Swastik Tv News Odisha

ନିଜ ମା’ ଙ୍କ ଜନ୍ମ ଦିନରେ ସରପ୍ରାଇଜ ଦେଲେ ହିରୋ Babushan… ଦେଖନ୍ତୁ ଭିଡ଼ିଓ

0

ଅଭିନେତା ଉତ୍ତମ ମହାନ୍ତି ଏବଂ ଅଭିନେତ୍ରୀ ଅପରାଜିତା ମହାନ୍ତି ଓଡ଼ିଆ ସିନେମା ଜଗତର ଦୁଇ ଏମିତି ଲୋକପ୍ରିୟ ଚେହେରା, ଯେଉଁ ମାନଙ୍କ ଫିଲ୍ମ୍ ଆଜିବି ଲୋକେ ଦେଖିବାକୁ ବେଶ୍ ପସନ୍ଦ କରନ୍ତି। ଆଉ ତାଙ୍କର ପୁଅ ବାବୁଶାନ ମହାନ୍ତି ଏବେ ଓଡ଼ିଶାର ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଜଣେ ଆଗଧାଡିର କଳାକାର ଭାବରେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି। ତାଙ୍କ ପାଇଁ ଲୋକ ମାନଙ୍କ ମନ ଭିତରେ ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ତାଙ୍କ ପାଇଁ ତାଙ୍କର ଅଗଣିତ ଦର୍ଶକ ଯେମିତି ପାଗଳପ୍ରାୟ ଅଟନ୍ତି। ବିଗତ କିଛି ବର୍ଷ ଧରି ଓଡ଼ିଆ ସିନେମା ଜଗତକୁ ବାବୁଶାନ ସୁନ୍ଦର ସୁନ୍ଦର ସିନେମା ସବୁ ଦେଇ ଆସୁଛନ୍ତି ଏବଂ ଦମଦାର ଅଭିନୟ କରୁଛନ୍ତି।

ତାଙ୍କ ଅଭିନୀତ ସିନେମା ସବୁ ବହୁତ୍ ସୁପରହିଟ ହୋଇଥାଏ। ତାଙ୍କର ଅଭିନୟ ର ଢାଞ୍ଚା ବେଶ୍ ନିଆରା ଜୀବନ୍ତ ଏବଂ ଆକର୍ଷଣୀୟ ମଧ୍ଯ ଅଟେ।ତେବେ ଆପଣ ତ ଜାଣିଛନ୍ତି ଅଭିନେତା ବାବୁଶାନ କିପରି ଦମଦାର ଅଭିନୟ ସବୁ କରିଥାନ୍ତି। ସୁନ୍ଦର ଚେହେରା ସାଙ୍ଗକୁ ତାଙ୍କର ମନୋଲଭା ଅଭିନୟ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଅନେକ ସୁନ୍ଦର୍ ସୁନ୍ଦର୍ ସିନେମା ସବୁ ସେ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି। ଏହି ଅଭିନେତା ଜଣଙ୍କ ଓଲିଉଡ ର ଚକୋଲେଟ୍ ହିରୋ ଭାବରେ ମଧ୍ଯ ପରିଗଣିତ ହୁଅନ୍ତି।ତେବେ ଏହି ଅଭିନେତା ଜଣଙ୍କ ନିଜର ଲାଇଫ ଷ୍ଟାଇଲ ପାଇଁ ଏବଂ ତାଙ୍କର ବ୍ୟକ୍ତିତ୍ଵ ପାଇଁ ବେଶ୍ ଚର୍ଚ୍ଚିତ ରହିଥାନ୍ତି ଅଭିନୟ ଜଗତରେ।

ଅଭିନୟ ଜଗତରେ ପାଦ ରଖିବା ପରେ ତାଙ୍କର ପ୍ରଶଂସକ ମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେ ତାଙ୍କର ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ଅଭିନୟ ଜଗତରେ ସେ ପାଦ ଦେବା ପାଖରୁ ଓଡ଼ିଶାର ଦର୍ଶକ ମାନଙ୍କର ସେ ପାଲଟି ଯାଇଛନ୍ତି ପ୍ରଥମ ପସନ୍ଦର ଅଭିନେତା।ଦୀର୍ଘ ଦିନ ଧରି ଓଡ଼ିଶାରେ ଏକ ସ୍ବତନ୍ତ୍ର ଅଭିନୟର ଛାପ ଛାଡ଼ିବାରେ ଲାଗିଛନ୍ତି ଏହି ଚକୋଲେଟ୍ ହିରୋ। ତେବେ ତାଙ୍କର ହୋଇଥିବା ଏକ କୁନି ପୁଅ ସାଙ୍ଗରେ ସେ ଅନେକ ସମୟରେ ନଜର ଆସିଛନ୍ତି। ତାଙ୍କ ପୁଅକୁ ନେଇ ସେ ଅନେକ ଭିଡ଼ିଓ କୁ ସୋସିଆଲ ମିଡିଆରେ ପୋଷ୍ଟ କରିଥାଆନ୍ତି।

ଏବେ ସେହିପରି ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁ ଭିଡିଓ ରେ ତାଙ୍କ ମାଆ ଅର୍ଥାତ୍ ଅପରାଜିତା ମହାନ୍ତି ଙ୍କୁ ତାଙ୍କ ବାପା ତଥା ଅଭିନେତା ଉତ୍ତମ ମହାନ୍ତି ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ଏକ ଫୁଲର ବୁକେ ଦେଉଥିବାର ଦେଖିବାକୁ ମିଳିଛି। ଆଉ ଏହାକୁ ଖୁସିର ସହିତ ଗ୍ରହଣ କରୁଛନ୍ତି ଅପରାଜିତା ମହାନ୍ତି। ଆଉ ଜଣେ ଅପରାଜିତା ଙ୍କୁ ଗେଣ୍ଡୁ ଫୁଲ ଦେଇ ଜନ୍ମଦିନ ର ଶୁଭେଚ୍ଛା ଜଣାଉଥିବା ଏବଂ ତାଙ୍କ ସହ ମଜା କରୁଥିବା ମଧ୍ଯ ଏଠାରେ ଦେଖିବାକୁ ମିଳିଛି। ଆପଣ ବି ଏହି ଭିଡିଓ କୁ ଦେଖିଲେ ନିଶ୍ଚିତ ଖୁସି ହେବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.