Exclusive: ବାପା ବିକୁଥିଲେ ବରା କାକରା ଝିଅ ହେଲେ ଜଜ, ଭିଡ଼ିଓ ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ…. ଦେଖନ୍ତୁ video

ବିଚାରପତି ହେଲେ ଜଳଖିଆ ଦୋକାନୀଙ୍କ ଝିଅ ।ଯିଏ ଦିନେ ସରକାରୀ ଓକିଲ ହୋଇ ବିଚାରପତିଙ୍କ ଆଗରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରୁଥିଲେ ଏବେ ବିଚାରପତି ଆସନରେ ବସିବା ପାଇଁ ଯାଉଛନ୍ତି। ଲୋକଙ୍କ ପାଇଁ ଲଢେଇ କରୁଥିଲେ ଆଜି ଲୋକଙ୍କୁ ନ୍ୟାୟ ଦେବେ। ଇଏ ହେଉଛନ୍ତି ବାରିପଦାର ସୁନା ଝିଅ ଅନୁଶ୍ରୀ ଜେନା। ଓଜେଏସ୍‌ ପରୀକ୍ଷାରେ ୧୪ତମ ସ୍ଥାନ ଅଧିକାର କରି ମୟୂରଭଞ୍ଜ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଅନୁଶ୍ରୀ ଜେନା।
ବାରିପଦା ଟାଉନ୍‌ର ମଧୁବନରେ ଅନୁଶ୍ରୀଙ୍କ ଘର ବାପା ନଗେନ୍ଦ୍ର ଜେନା ହେଉଛନ୍ତି ଜଣେ ଜଳଖିଆ ଦୋକାନୀ। ତାଙ୍କର ପରିବାର କହିଲେ ପତ୍ନୀ ଓ ୬ ଝିଅ। ସେମାନଙ୍କ ଭିତରୁ ଅନୁଶ୍ରୀ ଜେନା ହେଉଛନ୍ତି ଦ୍ୱିତୀୟ ଝିଅ। ସେ ମଧୁବନ ସରକାରୀ ସ୍କୁଲରୁ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ।ପରେ ଏମ୍‌ପିକେ ବାଳିକା ବିଦ୍ୟାଳୟରେ ନାମ ଲେଖାଇଥିଲେ। ସେଠାରୁ ମାଟ୍ରିକ୍‌ ପାସ୍‌ କରିବା ପରେ ଅନୁଶ୍ରୀ ଏମ୍‌ପିସି ଜୁନିୟର କଲେଜରେ ଯୁକ୍ତ ଦୁଇ ବିଜ୍ଞାନରେ ନାଁ ଲେଖାଇଥିଲେ। ସେଠାରୁ ଭଲ ନମ୍ୱରରେ ପାସ୍‌ କରି ଏମ୍‌ପିସି ସ୍ୱୟଂଶାସିତ ମହାବିଦ୍ୟାଳୟରେ କ୍ୟାମେଷ୍ଟ୍ରିରେ ବିଏ ପଢ଼ିଥିଲେ।
ଅନୁଶ୍ରୀ ଗ୍ରାଜୁଏସନ୍‌ ପାସ୍‌ କରିବା ପରେ ବାରିପଦା ଲ’ କଲେଜରେ ପଢ଼ିଥିଲେ। ୨୦୧୬ ମସିହାରେ ସେ କଲେଜ ଟପ୍ପର ହେଲେ। ଲ’ ପାସ୍‌ କରିବା ପରେ ଓଜେଏସ୍‌ ପରୀକ୍ଷା ଦେବା ପାଇଁ ସାଙ୍ଗ ସାଥୀ ଓ ଗୁରୁଜନମାନେ ପରାମର୍ଶ ଦେଲେ। ପରିବାରର ଅଭାବ ସତ୍ତ୍ୱେ ଗୋଟିଏ ବର୍ଷ କଟକରେ କୋଚିଂ ନେଇଥିଲେ ଅନୁଶ୍ରୀ।ପରେ ଅନୁଶ୍ରୀ ଘରକୁ ଫେରିଆସି ଓକିଲାତି କରିବାକୁ ମନ ବଳାଇ ଥିଲେ। ଗତ ୫ ବର୍ଷ ହେଲା ସେ ବାରିପଦା ଏଡିଜେଏମ୍‌ କୋର୍ଟରେ ସରକାରୀ ଆଇନଜୀବୀ ଭାବରେ କାର୍ଯ୍ୟ କରି ଆସୁଛନ୍ତି।

ସରକାରୀ ଓକିଲ ଭାବେ କାର୍ଯ୍ୟ କରୁଥିବା ଅନୁଶ୍ରୀ ୨୦୨୧ ମସିହାରେ ଓଜେଏସ୍‌ ପରୀକ୍ଷା ଦେଇଥିଲେ। ଶୁକ୍ରବାର ପ୍ରକାଶ ପାଇଥିବା ରେଜଲ୍‌ଟରେ ସେ ୧୪ ନମ୍ୱର ସ୍ଥାନ ଅଧିକାର କରିଛନ୍ତି। ତେବେ ଜଜ୍ ହେବା ପଛରେ ଯେଉଁ କାହାଣୀ ଲୁଚି ରହିଛି ତାହା ଜାଣିଲେ ଆପଣ ଅନୁଶ୍ରୀଙ୍କୁ ପ୍ରଶଂସା କରିବାକୁ ବାଧ୍ୟ ହେବେ।ଆର୍ଥିକ ଅନଟନ ଭିତରେ ନିଜକୁ ଗଢ଼ିଥିଲେ। ଅନୁଶ୍ରୀଙ୍କ ବାପା ନଗେନ୍ଦ୍ର ଜେନା ହେଉଛନ୍ତି ଜଣେ ଜଳଖିଆ ଦୋକାନୀ। ସେଥିରୁ ଯାହା ଉପାର୍ଜନ ହେଉଥିଲା, ସେଥିରେ ଚଳୁଥିଲା ନଗେନ୍ଦ୍ରଙ୍କ ପୂରା ପରିବାର।

ହେଲେ ଗତ ୬ ମାସ ହେଲା ନଗେନ୍ଦ୍ର ଅସୁସ୍ଥ ହୋଇ ପଡ଼ିଛନ୍ତି। ପାରାଲିସ୍‌ସ୍‌ ରୋଗରେ ଆକ୍ରାନ୍ତ ହୋଇ ଚାଲିବୁଲି ପାରୁ ନାହାନ୍ତି। ପରିବାରର ସବୁ କଥା ବଝୁଥିଲେ ଅନୁଶ୍ରୀ।ଆଉ ଏହାରି ଭିତରେ ଅନୁଶ୍ରୀଙ୍କ ବାହାଘର ମଧ୍ୟ ହୋଇଛି। ଆଉ ଆଜି ଯେତେବେଳେ ଅନୁଶ୍ରୀ ଜଜ୍ ହେବାକୁ ଯାଉଛନ୍ତି ତାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ଲାଗି ରହିଛି ଆଉ ପୁରା ବାରିପଦାର ସୁନା ଝିଅ ପାଲଟି ଯାଇଛନ୍ତି ଅନୁଶ୍ରୀ ଜେନା।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment