ବନ୍ଧୁଗଣ ଆପଣ ବର୍ତମାନ ଅଧିକାଂଶ ବ୍ୟକ୍ତି ଆଣ୍ଠୁ ଗଣ୍ଠି ଜନିତ ସମସ୍ୟାରେ ଅଧିକ ପୀଡିତ ହେଉଛନ୍ତି, ଆଣ୍ଠୁ ଗଣ୍ଠି ସହିତ ଅନେକ ଜଏଣ୍ଟ ଜାଗାରେ ପେନ ହୋଇଥାଏ ଏହା ସାଧାରଣତଃ ବ୍ୟକ୍ତିର ବୟସ ବଢିଲେ ଅଧିକ ଦେଖାଯାଏ |ବର୍ତମାନ ଅଳ୍ପ ବୟସର ବ୍ୟକ୍ତିମାନଙ୍କ ଠାରେ ମଧ୍ୟ ଏହି ସମସ୍ୟା ଦେଖା ଦେଇଥାଏ, କାରଣ ବୟସ ବଢିଲେ ଜଏଣ୍ଟ ଜାଗାରେ ଥିବା ଗିରିଶ ଧୀରେ ଧୀରେ କମ ହେବା ସହିତ ତାହା ଯନ୍ତ୍ରଣା ଅଧିକ ହୋଇଥାଏ |ଏହି ସମସ୍ୟା ପାଇ ଆପଣ ଯେତେ ଔଷଧ ସେବନ କଲେ ମଧ୍ୟ ତାହା ମୂଳରୁ ଠିକ ହୋଇନଥାଏ, ମୁଁ ଆଜି ଆପଣଙ୍କୁ ଏକ ଆୟୁର୍ବେଦିକ ଉପାୟରେ ଘରୋଇ ଉପଚାର ବିଷୟରେ କହିବି ଯାହା ଆପଣଙ୍କ ଆଜି ସମସ୍ୟାକୁ ସମ୍ପୂର୍ଣ ଦୂର କରିଥାଏ |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଘରୋଇ ଉପଚାର ବ୍ୟବହାର ଓ ପ୍ରସ୍ତୁତି ବିଷୟରେ ଜାଣିବା |
ଆବଶ୍ୟକ ସାମଗ୍ରୀ :-
ସିଂହାର ଫୁଲ ପତ୍ର, ଶୁଣ୍ଢୀ ପାଉଡର ଓ ପାଣି
ପ୍ରସ୍ତୁତି :-
ଆପଣ ଏହି ଘରୋଇ ଉପଚାର ପ୍ରସ୍ତୁତ କରିବା ପାଇ ପ୍ରଥମେ ପାଞ୍ଚଟି ସିଙ୍ଗହାର ପତ୍ର ନିଅନ୍ତୁ ପରେ ତାହାର ଆପଣ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ |ପରେ ଆପଣ ଗ୍ୟାସ ଉପରେ ଏକ ପତ୍ର ବସାଇ ସେଥିରେ ଏକ ଗ୍ଲାସ ପାଣି ନେଇ ତାହାକୁ ଗରମ କରନ୍ତୁ ପରେ ଆପଣ ଏହି ପାଣିରେ ସେହି ସିଙ୍ଗହାର ପତ୍ର ପେଷ୍ଟ ପକାଇ ତାହାକୁ ଫୁଟାନ୍ତୁ ତାହା ସହିତ ଆପଣ ଏକ ଚାମୋଚ ଶୁଣ୍ଠୀ ପାଉଡର ଗୁଣ୍ଡ ମଧ୍ୟ ଏଥିରେ ପକାଇ ଫୁଟାନ୍ତୁ |ପରେ ଆପଣ ଏହି ଗ୍ୟାସକୁ ବନ୍ଦ କରି ଏହି ଡ୍ରିଙ୍କୁ କିଛି ସମୟ ଘୋଡାଇ ରଖନ୍ତୁ |
ବ୍ୟବହାର :-
ଏହି ପ୍ରସ୍ତୁତ କରିଥିବା ଡ୍ରିଙ୍କକୁ ଆପଣ ଉଷାମ ଥିବା ସମୟରେ ହିଁ ପିଇବା ପାଇ ଚେଷ୍ଟା କରିବେ, ଯେତେବେଳେ ଆପଣ ଏହାର ସେବନ କରିବେ ସେହି ସମୟରେ ଆପଣ ଏହାର ପ୍ରସ୍ତୁତି କରନ୍ତୁ |ଏହି ଡ୍ରିଙ୍କ ଯଦି ଆପଣ ପ୍ରତ୍ୟେକ ଦିନ ସକାଳ ଖାଲି ପେଟରେ ଏହାର ସେବନ କରନ୍ତି ତେବେ ଆପଣଙ୍କ ଆପଣଙ୍କ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ଧୀରେ ଧୀରେ ସମ୍ପୂର୍ଣ ଠିକ ହୋଇଯିବ |
ଏହା ସହିତ ଆପଣ ଯଦି ନିଜର ଲାଇଫ ଷ୍ଟାଇଲେ ପରିବର୍ତନ ଆଣିବା ସହିତ ନିଜର ଖାଦ୍ୟପେୟ ଉପରେ ଧ୍ୟାନ ଦେବେ ତେବେ ଆପଣଙ୍କ ଏହି ସମସ୍ୟା ଦୂର ହୋଇଥାଏ |ଆପଣ ପ୍ରତ୍ୟେକ ଦିନ ଅକ୍ଷରଟ ଖାଇବା ସହିତ ପଇଡ ପାଣି ପିଇବା ପାଇ ଚେଷ୍ଟା କରନ୍ତୁ ତାହା ସହିତ ଆପଣ ପ୍ରତ୍ୟେକ ଦିନ ଖାଦ୍ୟରେ ଭିଟାମିନ d ଓ କାଲସିୟମ ଖାଇବା ପାଇ ଚେଷ୍ଟା କରନ୍ତୁ |ଏହା ସହିତ ଆପଣ ଯଦି ପ୍ରତ୍ୟେକ ଦିନ ସକାଳ ସୂର୍ଯ୍ୟକିରଣରେ ବସନ୍ତି ତେବେ ଆପଣଙ୍କ ଏହି ସମସ୍ୟା ସମ୍ପୂର୍ଣ ଦୂର ହୋଇଯିବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।