Swastik Tv News Odisha

ଏହି ଅସହାୟ ବୁଢ଼ୀ ମା’ ଙ୍କର ଭିଡ଼ିଓ ମୋବାଇଲ ରୁ ମୋବାଇଲ କୁ ଭାଇରାଲ ହେବାରେ ଲାଗିଛି… ଏବେ ସୁଦ୍ଧା 36 Million ରୁ ଅଧିକ ଲୋକ ଦେଖି ସାରିଲେଣି….

0

ଏବେବି ଦୁନିଆରେ ଅନେକ ଲୋକ ରହିଛନ୍ତି ଯେଉଁମାନେ ବହୁତ୍ ହୃଦୟବାନ ଅଟନ୍ତି ଏବଂ ସେମାନଙ୍କର ଉଦାରତା ପାଇଁ ସେମାନେ ଲୋକଙ୍କର ପ୍ରଶଂସାର ପାତ୍ର ହୋଇଥାନ୍ତି। ମଣିଷର ମଣିଷ ପଣିଆ ଏବଂ ଉଦାରତା କିପରି ଅସହାୟ ଲୋକଙ୍କ ପ୍ରତି ରହିଥାଏ ତାହାର ଏକ ଉଦାହରଣ ଏବେ ସାମ୍ନାକୁ ଆସିଛି।ଏବେ ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯେଉଁଠି ମଣିଷର ଉଦାରତା ର ଘଟଣା ଦେଖିବାକୁ ମିଳିଛି। ମଣିଷ କିପରି ଭାବରେ ଅଭାବରେ ଥିବା ଅସହାୟ ଲୋକ ମାନଙ୍କୁ ସହାନୁଭୂତି ଦେଖାଇଥାଏ ତାର ଦୃଶ୍ୟ ଅନେକ ସମୟରେ ଆପଣ ଦେଖିବାକୁ ପାଇଥିବେ। ଯାହା ଏବେ ପୁଣି ଦେଖିବାକୁ ମିଳିଛି।

ଏହି ଭିଡିଓ ଟି ଏବେ ସୋସିଆଲ ମିଡ଼ିଆରେ ବେଶ୍ ସେୟାର ହେବାରେ ଲାଗିଛି। ଏଠାରେ ଏହି ଭିଡିଓ ରେ ଦେଖିବା ପାଇଁ ମିଳିଛି ଏକ ଅସହାୟ ବୁଢ଼ୀ କିପରି ଭାବରେ ରାସ୍ତା କଡ଼ରେ ବସି ଶୀତରେ ଥରୁଛି। ଆଉ ଏହି ସମୟରେ ଅନେକ ଲୋକ ସେହି ରାସ୍ତା ଦେଇ ଯାଉଥିଲେ ମଧ୍ୟ କେହିବି ବୁଢ଼ୀ ଟିର ଏପରି ଅବସ୍ଥା ଦେଖି ତା ପ୍ରତି ସହାନୁଭୂତି ଦେଖାଉ ନାହାନ୍ତି କିମ୍ୱା ସାହାଯ୍ୟ କରୁ ନାହାଁନ୍ତି। ତେବେ ଏପରି ଅବସ୍ଥାରେ ବୁଢ଼ୀ ଟି ରାସ୍ତା କଡ଼ରେ ବସି ଶୀତରେ ଥରୁଥିବା ବେଳେ ଜଣେ ଯୁବତୀ ସେହି ରାସ୍ତା ଦେଇ ଯାଉଥିବା ସମୟରେ ତାଙ୍କ ନଜର ଅସହାୟ ବୃଦ୍ଧା ମହିଳା ଙ୍କ ଉପରେ ପଡ଼ିବା ପରେ ସେ ତାଙ୍କ ପାଖକୁ ଆସିଲେ।

ଆଉ ଆସିବା ପରେ ସେ ତାଙ୍କର ଏପରି ଅବସ୍ଥା ଦେଖି ପ୍ରଥମେ ପାଣି ବୋତଲ ବାହାର କରି ବୁଢ଼ୀ ଟିର ହାତ ଓ ମୁହଁ ଧୋଇଦେଲେ। ଆଉ ତାପରେ ତାଙ୍କୁ ଏକ ମାସ୍କ ବ୍ୟାଗ୍ ରୁ ବାହାର କରି ଦେଲେ। ଏହାପରେ ଅସହାୟ ବୃଦ୍ଧା ଙ୍କ ଏପରି ଅବସ୍ଥା କୁ ଦେଖି ତାଙ୍କୁ ଯୁବତୀ ଜଣଙ୍କ ତାଙ୍କ ବ୍ୟାଗ୍ ରେ ଥିବା କିଛି ପ୍ୟାକେଟ ଫୁଡ୍ କୁ ବାହାର କରି ଖାଇବାକୁ ଦେଲେ ଏବଂ ବୃଦ୍ଧା ଜଣଙ୍କ ଏପରି ଶୀତରେ ଥରୁଥିବାର ଦେଖି ଯୁବତୀ ଜଣଙ୍କ ତାଙ୍କ ନିଜର ପିନ୍ଧିଥିବା ସ୍କାର୍ଫ କୁ ବାହାର କରି ବୁଢ଼ୀ ଟିକୁ ପିନ୍ଧାଇ ଦେଲେ ଏବଂ ଘୋଡାଇ ଦେଲେ। ଯେମିତି ତାଙ୍କୁ ଶୀତ ଲାଗିବ ନାହିଁ। ଏସବୁ ଘଟଣାକୁ ଦୂରରେ ରହି ଦେଖୁଥିବା ପୋଲିସ୍ ବାବୁ ଶେଷରେ ଏହି ଘଟଣା ପାଖକୁ ଆସିଲେ।

ଆଉ ସେମାନେ ଯୁବତୀଙ୍କ ପାଖରୁ ସଂପୂର୍ଣ୍ଣ ଘଟଣା ସଂପର୍କରେ ଶୁଣିଲା ପରେ ଉକ୍ତ ବୁଢ଼ୀ ମାଉସୀ ଙ୍କ ର ସେବା କରିବା ଏବଂ ତାଂକୁ ସହାୟତା କରିବା ପାଇଁ ଇଚ୍ଛା କଲେ। ଆଉ ତାପରେ ଜଣେ ପୋଲିସ୍ ଵାବୁ ଯାଇ ଏକ ଟାୱେଲ୍ କିଣି ଆଣିଲେ ଏବଂ ବୃଦ୍ଧା ଜଣଙ୍କୁ ଏହି ଚାଦର ଟିକୁ ଘୋଡାଇ ଦେଲେ। ତେବେ ଉଭୟ ଯୁବତୀ ଏବଂ ପୋଲିସ୍ ବାବୁ ଙ୍କ ଏପରି କାର୍ଯ୍ୟ ଦେଖି ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.