରୁ ଦୂରରେ ଥିବେ । ଭଗବାନଙ୍କ ଭକ୍ତିରେ ଲିପ୍ତ ଥିବେ , କେବଳ ଏହିପରି ଲୋକମାନେ ପ୍ରଳୟର ପ୍ରକୋପରୁ ବଞ୍ଚିପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.