Swastik Tv News Odisha

Vastu Shastra – କନ୍ୟାରାଶି ର ବ୍ୟକ୍ତିମାନଙ୍କର ଲୁଚି ରହିଥିବା କେତେକ ଗୁପ୍ତ ରହସ୍ୟ , ଯାହାକୁ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ…

0

ଜ୍ୟୋତିଷବିତ୍ ଙ୍କ ଗଣନା ଅନୁସାରେ କନ୍ୟାରାଶି କୁ ସାଧାରଣତଃ 3 ଭାଗରେ ବିଭକ୍ତ କରାଯାଇଛି । ଯଥା 12/ 6 ଉତ୍ତର ଫାଲ୍ଗୁନି ନକ୍ଷତ୍ର କନ୍ୟାରାଶି , ଏମାନେ ହେଉଛନ୍ତି ମାନବଗଣ ଏମାନେ ପ୍ରକୃତି ପ୍ରିୟ ଅଟନ୍ତି । 13 /6 ହସ୍ତା ନକ୍ଷତ୍ର କନ୍ୟାରାଶି ଏମାନେ ହେଉଛନ୍ତି ଦେବଗଣ , ନ୍ୟାୟ ଧର୍ମ ଉପରେ ଏମାନେ ବିଶ୍ୱାସ କରିଥାନ୍ତି । 14/6 ଚିତ୍ରା ନକ୍ଷତ୍ର କନ୍ୟାରାଶି ଏମାନେ ହେଉଛନ୍ତି ଦେବଗଣ , ଏମାନଙ୍କର ନାନାଦି ଦେବାଦେବୀରେ ଭକ୍ତି ରହିଥାଏ ।
ଏହି ରାଶିର ବ୍ୟକ୍ତି ମାନେ ସର୍ବଦା ଜନହିତକାର କାର୍ଯ୍ୟ କରିଥାନ୍ତି କିନ୍ତୁ ପ୍ରଶଂସା ବଦଳରେ ନିନ୍ଦା ହିଁ ପାଇଥାନ୍ତି । କନ୍ୟାରାଶିଙ୍କର ଅଧିପତି ହେଉଛନ୍ତି ବୁଧ ତେଣୁ ଦାନପୂନ୍ୟ , ଦେବପୂଜା ଏବଂ ନିତିନୀୟମରେ ଦିନଟି କଟିଥାଏ ।

କନ୍ୟାରାଶିର ମନ୍ଦଗୁଣ :-

ଏମାନେ ପରସ୍ତ୍ରୀ ପ୍ରିୟ , ଚତୁରବାଦୀ ଇତ୍ୟାଦି ହୋଇଥାନ୍ତି ।

ରୋଗ :-

କନ୍ୟାରାଶିର ବ୍ୟକ୍ତିଙ୍କୁ ଜୀବନରେ ଏପରି କିଛି ରୋଗର ସାମ୍ନା କରିବାକୁ ପଡିଥାଏ , ଯଥା – ଛାଡା , ସ୍ନାୟବିକ ଦୁର୍ବଳତା , ଚକ୍ଷୁରୋଗ , ଅଣ୍ଟାରୋଗ , ଲିଭର ଜନିତ ରୋଗ , ଚର୍ମରୋଗ , ନାକରୋଗ ଏବଂ ମେରୁଦଣ୍ଡ ରୋଗ ଇତ୍ୟାଦି ହୋଇଥାଏ । ଏହି ରାଶିର ଲୋକମାନେ ନିଜର ଗ୍ରହଶାନ୍ତି ପାଇଁ ସୁନାର କୌଣସି ବସ୍ତୁ କୁ ବୁଧବାର ଦିନ ପୂଜା କରି ଧାରଣ କଲେ ଗ୍ରହ ଶାନ୍ତ ହୋଇଥାଏ । ଏମାନଙ୍କ ପାଇଁ ଶୁଭ ରଙ୍ଗ ହେଉଛି ସବୁଜ , ଘିଅ ଏବଂ ଧଳା । ଅଶୁଭ ରଙ୍ଗ ହେଉଛି ଲାଲ , ଅନ୍ୟକୁ ଭଲ ପାଇବା ଏବଂ ନିଜେ ଭଲ ପିନ୍ଦିବାରେ ମଜଲିସ୍ ହୋଇ ରହିଥାନ୍ତି ।

ବିବାହ ଯୋଗ :-

18 ରୁ 26 ବର୍ଷ ମଧ୍ୟରେ ବିବାହ ଯୋଗ ରହିଥାଏ , ଏହି ରାଶି ର ବ୍ୟକ୍ତିଙ୍କ ପାଇଁ ଶୁଭ ବାର ହେଉଛି ବୁଧବାର । ଘାତବାର ହେଉଛି ଶନିବାର , ଏହି ରାଶିର ବ୍ୟକ୍ତି ବୃଷ ,ସିଂହ , ତୁଳା ରାଶିର ବ୍ୟକ୍ତିଙ୍କ ସହିତ ମିତ୍ରତା କଲେ ଲାଭବାନ ହେବେ ।

ମୃତ୍ୟୁଯୋଗ :-

ପ୍ରଥମେ ପିତାଙ୍କର ମୃତ୍ୟୁ ହୁଏ ତା ପରେ ମାତାଙ୍କର ମୃତ୍ୟୁ ହୋଇଥାଏ , ତା ସହିତ ଅଚାନକ ଧନପ୍ରାପ୍ତି ମଧ୍ୟ ଏମାନଙ୍କୁ ହୋଇଥାଏ । ଏମାନଙ୍କ ପାଇଁ ଅଶୁଭ ମାସ ହେଉଛି ପ୍ରତି ମାସର ମାର୍ଚ୍ଚ ମାସ ଏବଂ ପ୍ରତି ମାସର 8, 10 , 23 ଏବଂ 30 ତାରିଖ ଟି ଅଶୁଭ ଅଟେ । ତା ସହିତ ଶନିବାର ଦିନ ଟି ଅଶୁଭ ଅଟେ , ଏମାନଙ୍କ ପାଇଁ ଅଶୁଭ ରାଶି ହେଉଛନ୍ତି ମେଷ , ବିଛା , ସିଂହ ଏବଂ ଧନୁ ରାଶି ।

ପରମାୟୁ :-

12/6 ଉତ୍ତର ଫାଲଗୁନି ନକ୍ଷତ୍ର କନ୍ୟାରାଶି ପରମାୟୁ 77 ବର୍ଷ ଏବଂ 13 /6 ହସ୍ତା ନକ୍ଷତ୍ର କନ୍ୟାରାଶି ପରମାୟୁ 95 ବର୍ଷ । 14 /6 ଚିତ୍ରା ନକ୍ଷତ୍ର କନ୍ୟାରାଶି ପରମାୟୁ 93 ବର୍ଷ ପର୍ଯ୍ୟନ୍ତ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.