ଅଣ୍ଟା ବିନ୍ଧା, ଗୋଡ ବିନ୍ଧା, ହାତ ବିନ୍ଧା ଶେଷ କରିଦେବ ଏହି 5 ଟଙ୍କାର ଜିନିଷ… କରନ୍ତୁ ଏହି ଛୋଟିଆ ଉପାୟ

ଆଜିର ଜିଵନଶୈଳୀ ଭିତରେ ଆମେ ଏତେ ବ୍ୟସ୍ତ ଯେ ନିଜ ଖାଦ୍ୟ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେଉ ନାହୁଁ ।ଯେଉଁଥି ପାଇଁ ଦିନକୁ ଦିନ ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟା ର ସମ୍ମୁଖୀନ ହେବାକୁ ପଡୁଛି ।ଆଉ କିଛି ଏମିତି ସମସ୍ୟା ହେଇଥାଏ ଯାହା ଛୋଟ ବଡ଼ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି, ତାହା ହେଉଛି ଆଣ୍ଠୁ ବିନ୍ଧା, ଗୋଡ଼ ବିନ୍ଧା ଆଦି ।ଆଉ ଏହି ବିନ୍ଧା ଗୁଡିକ ପାଇଁ ନୀତିଦିନ ଜୀବନରେ ଅନେକ କଷ୍ଟ ଅନୁଭବ ହେଇଥାଏ, ଆଉ ଏଥିରୁ ଖୁବ ସହଜରେ ଉପଶମ ମିଳିବା ବି ବହୁତ କଷ୍ଟ ହେଇଥାଏ ।ତେବେ ଆମ ପାଖରେ ଏମିତି କିଛି ଉପାୟ ରହିଛି ଯାହାର ବ୍ୟବହାର କରି ଆପଣ ଆପଣଙ୍କ ର ସମସ୍ତ ପ୍ରକାର ବିନ୍ଧା ସମସ୍ୟା ରୁ ମୁକ୍ତି ପାଇ ପାରିବେ ।

ଯେତେ ଯେତେବେଳେ ଏହି ସବୁ ବିନ୍ଧା ଆରମ୍ଭ ହୁଏ ସେତେବେଳେ ଏତେ ଭୀଷଣ କଷ୍ଟ ହୁଏ କି ଚାଲିବା, ଉଠିବା, ବସିବା ବି କଷ୍ଟ ହେଇ ପଡେ ।ଆଉ ଆପଣ ଯେତେ ପ୍ରକରର ଔଷଧ ର ବ୍ୟବହାର କଲେ ବି ତାହା କମ ସମୟ ଆରାମ ଦେଇ ପୁଣି ବ୍ୟଥା ଆରମ୍ଭ ହେଇଯାଏ ।ହେଲେ ଆମେ ଆଜି ଆପଣଙ୍କୁ ଯେଉଁ ରିମେଡି ବିଷୟରେ ବତାଇବୁ ତାହାକୁ ଆପଣ ମାତ୍ର 5 ଟଙ୍କା ପାଇ ପାରିବେ ଓ ଏହାର ବ୍ୟବହାର ମାତ୍ରେ ଆପଣଙ୍କ ଏହି ଗଣ୍ଠି ଜନିତ ବ୍ୟଥା ସମ୍ପୂର୍ଣ୍ଣ ଭଲ ହେଇଯିବ ।

ରିମେଡି ପ୍ରସ୍ତୁତି ପାଇଁ ଆବଶ୍ୟକ ସାମଗ୍ରୀ:-
-ସୋରିଷ ତେଲ
-ଜାଇଫଳ

ରିମେଡି ପ୍ରସ୍ତୁତି ପ୍ରଣାଳୀ:-

-ବନ୍ଧୁମାନେ ଆପଣଂକୁ ଏହି ରିମେଡି ତିଆରି କରିବା ପାଇଁ ପ୍ରଥମେ ସୋରିଷ ତେଲ ନେବାକୁ ପଡ଼ିବ ।ତାପରେ ଆପଣ ଗୋଟିଏ ଜାଇଫଳ ନିଅନ୍ତୁ ଯାହାକୁ ଆପଣ ମାତ୍ର 5 ଟଙ୍କାରେ ପାଇ ପାରିବେ ।ତେବେ ସେହି ଜାଇଫଳ କୁ ଫଟାଇ ତାହାର ଭିତରେ ଥିବା ଫଳ କୁ ବାହାର କରନ୍ତୁ ।ଏବେ ସେହି ଫଳ କୁ ଭଲ ଭାବରେ ଗୁଣ୍ଡ କରି ଦିଅନ୍ତୁ ।

-ଏବେ ଗୋଟିଏ ପାତ୍ର ରେ ଦୁଇ ଚାମୁଚ ଜାଇଫଳ ଗୁଣ୍ଡ ଓ ତିନି ଚାମୁଚ ସୋରିଷ ତେଲ ରଖନ୍ତୁ ଆଉ ସେହି ଦୁଇଟି ସାମଗ୍ରୀ କୁ ଭଲ ଭାବରେ ଗୋଳେଇ ନିଅନ୍ତୁ ।ଏହାପରେ ଆପଣଙ୍କ ର ଏହି ରିମେଡି ତିଆରି ହେଇଯିବ ।

ରିମେଡି ର ବ୍ୟବହାର:-

-ଆପଣ ତିଆରି କରିଥିବା ସେହି ପେଷ୍ଟ କୁ ନିଜର ବ୍ୟଥା ହେଉଥିବା ଜାଗାରେ ଲଗାଇ ଦିଅନ୍ତୁ ଆଉ ତାହାକୁ ସେମିତି ରଖି ଦିଅନ୍ତୁ ।ତେବେ ଯଦି ବ୍ୟଥା ବହୁତ ପୁରୁଣା ହେଇଥିବ ତାହେଲେ ଏହି ପେଷ୍ଟ କୁ ରାତିରେ ଲଗେଇ ଶୋଇ ଯାଆନ୍ତୁ ।ଆଉ ଏହି ଏମିତି ଲଗାତାର କିଛିଦିନ ଲଗାଇଲା ପରେ ଦେଖିବେ ଆପଣଙ୍କ ବ୍ୟଥା ପୁରା ଭଲ ହେଇ ଯାଇଥିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment