Swastik Tv News Odisha

ଅଭିନେତା Mihir Dash ଙ୍କ ଅଭିନୀତ ଏହି ଗୀତ ଭିଡ଼ିଓ ଟି ଛୁଇଁଥିଲା ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ… ନିଜ ଭଉଣୀ କୁ ଭଲ ପାଉଥିଲେ… ଦେଖନ୍ତୁ ଭିଡ଼ିଓ

0

ସମୟ କ୍ରମେ ସମସ୍ତେ ଏହି ଧରା ଧାମରୁ ବିଦାୟ ନେବେ।କାରଣ ମୃତ୍ୟୁ ହେଉଛି ଏ ଦୁନିଆର ଚିରନ୍ତନ ସତ୍ୟ। ଯାହାକୁ କେହି ବି ଜୟ କରି ପାରିବେ ନାହିଁ। ତେବେ ମୃତ୍ୟୁ ପରେ ମଣିଷ ସିନା ଏ ଦୁନିଆରୁ ବିଦାୟ ନେଇଥାଏ, ତାର ପାର୍ଥିବ ଶରୀର ମାଟିରେ ମିଶି ଯାଏ କିନ୍ତୁ ତାର କୃତି ଏବଂ ତାର କାମ ସବୁ ଦିନ ପାଇଁ ଅମର ହୋଇ ରହି ଯାଇଥାଏ। ନିଜର ଛାଡି ଯାଇଥିବା ମହାନ୍ ବ୍ୟକ୍ତିତ୍ଵ ଏବଂ ଯଶ ପାଇଁ ସେ ସବୁବେଳେ ଲୋକଙ୍କ ହୃଦୟରେ ଏକ ଅଭୁଲା ସ୍ମୃତି ହୋଇ ସବୁଦିନ ପାଇଁ ରହିଯାଏ। ସେହିପରି ଜଣେ ବ୍ୟକ୍ତିତ୍ଵ ଥିଲେ ଅଭିନେତା ମିହିର ଦାସ୍। ଯିଏକି ତାଙ୍କର କଳାକାର ଜୀବନରେ ଲୋକଙ୍କ ହୃଦୟରେ ତିଆରି କରିଥିଲେ ଏକ ବିଶିଷ୍ଟ ସ୍ଥାନ।

ମାତ୍ର ୬୩ ବର୍ଷ ବୟସରେ ସେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ଯାହା ସମସ୍ତଂକ ପାଇଁ ଏକ ଦୁଃଖଦ ସ୍ଥିତି ସୃଷ୍ଟି କରିଛି। କେହି ବି ତାଙ୍କ ମୃତ୍ୟୁକୁ ବିଶ୍ୱାସ କରି ପାରୁ ନାହାଁନ୍ତି। ମିହିର ଦାସ ଓଡ଼ିଆ ସିନେମା ଜଗତର ଜଣେ ଜଣାଶୁଣା ଅଭିନେତା ଅଟନ୍ତି। ସେ ଦୀର୍ଘ ସମୟ ଧରି ନାୟକ, ଚରିତ୍ର, ଖଳନାୟକ ଓ ହାସ୍ୟ ଅଭିନେତା ଭାବରେ ଅନେକ ସିନେମାରେ ଆକର୍ଷଣୀୟ ଜୀବନ୍ତ ଅଭିନୟ କରି ବେଶ୍ ଲୋକ ପ୍ରୀୟତା ହାସଲ କରିଛନ୍ତି। ସେ ଜଣେ ଅଭିଜ୍ଞ କଳାକାର ଅଟନ୍ତି। ଓଡ଼ିଶା ଫିଲ୍ମ ଜଗତରେ ସେ ଏମିତି ଜଣେ କଳାକାର ଯିଏ କି ସବୁ ପ୍ରକାର ଅଭିନୟ କରି ସଫଳ ଚେହେରା ପାଲଟିଥିଲେ।

ଆଜି ତାଙ୍କର ମୃତ୍ୟୁ ପରେ ତାଙ୍କୁ ଝୁରୁଛି ସାରା ଓଡ଼ିଶା। ଆଉ ଏବେ ତାଙ୍କର ଅଭିନୀତ ନବେଦଶକର ଫିଲ୍ମ୍ ସବୁ ପୁଣିଥରେ ଦର୍ଶକ ମାନଙ୍କ ଦ୍ଵାରା ବେଶ୍ ଆଦୃତ ହୋଇଛି। ଲୋକେ ତାଙ୍କର ଅଭିନୟ କୁ ଆଜିବି ସେହିପରି ଦେଖିବାକୁ ଚାହୁଁଛନ୍ତି, ଯେଉଁଭଳି ସେମାନେ ମିହିର ଦାସ୍ ଙ୍କୁ ତାଙ୍କ ନାୟକ ଭୂମିକାରେ ଅଭିନୟ କରୁଥିବା ସମୟରେ ଦେଖୁଥିଲେ। ଏବେ ତାଙ୍କର ସୁପରହିଟ୍ ଏଭର୍ ଗ୍ରୀନ ଫିଲ୍ମ୍ ଏବଂ ସଙ୍ଗୀତ ଭିଡିଓ ସବୁକୁ ଲୋକେ ଦେଖିବାକୁ ପୁଣି ବହୁତ୍ ପଶନ୍ଦ କରୁଥିବା ଦେଖିବାକୁ ମିଳୁଛି। ସେହିପରି ତାଙ୍କର ଏକ ଭିଡିଓ ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ ଫିଲ୍ମ୍ ର ଗୀତ “ଭାଇ ତୋତେ ମୋର ରହିଲା ରାଣ, କହିବୁନି କଥା ପଦୁଏ ଟାଣ”, ଗୀତଟି ବେଶ୍ ଲୋକପ୍ରିୟତା ହାସଲ କରିବାରେ ଲାଗିଛି।

ଯେଉଁ ସମୟରେ ଏହି ଫିଲ୍ମ୍ ଟି ରିଲିଜ୍ ହୋଇଥିଲା ସେତେବେଳ ଏହି ଫିଲ୍ମଟି ବହୁତ୍ ଲୋକପ୍ରିୟତା ହାସଲ କରିଥିଲା। ଆଉ ଏହି ଫିଲ୍ମ୍ ରେ ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ସହିତ ମିହିର ଦାସ ଙ୍କ ଆକର୍ଷଣୀୟ ଅଭିନୟ ସମସ୍ତଙ୍କୁ ବିମୋହିତ କରିଥିଲା। ଆଉ ଏବେ ତାଙ୍କର ସେହି ଗୀତ ପୁଣି ଥରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଲୋକେ ଏହାକୁ ଦେଖୁଛନ୍ତି, ଶୁଣୁଛନ୍ତି ଏବଂ ମିହିର ଦାସ୍ ଙ୍କ ଅଭିନୟ କୁ ମିସ୍ କରୁଛନ୍ତି ଏବଂ ତାଙ୍କ ସ୍ମୃତିକୁ ମନେ ପକାଉଛନ୍ତି। ଆଉ ଏହା ମଧ୍ଯ ଭାବୁଛନ୍ତି କି ସତରେ କଣ ଆମ ଗହଣରେ ଆଉ ନାହାଁନ୍ତି ଏହି ପ୍ରିୟ କଳାକାର ଜଣଙ୍କ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.