Swastik Tv News Odisha

Astro Predict – କେଉଁ ସମୟରେ ପ୍ରଥମ ଋତୁସ୍ରାବ ହେଲେ ବିଧବା ଓ ସନ୍ତାନ ହୀନ ଯୋଗ ହୁଏ

0

ମନୁଷ୍ୟ କରୁଥିବା ପ୍ରତ୍ୟେକ କାର୍ଯ୍ୟର କୌଣସି ଉଚିତ୍ ସମୟ ନିଶ୍ଚିତ ରୂପେ ରହିଥାଏ , ସେହି କାର୍ଯ୍ୟ ଉଚିତ୍ ସମୟରେ ମଧ୍ୟ କରିବା ଦ୍ୱାରା ଶୁଭଫଳ ପ୍ରାପ୍ତ ହୋଇଥାଏ । ଏମିତି ମଧ୍ୟ ଦେଖିବାକୁ ମିଳିଥାଏ ଯେ କୌଣସି କାର୍ଯ୍ୟକୁ ତାର ସଠିକ୍ ସମୟରେ କରା ନଗଲେ ଏହାର ଭୟାନକ ପରିଣାମ ମଧ୍ୟ ଭୋଗ କରିବାକୁ ପଡିଥାଏ । ଆଜି ଆମେ ଆପଣ ମାନଙ୍କୁ ଝିଅ ମାନଙ୍କର ଋତୁସ୍ରାବ ପାଇଁ କେଉଁ ସମୟଟି ଭଲ ହୋଇଥାଏ ଏବଂ କେଉଁ ସମୟରେ ଋତୁସ୍ରାବ ହେଲେ ଶୁଭଫଳ ମିଳିଥାଏ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ତଥ୍ୟ ବିଷୟରେ ।

ଶାସ୍ତ୍ର ଅନୁସାରେ କନ୍ୟାମାନେ ବିଭିନ୍ନ ସମୟରେ ବିଭିନ୍ନ ଅବସ୍ଥା ଦେଇ ଗତି କରିଥାନ୍ତି , କୁହାଯାଏ କନ୍ୟା ମାନେ 8 ବର୍ଷ ବୟସ ଯାଏ ଗୌରୀ ଅବସ୍ଥା ଦେଇ ଗତି କରିଥାନ୍ତି । ସେହିପରି 9 ବର୍ଷ ଯାଏ ରୋହିଣୀ ଅବସ୍ଥା ଦେଇ ଏବଂ 10 ବର୍ଷ ଯାଏ ବାଳା ଅବସ୍ଥା ଦେଇ ଗତି କରିଥାନ୍ତି । ଏଥି ସହିତ 11 ବର୍ଷ ରୁ ଉର୍ଦ୍ଧ କନ୍ୟା ମାନେ ରାଜସ୍ୱଳା ଅବସ୍ଥା ଦେଇ ଗତି କରିଥାନ୍ତି ।

ଋତୁଶ୍ରାବ ହେବାର ଶୁଭ ସମୟ :-

1.ଶାସ୍ତ୍ର ଅନୁଯାୟୀ ମାଘ , ମାର୍ଗଶୀର , ଆଶ୍ୱିନ , ବୈଶାଖ , ଫାଲ୍ଗୁନ , ଜ୍ୟେଷ୍ଠ ଓ ଶ୍ରାବଣ ମାସ ମାନଙ୍କର ଶୁକ୍ଲ ପକ୍ଷରେ ଶୁଭ ଗ୍ରହ ମାନଙ୍କର ଉପସ୍ଥିତି ଥିବା ଦିନ ମାନଙ୍କରେ କନ୍ୟା ମାନେ ପ୍ରଥମ ରାଜସ୍ୱଳା ହେଲେ ନାରୀ ମାନଙ୍କୁ ଶୁଭଫଳ ପ୍ରାପ୍ତ ହୋଇଥା ।

2. ନୂତନ ଶ୍ୱେତ ବସ୍ତ୍ର ପରିଧାନ କରୁଥିବା ସମୟରେ ଏବଂ ବିଛଣାରେ ଶୋଇଥିବା ବା ବସିଥିବା ସମୟରେ ଋତୁସ୍ରାବ ହେଲେ ମଧ୍ୟ ଶୁଭ ଫଳ ମିଳିଥାଏ ।

3. ପ୍ରାତ ସମୟରେ ବା ସନ୍ଧ୍ୟା ସମୟରେ ଯଦି ରଜ ଦର୍ଶନ ହୋଇଥାଏ , ତେବେ ନିଶ୍ଚିତ ରୂପେ ଶୁଭଫଳ ମିଳିଥାଏ ।

4. ଯଦି ଗୋଚରରେ ଶ୍ରାବଣା , ଧନୀଷ୍ଠା , ସତବିସା , ଚିତ୍ରା , ଅନୁରାଧା , ମୃଗ ଶିରା , ରେବତୀ , ଅଶ୍ୱନୀ , ପୁଷ୍ୟା , ହସ୍ତା , ରୋହିଣୀ ଆଦି ନକ୍ଷତ୍ର ଚଳନ କରୁଥାନ୍ତି , ତେବେ ଶୁଭ ଫଳ ମିଳିଥାଏ ।

5. କନ୍ୟା ମାନେ ଭବିଷ୍ୟତରେ ବିବାହ ପରେ ସନ୍ତାନ ଦୁଃଖ , ସ୍ୱାମୀ ଦୁଃଖ ଶାଶୁ ଘର ଦୁଃଖ ଆଦି ଭୋଗ କରିଥାନ୍ତି । ଏଥି ସହିତ କେହି କେହି ବନ୍ଧ୍ୟା ଦୋଷର ଦୁଃଖ ମଧ୍ୟ ଭୋଗ କରିଥାନ୍ତି ।

6. କିଛି କନ୍ୟା ମାନଙ୍କର ନକ୍ଷତ୍ର ଚଳନର ପରିବର୍ତ୍ତନ କାରଣରୁ ବିବାହ ପରେ ସ୍ୱାମୀ ମୃତ୍ୟୁ ଯୋଗ ରହିଥାଏ । ଅର୍ଥାତ୍ କନ୍ୟା ମାନଙ୍କର ବିଧବା ଯୋଗ ସୃଷ୍ଟି ହୋଇଥାଏ । ତେଣୁ ଏହି ପ୍ରକାର ଦୋଷରୁ ମୁକ୍ତି ପାଇବା ପାଇଁ କିଛି ଶୁଦ୍ଧି କରିବା ପାଇଁ ପଡିଥାଏ । ଯାହା ଆପଣ ମାନଙ୍କ ପାଇଁ ଶୁଭ ଫଳ ପ୍ରଦାନକାରୀ ସାବ୍ୟସ୍ତ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.