ବନ୍ଧୁଗଣ ବର୍ତମାନ ଆଣ୍ଠୁଗଣ୍ଠି ସମସ୍ୟା ଏକ ସାଧାରଣ ସମସ୍ୟା ହୋଇଗଲାଣି, ଏହି ସମସ୍ୟା ପିଲା ଠାରୁ ବୃଦ୍ଧ ପ୍ରଯ୍ୟନ୍ତ ପ୍ରାୟ ସମସ୍ତଙ୍କ ଠାରେ ଦେଖାଗଲାଣି |ଆପଣ ଯଦି ସର୍ବଦା ଆଣ୍ଠୁଗଣ୍ଠି ଯନ୍ତ୍ରଣାରେ ପୀଡିତ ରହୁଛନ୍ତି କିମ୍ବା ଅପଣଂକର କୌଣସି ଦୁର୍ଘଟଣା କାରଣରୁ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଭଲ ହେଉନାହିଁ, ଆପଣ ଚଲାବୁଲା କରିବା, ବସିବା ଉଠିବାରେ ଆଦିରେ କଷ୍ଟ ଅନୁଭବ କରୁଛନ୍ତି |ତେବେ ମୁଁ ଆଜି ଆପଣକୁ ଅପଣଂକର ଏହି ସମସ୍ୟାର ସମାଧାନ ପାଇଁ ଏକ ଘରୋଇ ଉପଚାର ବିଷୟରେ କହିବି ଯାହା ଦ୍ଵାରା ଆପଣଙ୍କର ଏହି ଆଣ୍ଠୁଗଣ୍ଠି ସମସ୍ୟା ସମ୍ପୂର୍ଣ ଭଲ ହୋଇଯିବ |ଏହି ଘରୋଇ ଉପଚାରକୁ ଆପଣ କିଛି ଦିନ ବ୍ୟବହାର କଲେ ଏହାର ଉପକାରିତା ଆପଣଂକୁ ଜଣା ପଡିବ,ତେବେ ଆସନ୍ତୁ ଜାଣିବା ଏହି ଘରୋଇ ଉପଚାର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ |
ଆବଶ୍ୟକ ସାମଗ୍ରୀ :-
ପିଆଜ,ହଳଦୀ ଗୁଣ୍ଡ ଓ ସୋରିଷ ତେଲ |
ପ୍ରସ୍ତୁତି :-
ପ୍ରଥମେ ଆପଣ ଏଥିପାଇଁ ଏକ ମିଡିୟମ ସାଇଜର ପିଆଜ ନିଅନ୍ତୁ ଓ ଏହାର ଚୁପା ବାହାର କରି ଏହାକୁ ଛୋଟ ଛୋଟ ପିସ କରି ଏହି ପିଆଜକୁ ଗ୍ରାଇଣ୍ଡିଂ କରିନିଅନ୍ତୁ |ଏଥିରେ ଆପଣ ପାଣି ଦିଅନ୍ତୁ ନାହିଁ,କେବଳ ଏହି ପିଆଜର ପେଷ୍ଟ ହିଁ ନିଅନ୍ତୁ |ଏକ ସୁତା କପଡା ସାହାଯ୍ୟରେ ଏହି ପିଆଜ ପେଷ୍ଟରୁ ରସ ବାହାର କରିନିଅନ୍ତୁ,ଏହି ପିଆଜ ରସରେ ଆପଣ ଏକ ଚାମୋଚ ହଳଦୀ ଗୁଣ୍ଡ ପକାଇ ଭଲ ଭାବରେ ମିକ୍ସ କରିଦିଅନ୍ତୁ |
ଏହି ମିଶ୍ରଣରେ ଆପଣ ତିନିରୁ ଚାରି ଚାମୋଚ ସୋରିଷ ତେଲ ମିଶାନ୍ତୁ, ଏହି ମିଶ୍ରଣକୁ ବହଳିଆ କରିବା ପାଇଁ ଏହାକୁ ଆପଣ ଏକ ମିନିଟ ପ୍ରଯ୍ୟନ୍ତ ଫୁଟାନ୍ତୁ |ଏହା ଗାଢ଼ ହେବା ପରେ ଏହାକୁ ଏକ ପାତ୍ରକୁ ବାହାର କରି ଥଣ୍ଡା କରିଦିଅନ୍ତୁ |ବର୍ତମାନ ଅପଣଂକର ଏହି ଘରୋଇ ଉପଚାର ପ୍ରସ୍ତୁତ ହୋଇଗଲା |
ବ୍ୟବହାର :-
ଏହି ମିଶ୍ରଣ ଆପଣ ଯନ୍ତ୍ରଣା ହେଉଥିବା ଯାଗାରେ ଲଗାନ୍ତୁ, ଏହାକୁ ଗରମ ଥିବା ସମୟରେ ଆଦୌ ଲଗାନ୍ତୁ ନାହିଁ ଏହା ସମ୍ପୂର୍ଣ ଥଣ୍ଡା ହେବାପରେ ବ୍ୟବହାର କରନ୍ତୁ |ଯନ୍ତ୍ରଣା ହେଉଥିବ ଯାଗାରେ ଏହାକୁ ବହଳିଆ କରି ଲଗାନ୍ତୁ, ଏହି ମିଶ୍ରଣକୁ ଆପଣ ହାଲକା କରି ଦୁଇରୁ ତିନି ମିନିଟ ପ୍ରଯ୍ୟନ୍ତ ଲଗାନ୍ତୁ |ଏହି ପ୍ରଲେପକୁ ଆପଣ ତିନି ଘଣ୍ଟା ପ୍ରଯ୍ୟନ୍ତ ଲଗାଇ ରଖନ୍ତୁ ପରେ ଏହାକୁ ଉଷମ ପାଣିରେ ଧୋଇ ଦିଅନ୍ତୁ, ଏହି ମିଶ୍ରଣ ଆପଣ ସନ୍ଧ୍ୟା ସମୟରେ ଲଗାନ୍ତୁ ତାହା ଭଲ ହୋଇଥାଏ |
ଏହି ଘରୋଇ ଉପଚାର ଆପଣ ତିନି ଦିନ ପ୍ରଯ୍ୟନ୍ତ ଲଗାତାର ବ୍ୟବହାର କରନ୍ତୁ ଦେଖିବେ ଅପଣଂକର ଏହି ଆଣ୍ଠୁ ଗଣ୍ଠି ଯନ୍ତ୍ରଣାଧୀରେ ଧୀରେ ସମ୍ପୂର୍ଣ ଭଲ ହୋଇଯିବ |ଏହା ଏକ ପ୍ରକୃତିକ ଘୋରାଇ ଉପଚାର ଅଟେ ଏଥିରେ ଆପଣଙ୍କ ଅତି ପୁରୁଣା ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହୋଇଥିଲେ ମଧ୍ୟ୍ୟ ତାହା ଭଲ ହୋଇଯିବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।