Swastik Tv News Odisha

Astrology Tips – ଆପଣଙ୍କର ( ବିବାହ ରେଖା ) କଣ କହୁଛି ଜାଣନ୍ତୁ

0

ହସ୍ତରେଖା ସାହାର୍ଯ୍ୟରେ ଆମେ ଆମ ଜୀବନରେ ଅନେକ କିଛି ତଥ୍ୟ ଜାଣିପାରିଥାଉ , ବିଶେଷ କରି ହାସ୍ତରେଖାରୁ ବିଭିନ୍ନ ପ୍ରକାର ବିବାହ ଯୋଗ ବିଷୟରେ ଜାଣି ହୋଇଥାଏ । ଯଦି ଶୁକ୍ର ପର୍ବତ ଏବଂ ଗୁରୁ ପର୍ବତ ବଢିଥାଏ ତେବେ ବିବାହ ଯୋଗ ହୋଇଥାଏ । କିନ୍ତୁ ବିଦ୍ୱାନ ମାନେ ଏହାକୁ ଛାଡି ଅନ୍ୟ ତତ୍ତ୍ୱ ମଧ୍ୟ ଦେଇଛନ୍ତି , ଯାହାକୁ ନେଇ ବିବାହ ବିଷୟରେ ଜାଣିବାକୁ ମିଳିଥାଏ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ ।

1. ସୁଖୀନ ବିବାହ :-

ଯଦି ପାପୁଲିର ଭାଗ୍ୟରେଖା ଉତ୍ତମ ପର୍ବତ ଠାରୁ ବାହାରି ହୃଦୟ ରେଖାରେ ଶେଷ ହୋଇଥାଏ କିମ୍ୱା ଗୁରୁ ପର୍ବତ ଉପରେ କ୍ରସ ଚିହ୍ନ ଥାଏ ତେବେ ଏହା ସୁଖୀନ ବିବାହର ଯୋଗ ହୋଇଥାଏ । ଏହି ଲୋକଙ୍କର ବିବାହ ହଠାତ୍ ହୋଇ ଯାଇଥାଏ , ଏବଂ ଏହି ଲୋକଙ୍କର ପ୍ରାୟତଃ ସମୟ ଲଭ ମ୍ୟାରେଜ ହୋଇଥାଏ । ଏମିନେ କିଛି ଭାବି ନଥାନ୍ତି କିନ୍ତୁ ହଠାତ୍ ଏମାନଙ୍କର ବିବାହ ହୋଇ ଯାଇଥାଏ । ବିବାହ ପରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଥାଏ , ଏମାନଙ୍କର ଦୁଇ କିମ୍ୱା ଅଧିକ ପିଲା ଛୁଆ ହେବାର ଆଶଙ୍କା ରହିଥାଏ ।

2. ଅନମେଳ ବିବାହ ଯୋଗ :-

ଯଦି ସୂର୍ଯ୍ୟ ରେଖା ଏବଂ ବିବାହ ରେଖା ନିଜ ମଧ୍ୟରେ ମିଶିଥାନ୍ତି କିମ୍ୱା ଯୋଡି ହୋଇଥାନ୍ତି । ଯଦି ସୂର୍ଯ୍ୟ ପର୍ବତ ଅଧିକ ଛୋଟ ରହିଥାଏ ତେବେ ଏହା ଅନମେଳ ବିବାହ ଯୋଗ ହୋଇଥାଏ । ଏପରି ଲୋକଙ୍କ ବିବାହ ସମସ୍ତଙ୍କ ଉପସ୍ଥିତିରେ ଏବଂ ସମସ୍ତଙ୍କ ଇଚ୍ଛାରେ ହୋଇଥାଏ । ଏପରି ଲୋକଙ୍କର ଗୋଟିଏ ବା ଦୁଇଟି ସନ୍ତାନ ରହିଥାଏ ।

3. ବ୍ୟାପାରିକ ବିବାହ ଯୋଗ :-

ଯଦି ମଣି ପର୍ବତରୁ କୌଣସି ରେଖା ବୁଧ ପର୍ବତ ପାଖକୁ ଯାଉଥାଏ କିମ୍ୱା ସୂର୍ଯ୍ୟ ରେଖା ଶୁକ୍ର ପର୍ବତ ସହ ମିଳିଥାଏ ତେବେ ଏପରି ଲୋକଙ୍କ ବିବାହ ବହୁତ ଅଧିକ ବୟସରେ ହୋଇଥାଏ । ବେଳେବେଳେ ଏପରି ଲୋକ ବିବାହ କରି ପାରନ୍ତି ନାହିଁ , ଏପରି ଝିଅ ବ୍ୟବସାୟ କରୁଥିବା ବ୍ୟକ୍ତି ଙ୍କୁ ବିବାହ କରିଥାନ୍ତି । ତାଙ୍କ ସ୍ୱାମୀ ଟିକେ କଞ୍ଜୁସ୍ ସ୍ୱାଭାବର ହୋଇଥାନ୍ତି ।

4. ବୁଧ ବିବାହ ଯୋଗ :-

ଯଦି କାହାର ହାତ ଅଧିକ ସଂକୀର୍ଣ୍ଣ ଥାଏ , କିମ୍ୱା ଚନ୍ଦ୍ର ପର୍ବତ ପାଖରେ ଅଧିକ ଛୋଟ ଛୋଟ ରେଖା ଖଣ୍ଡବିଖଣ୍ଡ ହୋଇଥାଏ । ତେବେ ଏପରି ଲୋକ ନିଜ ଠାରୁ ଅଧିକ ଆଖପାଖ ବୟସ ସାଥୀକୁ ହିଁ ବିବାହ କରିଥାନ୍ତି । ଏମାନଙ୍କର ସନ୍ତାନ ପ୍ରାପ୍ତିର ଅସୁବିଧା ଦେଖା ଯାଇଥାଏ , କିନ୍ତୁ ଏମାନଙ୍କ ବୈବାହିକ ଜୀବନ ସୁଖମୟ ହୋଇଥାଏ ।

5. ଛାଡପତ୍ର ବିବାହ ଯୋଗ :-

ଯଦି ଶୁକ୍ର ପର୍ବତରୁ ହୃଦୟ ରେଖା ଯାଏ କେଉଁ ରେଖା ସିଧା ଯାଇଥାଏ କିମ୍ୱା ବିବାହ ରେଖା ଶେଷରେ ଅନେକ ରେଖା ହୋଇଥାଏ ତେବେ ଏହା ଛାଡପତ୍ର ବିବାହର ଯୋଗ ହୋଇପାରେ । ଅନେକ ସମୟରେ ଏମାନଙ୍କ ମଧ୍ୟରେ ଝଗଡା ଲାଗିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.