Swastik Tv News Odisha

ଆଶ୍ଚର୍ଯ୍ୟ ! ଶବ ଗୃହରୁ ଉଠି ବସିଲେ ଯୁବକ… ଦେଖନ୍ତୁ ଭିଡ଼ିଓ

0

ଜନ୍ମ ଅଛି ତୋ ମୃତ୍ୟୁ ଅଛି କିନ୍ତୁ ମୃତ୍ୟୁ କାହାକୁ କେତେବେଳେ କବଳିତ କରିବ ତାହା କେହି କହି ପାରିବେ ନାହିଁ। ଆପଣ ମାନେ ଦେଖିଥିବେ ଯେ ଯେପରି ସାରୁ ପତ୍ରରେ ପାଣି ଢଳ ଢଳ ହୋଇଥାଏ। ଠିକ ସେହିପରି ମନୁଷ୍ୟ ଜୀବନ ମଧ୍ୟ ଠିକ ସାରୁ ପତ୍ର ସଦୃଶ। ଯଦି ନିଜ ଲୋକ କେହି ଆମ ଗହଣରୁ ଚାଲିଯାଏ ତାହା ଆମକୁ ଅନେକ କଷ୍ଟ ଦେଇଥାଏ, କାରଣ ନିଜ ଲୋକଙ୍କ ମୃତ୍ୟୁ ସହିବା ଭାରି କଷ୍ଟ ହୋଇଥାଏ। ଏହି ମୃତ୍ୟୁ କୁ ନେଇ ବେଳେ ବେଳେ ଏଭଳି କିଛି ଖବର ଶୁଣିବା ପାଇଁ ମିଳେ ଯାହାକୁ ଦେଖିଲା ପରେ ଆମେ ନିଜର ଲୁହକୁ ଆୟତ୍ତ କରିବା ଅସମ୍ଭବ ହୋଇପଡେ। ଯଦି ବ୍ୟକ୍ତି ବଞ୍ଚି ଥାଉ ଥାଉ ମୃତ ଘୋଷଣା କରାଯାଏ। ଆପଣ ମାନେ ଏଭଳି କଥା ଶୁଣିବା ପରେ ନିଶ୍ଚିତ ପ୍ରଶ୍ନ ଆସୁଥିବ ଯେ ଏପରି କହିବାର ଅର୍ଥ କଣ , ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି କିଛି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି।

ଜଣେ ବ୍ୟକ୍ତି ମୃତ ଘୋଷଣା କରି ଶବ ବ୍ୟବଚ୍ଛେଦ ପାଇଁ ପଠେଇ ଦିଆଯିବା ପରେ ହଠାତ ବ୍ୟକ୍ତି ବଞ୍ଚିଗଲା। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ।ଏଭଳି ଏକ ଘଟଣା ଭଦ୍ରକ ଜିଲ୍ଲାରେ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ ଜଣେ ଯୁବକ ହଠାତ ଅସୁସ୍ଥ ହୋଇପଡିଥିଲେ। ଏହାପରେ ତାଙ୍କର ପରିବାର ଲୋକ ତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ। ଏହାପରେ ପରିବାର ଲୋକ ନେବା ପରେ ଡାକ୍ତର ତାଙ୍କୁ ପ୍ରଥମେ ଦେଖିଥିଲେ।

ଏହାପରେ ଡାକ୍ତର ତାଙ୍କୁ ଭର୍ତ୍ତି କରିବା ବଦଳରେ ମୃତ୍ୟୁ ହୋଇଯାଇଛି ବୋଲି ସିଧା ସଳଖ ଘୋଷଣା କରିଥିଲେ। ଏହାପରେ ତାଙ୍କୁ ଶବ ବ୍ୟବଚ୍ଛେଦ ଗୃହକୁ ପଠେଇ ଦେଇଥିଲେ। ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି। ସେ ସଙ୍ଗେ ସଙ୍ଗେ ଜୀଅନ୍ତା ହୋଇ ଉଠି ଥିଲେ। ଏହାପରେ ତାଙ୍କୁ ପରିବାର ଲୋକ ବେଡ଼ ରେ ଭର୍ତ୍ତି କରିଥିଲେ। ପରେ ଡାକ୍ତର ଆସି ତାଙ୍କର ଚିକିତ୍ସା କରିଥିଲେ। ତାଙ୍କୁ ସାମାନ୍ୟ ଜ୍ଵର ଥିବାର ଜଣା ପଡିଥିଲା। ତେବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବାର ଜଣାପଡିଛି।

ଏପଟେ ଯେଉଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିନାହିଁ। ତେବେ ଏପଟେ ଯୁବକର ପରିବାର ଲୋକେ ଏଭଳି ଅପାରଗ ଡାକ୍ତରଙ୍କୁ ଦଣ୍ଡ ଦେବା ପାଇଁ କହିଛନ୍ତି। ତେବେ ଏଭଳି ଖବର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ତେବେ ବନ୍ଧୁଗଣ ଆପଣ ମାନେ ମଧ୍ୟ ନିଜେ ବିଚାର କରନ୍ତୁ। ଏଭଳି ଡାକ୍ତରଙ୍କ ସହିତ କେଉଁ ପ୍ରକାର ଦଣ୍ଡ ଦିଆ ଯିବାର ବ୍ୟବସ୍ଥା ସମାଜରେ ଏଭଳି ଘୋଷଣା କରିବା ଡାକ୍ତର ଉପରେ ସାଧାରଣ ଲୋକ କେମିତି ଭରଷା କରିବେ ଆପଣ ହିଁ ବିଚାର କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.