ଆମ ଶାସ୍ତ୍ରରେ ପ୍ରତ୍ୟେକ ଦିନ ଓ ବାରର ମହତ୍ତ୍ୱ କୁହା ଯାଇଅଛି। ସପ୍ତାହର ପ୍ରତ୍ୟେକ ବାରର କିଛି ନା କିଛି ବିଶେଷତ୍ଵ ରହିଥାଏ। ଏଥିପାଇଁ ସପ୍ତାହର ପ୍ରତ୍ୟେକ ବାରର କିଛି ନା କିଛି ନିୟମ ରହିଛି ଯାହା ପାଳନ କରିବା ଦ୍ୱାରା ପ୍ରାଣୀର ମଙ୍ଗଳ ହୋଇଥାଏ। ତେବେ ଆପଣ ମାନେ ଜାଣିଥିବେ କି ସପ୍ତାହର ଦ୍ୱିତୀୟ ଦିନ ମଙ୍ଗଳବାର ପବନପୁତ୍ର ହନୁମାନଙ୍କର ଅତି ପ୍ରିୟ ହୋଇଥାଏ। ଆଉ ଏହି ମଙ୍ଗଳବାର ଦିନ ଏମିତି କିଛି ନୀତିନିୟମ ରହିଛି ଯାହା ପାଳନ କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ବଦଳିଯାଇଥାଏ। ତେବେ ଆସନ୍ତୁ ଜାଣିବା ମଙ୍ଗଳବାର ଦିନ କଣ କରିବେ।
୧. ମଙ୍ଗଳବାର ଦିନ ହନୁମାନ ମନ୍ଦିରକୁ ଯାଇକରି ତାଙ୍କୁ ସିନ୍ଦୁର ଓ ଫୁଲ ନିଶ୍ଚିତ ଚଢ଼ାନ୍ତୁ। ଏହା ଦ୍ବାରା ହନୁମାନ ନିଶ୍ଚିତ ଭାବେ ପ୍ରସନ୍ନ ହୋଇଥାନ୍ତି। ଏବଂ ଆପଣଙ୍କର ମନର ବାଞ୍ଛା ପୂରଣ କରିଥାନ୍ତି।
୨. ମଙ୍ଗଳବାର ଦିନ ହନୁମାନ ଚାଳିଶ ପାଠ କରିବା ସହିତ ହନୁମାନଙ୍କ ମନ୍ତ୍ର ଜପ କରନ୍ତୁ। ପ୍ରତ୍ୟେକ ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ଆପଣ ସବୁ ପ୍ରକାର ନକାରାତ୍ମକ ଶକ୍ତି ଠାରୁ ଦୂରେଇ ରହିଥାନ୍ତି।
୩. ମଙ୍ଗଳ ବାର ଦିନ ଲାଲି ରଙ୍ଗର ବସ୍ତ୍ର ନିଶ୍ଚିତ ପରିଧାନ କରନ୍ତୁ। ଏବଂ କିଛି ଭଲ କାର୍ଯ୍ୟ କରିବା ପୂର୍ବରୁ ନାଲି ରଙ୍ଗର ବସ୍ତ୍ର ନିଶ୍ଚିତ ପାଖରେ ରଖନ୍ତୁ।
୪. ହନୁମାନଙ୍କୁ ଗୁଡ଼ ଏବଂ ଚଣାର ପ୍ରସାଦ ମଙ୍ଗଳବାର ଦିନ ନିଶ୍ଚିତ ଚଢାନ୍ତୁ। ଏହା ସହିତ ପାନର ବିଡ଼ା ମଧ୍ୟ ନିଶ୍ଚିତ ଚଢାନ୍ତୁ। ଏହାଦ୍ବାରା ଆପଣଙ୍କୁ ଶାରିରୀକ ବଳ ଏବଂ ବୁଦ୍ଧିର ପ୍ରାପ୍ତ ହୋଇଥାଏ।
୫. ଯଦି ଆପଣଙ୍କ କୁଣ୍ଡଳିରେ ମଙ୍ଗଳ ଦୋଷ ରହିଛି ତେବେ ମଙ୍ଗଳବାର ଦିନ ହନୁମାନଙ୍କ ପୂଜା ବିଶେଷ ଭାବେ କରନ୍ତୁ। ଏହାଦ୍ବାରା ମଙ୍ଗଳଙ୍କ ପ୍ରଭାବ କମ୍ ହୋଇଥାଏ।
୬. ମଙ୍ଗଳବାର ମାତା ପାର୍ବତୀ ଏବଂ ଗଣେଶଙ୍କର ମଧ୍ୟ ଦିନ ଅଟେ ତେଣୁ ଏହିଦିନ ମାତା ପାର୍ବତୀ ଏବଂ ଗଣେଶଙ୍କର ବିଶେଷ ଭାବେ ପୂଜା ଅର୍ଚ୍ଚନା କରାନ୍ତୁ। ଏହାଛଡା ମଙ୍ଗଳବାର ଦିନ ମାତାଙ୍କ ମନ୍ଦିରକୁ ଯିବା ସମୟରେ କଳା ରଙ୍ଗର ବସ୍ତ୍ର କଦାପି ପରିଧାନ କରନ୍ତୁ ନାହିଁ। ଏହାର ବିପରୀତ ଲାଲି ରଙ୍ଗର କପଡ଼ା ପିନ୍ଧିବା ଦ୍ଵାରା ଆମକୁ ଲାଭ ମିଳିଥାଏ।
୭. ମଙ୍ଗଳବାର ଦିନ ଗୋଟିଏ ଓଳି ଖାଇକରି ସ୍ୱାତିକ ଆହାର ଭୋଜନ କରିବା ଦରକାର।
୮. ମଙ୍ଗଳବାର ଦିନ ଲାଲି ମସୁର ଡ଼ାଲି ଏବଂ ଗୁଡ଼ର ଦାନ କରିବା ନିହାତି ଦରକାର। ଏହାଦ୍ବାରା ଘରୁ ଦୁଃଖ ଦାରିଦ୍ର୍ୟ କ୍ଲେଶ ସମାପ୍ତ ହୋଇ ଯାଇଥାଏ।
୯.ମଙ୍ଗଳବାର ଦିନ ଦୂରକୁ ଯାତ୍ରା କରିବାରୁ ବାଞ୍ଚିକି ରୁହନ୍ତୁ।
୧୦. କିଛି ନୂଆ କାର୍ଯ୍ୟ କରିବା ପାଇଁ ମଙ୍ଗଳବାରକୁ ଉଚିତ୍ ମାନା ଯାଇ ନଥାଏ। ତେଣୁ ଏଥିପାଇଁ ଆପଣ କିଛି ବି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ଆରମ୍ଭ କରନ୍ତୁ ନାହିଁ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।