Swastik Tv News Odisha

Aseema Panda ଗାଇଥିବା ଏହି ଜବରଦସ୍ତ ଗୀତ ( Saami Saami ) ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ… 16 ଘଣ୍ଟାରେ ପାର କରିଗଲା 1 ମିଲିୟନରୁ ଅଧିକ ଭାଇରାଲ ହୋଇ ସମସ୍ତଙ୍କ ମୋବାଇଲରେ (Status)ଭିଡିଓ

0

ବନ୍ଧୁଗଣ ଗାୟିକା ଅସୀମା ପଣ୍ଡାଙ୍କୁ ତ ଆପଣ ଭଲଭାବରେ ଜାଣିଥିବେ। ଓଡିଶାର ସେ ଜଣେ ଆଗଧାଡିର କଣ୍ଠଶିଳ୍ପୀ ଅଟନ୍ତି। ତାଙ୍କ ସ୍ଵରର ଯାଦୁରେ ସେ ଅନେକଙ୍କୁ ତାଙ୍କ ସ୍ୱରର ଦିୱାନା କରିଥାନ୍ତି। ତେବେ ଓଡ଼ିଶାର ସଙ୍ଗୀତ ଜଗତର ଜଣେ ଜଣାଶୁଣା ପରିଚିତ ଚେହେରା ହେଉଛନ୍ତି ଅସୀମା ପଣ୍ଡା। ତାଙ୍କୁ ଓଡ଼ିଶାର ଅଗଣିତ ଶ୍ରୋତା ବେଶ୍ ପସନ୍ଦ କରନ୍ତି।ଆପଣମାନେ ଜାଣିଛନ୍ତି ଯେ ସେ ଅନେକ ଫିଲ୍ମ୍ ଏବଂ ଆଲବମ ଗୀତରେ ତାଙ୍କର କଣ୍ଠଦାନ କରି ଜଣେ ଲୋକପ୍ରିୟ ଗାୟିକା ହୋଇ ପାରିଛନ୍ତି। ତେବେ ଏହି ସିଙ୍ଗର ଜଣଙ୍କ ତାଙ୍କର ପ୍ରତିଭାକୁ ଦେଖାଇ ଅନେକ ସୁପରହିଟ ଗୀତରେ ତାଙ୍କର ଜଲୱା ଦେଖାଇଛନ୍ତି।

ଓଡିଶାର କିଛି ସୀଙ୍ଗିଙ୍ଗ ଶୋ ରେ ମଧ୍ୟ ସେ ବିଚାରକ ର ଦାୟିତ୍ଵ ନିର୍ବାହ କରିଥିବା ଦେଖିବାକୁ ମିଳୁଛି। ଅନେକ ପ୍ରକାରର ଗୀତକୁ ସେ ଗାଇ ଲୋକ ମାନଙ୍କୁ ଖୁସ୍ କରିବା ସହିତ ଲୋକ ଲୋଚନକୁ ଆସି ପାରିଛନ୍ତି। ତେବେ ଏହି ଗାୟିକା ଜଣଙ୍କର ତାଙ୍କର ଚୁଲବୁଲି ଗୁଣ ସାଙ୍ଗକୁ ତାଙ୍କର ମନୋଲୋଭା ହସ ପାଇଁ ସେ ବହୁତ୍ ଆକର୍ଷଣୀୟ ଲାଗନ୍ତି।ସେ ତାଙ୍କର ସଙ୍ଗୀତର ଯାଦୁରେ ବାନ୍ଧି ରଖିଥାନ୍ତି ତାଙ୍କର ପ୍ରସଂଶକ ମାନଙ୍କୁ। ତାଙ୍କ ସୁନ୍ଦରତା ଏବଂ ସ୍ୱର ଦର୍ଶକଙ୍କୁ ବେଶ ବିମୋହିତ କରିଥାଏ।ତାଙ୍କର ଗେଟ୍ ଅପ ଏବଂ ଲୁକ୍ସ୍ ପାଇଁ ମଧ୍ୟ ସେ ବେଶି ଲୋକପ୍ରିୟ ଅଟନ୍ତି।ଅନେକ ସମୟରେ ସେ ତାଙ୍କର ଲାଇଫ ଷ୍ଟାଇଲ କୁ ନେଇ ମଧ୍ୟ ସେ ଚର୍ଚ୍ଚାରେ ରହିଥାନ୍ତି।

ନିଜର ସୁନ୍ଦରତା ଏବଂ ଭିନ୍ନ ଅନ୍ଦାଜ ର ଜୀବନଶୈଳୀ ପାଇଁ ମଧ୍ୟ ବେଶ୍ ଜଣାଶୁଣା ଅଟନ୍ତି ସିଙ୍ଗର ଅସୀମା ପଣ୍ଡା।ସେ ଅନେକ ସମୟରେ କିଛି ଏମିତି ଗୀତ ଗାଇଥାନ୍ତି ଯାହା ବହୁତ୍ ହିଟ୍ ହେବା ସହିତ ଚର୍ଚ୍ଚାରେ ରହିଥାଏ। ସେହିପରି ଏକ ଗୀତକୁ ନେଇ ସେ ଏବେ ବେଶ୍ ଚର୍ଚ୍ଚାକୁ ଆସିଛନ୍ତି।ଏହି ଗୀତଟି ହେଉଛି ପୁଷ୍ପା ଫିଲ୍ମ୍ ର ଶାମି ଶାମି ଗୀତ। ହିନ୍ଦୀ ଭାଷାରେ ରିଲିଜ୍ ହୋଇଥିବା ଏହି ତେଲୁଗୁ ଫିଲ୍ମ୍ ରେ ସାମି ସାମି ଗୀତଟି ବେଶ୍ ଲୋକପ୍ରିୟ ଗୀତ ଅଟେ।ଏହି ଚଳଚ୍ଚିତ୍ର ସାରା ଭାରତରେ ବେଶ୍ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଛି। ସାଉଥ୍ ଷ୍ଟାର୍ ଅଲ୍ଲୁ ଅର୍ଜୁନ ଏବଂ ଅଭିନେତ୍ରୀ ରଶ୍ମିକାଙ୍କ ଅଭିନୀତ ଏହି ଫିଲ୍ମ୍ ସମସ୍ତଙ୍କୁ ତାର ଦିୱାନା କରି ଦେଇଛି।

ଏହି ଫିଲ୍ମ୍ ଟି ଏବେ ଲୋକପ୍ରିୟତାର ଶୀର୍ଷରେ ରହିଛି। ସାଉଥ୍ ସୁନ୍ଦରୀ ରଶ୍ମିକା, ଯିଏକି ଏକ୍ସପ୍ରେସନ୍ କୁଇନ ଭାବରେ ପରିଚିତ,ତାଙ୍କ ଅଭିନୟ ଏହି ଫିଲ୍ମ୍ ରେ ଯେମିତି ସୁନ୍ଦର୍ ହୋଇଛି ସାମି ସାମି ଗୀତରେ ତାଂକର ଡାନ୍ସ ଷ୍ଟେପ ଜବରଦସ୍ତ ହୋଇଛି।ଏହି ଫିଲ୍ମର ଗୀତରେ ରିଲ୍ସ ଏବଂ ଭିଡ଼ିଓ ସୁଟ କରିବା ପରେ ଲୋକେ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ ବି କରୁଛନ୍ତି। ଏବେ ଅସୀମା ସେହି ଗୀତକୁ ଓଡ଼ିଆରେ ଗାଇଛନ୍ତି। ଏହା ବେଶ୍ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.