Swastik Tv News Odisha

ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ‘ P ‘ Letter ରୁ ଆରମ୍ଭ , ତେବେ ଥରୁଟିଏ ନିଶ୍ଚୟ ଦେଖନ୍ତୁ….

0

ବ୍ୟକ୍ତିର ନାମର ପ୍ରଥମ ଅକ୍ଷରରୁ ବ୍ୟକ୍ତିର ସ୍ୱାଭାବ ଓ ଚରିତ୍ର ସମ୍ପର୍କରେ ଜାଣି ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ସ୍ୱାଭାବ ଚରିତ୍ର ଉପରେ ପ୍ରଭାବ ପକାଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ P ଅକ୍ଷରରୁ ଆରମ୍ଭ ହୋଇଥିବା ବ୍ୟକ୍ତି ମାନଙ୍କର ବ୍ୟକ୍ତିତ୍ୱ କିପରି ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେମାନଙ୍କର ପି ଅକ୍ଷରର ବ୍ୟକ୍ତି ମାନଙ୍କର ବ୍ୟକ୍ତିତ୍ୱ ବିଷୟରେ ।

ଇଂରାଜି ବର୍ଣ୍ଣମାଳର 16 ନମ୍ୱର ଅକ୍ଷର ହେଉଛି P , ଯଦି କୌଣସି ପୁଅ କିମ୍ୱା ଝିଅ ର ନାମ ପି ଅକ୍ଷରରୁ ଆରମ୍ଭ ହୋଇଥାଏ । ତ ଏପରି ବ୍ୟକ୍ତି ଦେଶ ଦୁନିଆ , ପରିବାର ସମସ୍ତଙ୍କର ଦାୟିତ୍ୱ ନେବା ଭଳି ମଣିଷ ହୋଇଥାନ୍ତି । ଏମାନେ ବହୁତ ଦୟାଳୁ ପ୍ରକୃତିର ହୋଇଥାନ୍ତି ଓ ଆବଶ୍ୟକ ପଡିଲେ ଲୋକମାନଙ୍କୁ ସାହାର୍ଯ୍ୟ କରିଥାନ୍ତି । ପି ଅକ୍ଷରର ଥିବା ବ୍ୟକ୍ତିଙ୍କର ପରପୋକାର ର ଭାବନା ଅଧିକ ରହିଥାଏ । ଘର ପରିବାର ବନ୍ଧୁ ବାନ୍ଧବଙ୍କର ଏମାନେ ସମ୍ପୂର୍ଣ୍ଣ ଭାବରେ ଧ୍ୟାନ ରଖିଥାନ୍ତି , ପ୍ରତ୍ୟେକ କାମକୁ ପରଫେକ୍ଟ ସହ କରିଥାନ୍ତି । ଏମାନଙ୍କ ପାଇଁ ନିଜ ମାନସମ୍ମାନ ସବୁଠାରୁ ବଡ ହୋଇଥାଏ , ଯେଉଁଥିପାଇଁ ଏମାନେ କିଛି ବି ତ୍ୟାଗ କରିବାକୁ ପ୍ରସ୍ତୁତ ଥାନ୍ତି ।

P ନାମର ଥିବା ବ୍ୟକ୍ତିମାନେ ଯାହା ଇଚ୍ଛା କରନ୍ତି ତାହା କୌଣସି ପରିସ୍ଥିତି ରେ ମଧ୍ୟ କରିବାକୁ ପସନ୍ଦ କରିଥାନ୍ତି । ସେଥିପାଇଁ ବେଳେବେଳେ ଏପରି ଲୋକଙ୍କୁ ଲୋକମାନେ ଜିଦି ପ୍ରକୃତିର ଭାବିଥାନ୍ତି । ଏମାନେ ଯାହାକୁ ପସନ୍ଦ କରନ୍ତି ନାହିଁ ଲକ୍ଷେ ଚେଷ୍ଟା କଲେ ମଧ୍ୟ ସେ ଏମାନଙ୍କ ପାଖକୁ ଆସିପାରି ନଥାଏ । ଯଦି ସବୁ ଦୃଷ୍ଟିରୁ ବିଚାର କରି ଗୋଟେ କଥା କହିବା ତ ଏପରି ଲୋକମାନେ ବହୁତ ଅନୁଶାସନ ପ୍ରିୟ ଓ ସଚ୍ଚୋଟ ହୋଇଥାନ୍ତି ।

ଏମାନଙ୍କର ସମାଜରେ ଅଲଗା ହିଁ ସ୍ଥାନ ରହିଥାଏ , ପ୍ରାୟତଃହିଁ ଦେଖାଯାଏ ଯେ ଏପରି ଲୋକମାନେ ତାଙ୍କ ଜୀବନରେ ହିଁ ସଫଳ ହୋଇଥାନ୍ତି । ଏପରି ଲୋକମାନେ ସର୍ବଦା ନିୟମ ମାନି ଚଳିଥାନ୍ତି , ଏମାନେ ପ୍ରାୟତଃ ହ ଆରେଞ୍ଜ ମ୍ୟାରେଞ୍ଜ କରିଥାନ୍ତି । ଭଲ ପାଇ ବିବାହ କରିବା ଉପରେ ଅଧିକ ବିସ୍ୱାସ ରଖିନଥାନ୍ତି , ତଥାପି ଏମାନେ ଯାହାକୁ ଭଲ ପାଇଥାନ୍ତି ହୃଦୟରୁ ଭଲ ପାଇଥାନ୍ତି ।

କିନ୍ତୁ ଏମାନେ ଯାହା ଇଚ୍ଛା ରଖିଥାନ୍ତି , ବେଳେବେଳେ ତାହାର ବିପରୀତ ଫଳ ବି ମିଳିଥାଏ । P ଅକ୍ଷରରୁ ଆରମ୍ଭ ବ୍ୟକ୍ତି ମାନେ ଅଧିକ ଚତୁର ହୋଇଥାନ୍ତି , ଏହି ନାମଧାରୀ ବ୍ୟକ୍ତି ମାନେ ପ୍ରାୟତଃ ବିଜନେସ୍ ମ୍ୟାନ ହୋଇଥାନ୍ତି । ଏମାନଙ୍କ ପାଖରେ ଧନର ଅଭାବ ଦେଖାଦିଏ ନାହିଁ , ଏମାନେ ଦେଖିବାକୁ ଖୁବ୍ ଆକର୍ଷକ ହୋଇଥାନ୍ତି । ଏମାନଙ୍କ କ୍ଷମତାକୁ ଲୋକମାନେ ପସନ୍ଦ କରିଥାନ୍ତି ଓ ଡରିଥାନ୍ତି ମଧ୍ୟ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.